ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ

add-all

ଭୁବନେଶ୍ବର: ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦଳର ଅନେକ ବିଧାୟକ ଓ ନେତା ରାଜଭବନ ସାମ୍ନାରେ ଧାରଣା ଦେଇଛନ୍ତି। ଫାଙ୍କା ସିଲିଣ୍ଡର ଧରି ଦଳର ମହିଳା କର୍ମୀ ଓ ନେତ୍ରୀ କେନ୍ଦ୍ର ବିରୋଧରେ ନାରାବାଜି କରିଛନ୍ତି। ଏହାସହ ରାସ୍ତା ଉପରେ ଚୁଲି ଜାଳି ପ୍ରତିବାଦ କରିଛନ୍ତି। ଏହାଛଡ଼ା ଗ୍ୟାସ ଦର ହ୍ରାସ ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଜେଡି ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦିଆଯାଇଛି।
ଏନେଇ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର କହିଛନ୍ତି, କେନ୍ଦ୍ର ସରକାର ମା’ମାନଙ୍କୁ ଅସମ୍ମାନିତ କରିଛି। ଆଖିରେ ଲୁହ ଭରିଦେଇଛି । ୨୦୧୪ରେ ଯେଉଁ ଗ୍ୟାସ ସିଲିଣ୍ଡର ୪୧୦ ଟଙ୍କା ଥିଲା ,ଏବେ ତାହା ୧୧୩୦ ଟଙ୍କାରେ ପହଞ୍ଚିଛି । ପାଖାପାଖି ୩ ଗୁଣା ବୃଦ୍ଧି ପାଇଛି ଗ୍ୟାସ ଦର । ଉଜ୍ଜ୍ୱଳା ଏବେ ଅନ୍ଧାରୀ ଯୋଜନା ପାଲଟିଛି । କାରଣ ହିତାଧିକାରୀ ଗ୍ୟାସ୍ ରିଫିଲିଂ କରିପାରୁନାହାନ୍ତି। ପୂର୍ବରୁ ଯେମିତି ଚୁଲିରେ ରୋଷେଇ କରୁଥିଲେ ଏବେ ମଧ୍ୟ ସେହିଭଳି ଚୁଲିରେ ରୋଷେଇ କରୁଛନ୍ତି। ଯେପର୍ଯ୍ୟନ୍ତ କେନ୍ଦ୍ର ସରକାର ଚେତି ନାହାନ୍ତି, ଦରଦାମକୁ ନିୟନ୍ତ୍ରଣ କରିନାହାନ୍ତି ଏବଂ ଗ୍ୟାସ ଦର କମାଇ ନାହାନ୍ତି, ସେଯାଏଁ ଏ ଆନ୍ଦୋଳନ ଜାରି ରହିବ।
ସେହିପରି ବିଜେଡି ବିଧାୟକ ସୁଶାନ୍ତ ରାଉତ କହିଛନ୍ତି, ଯେଉଁଭଳି ଗ୍ୟାସ ଦର ବଢିଛି, ସେଥିପାଇଁ ମା’ମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଗ୍ୟାସ ଦର କମାଇବା ପାଇଁ ଏ ବିକ୍ଷୋଭ କରାଯାଉଛି। ଯେତେ ଦିନ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଗ୍ୟାସ ଦର କମାଇ ନାହାନ୍ତି, ସେତେବେଳ ଯାଏଁ ଏହି ଆନ୍ଦୋଳନ ଜାରି ରହିବ।

ad-week
Leave A Reply

Your email address will not be published.