୧୧ କେଭି ବିଦ୍ୟୁତ୍ ତାର ଲାଗି ଚାଲିଗଲା ହାତୀର ଜୀବନ

add-all

କଣ୍ଟାମାଳ :୧୧ କେଭି ବିଦ୍ୟୁତ ତାର ନେଲା ଦନ୍ତା ହାତୀର ଜୀବନ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ ବରଗାଁ ପଞ୍ଚାୟତର ଘୁଚାଙ୍ଗି ଗାଁ ପାଖ ଜଙ୍ଗଲରେ ମୃତ ହାତୀଟି ଉଦ୍ଧାର ହୋଇଛି। ଲୋକେ ଶୌଚ ଲାଗି ଯାଇଥିବା ବେଳେ ହାତୀ ମରିପଡ଼ିଥିବା ଦେଖିବାକୁ ପାଇଥିଲେ। ସେମାନେ ବନ ବିଭାଗକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ବନବିଭାଗ ଟିମ ପହଞ୍ଚି ତଦନ୍ତ କରଥିଲା। ଘଟଣାସ୍ଥଳକୁ ଡିଏଫଓ ମଧ୍ୟ ସେଠାକୁ ଯାଇ ଅନୁଧ୍ୟାନ କରିଛନ୍ତି। ଏହାପରେ ହାତୀକୁ ପୋତି ଦିଆଯାଇଥିବା ଜଣାଯାଇଛି। ଏହି ଘଟଣା ଲାଗି ଲୋକେ ଉଭୟ ବିଦ୍ୟୁତ୍ ଓ ବନ ବିଭାଗକୁ ଦାୟୀ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଦିନକୁ ଦିନ ହାତୀ ମୃତ୍ୟୁ ମାମଲା ରାଜ୍ୟରେ ବଢି ଚାଲିଛି । ବିଦ୍ୟୁତ ଆଘାତରେ ହାତୀ ମୃତ୍ୟୁ ମାମଲା ବଢୁଥିବାରୁ ନିକଟରେ ହାଇକୋର୍ଟ ମଧ୍ୟ ଏ ପ୍ରସଙ୍ଗରେ ଉଦବେଗ କରିବା ସହ ଏ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ କହିଥିଲେ।

ad-week
Leave A Reply

Your email address will not be published.