ମୋଟର ସାଇକେଲ ଓ ବଳଦ ଧକ୍କା, ଦୁଇ ଗୁରୁତର

add-all

ଦାରିଙ୍ଗବାଡି (୧୫/୦୬) : ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଧିନସ୍ତ ତରଗାବାଲି ଗ୍ରାମର ଧମେନ୍ଦ୍ର ମାଝୀ (୨୪) ଓ ବିନୋଦ ମୁଠାମାଝୀ (୨୧) ଗତକାଲି ସନ୍ଧ୍ୟା ସମୟରେ ମୋଟର ସାଇକେଲ ରେ ନିଜ ଗାଁକୁ ଫେରୁ ଥିବା ବେଳେ ମୋହନା ଥାନା ଅଧିନସ୍ତ ଝିଲିକି ଗ୍ରାମ ନିକଟରେ ବଳଦ ଧକ୍କାରେ ମୋଟର ସାଇକେଲରୁ ପଡି ଆଘାତ ପାଇଥିବା ଖବର ହସ୍ତଗତ ହୋଇଛି। ଖବର ନେବାରୁ ଜଣା ପଡିଛିଯେ ଗତକାଲି ବ୍ରାହ୍ମଣୀଗାଁ ଡାକ୍ତର ଖାନାରେ ପ୍ରାଥମିକ ଚିକିତ୍ସା କରି ନିଜ ଗାଁକୁ ଫେରି ଯାଇଥିଲେ। ହେଲେ ଦୁହିଁଙ୍କର ମୁଣ୍ଡ ଓ ଛାତିରେ ଆଘାତ ଲାଗିଥିବାରୁ ଆଜି ବ୍ରାହ୍ମଣୀଗାଁ ଡାକ୍ତର ଖାନା ପକ୍ଷରୁ ବ୍ରହ୍ମପୁର ବଡ଼ ଡାକ୍ତର ଖାନାକୁ ରେଫର କରା ଯାଇଥିବାରୁ ୧୦୮ ଆମ୍ବୁଲାନ୍ସରେ ବଡ଼ ଡ଼ାକ୍ତରଖାନା ନେଇଁ ଥିବା ଜଣା ପଡ଼ିଛି।

ad-week
Leave A Reply

Your email address will not be published.