ଏମକେସିଜିର ମେଡିକାଲ କଲେଜର ପିଜି ପ୍ରଥମ ବର୍ଷ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

add-all

ବ୍ରହ୍ମପୁର: ଏମକେସିଜିର ମେଡିକାଲ କଲେଜରେ ଏସଆର ହଷ୍ଟେଲରୁ ଜଣେ ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ଡାକ୍ତର ଚର୍ମ ବିଭାଗ ପିଜିର ପ୍ରଥମ ବର୍ଷର ଛାତ୍ରୀ ବୋଲି ସୂଚନା ମିଳିଛି।
ମୃତ ଡାକ୍ତରୀ ଛାତ୍ରୀଙ୍କ ନାମ ସୁଭାନି ପଟ୍ଟନାୟକ। ତାଙ୍କ ଘର ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରୀ ପାଠ ସାହିରେ। ଖବର ପାଇ ତାଙ୍କ ବାପା ଡାକ୍ତର ରବୀନ୍ଦ୍ର ପଟ୍ଟନାୟକ ଏମକେସିଜିର ମେଡିକାଲ କଲେଜରେ ପହଞ୍ଚିଛନ୍ତି।
ମୁଣ୍ଡ ବିନ୍ଧା ପାଇଁ ଓଭରଡୋଜ ଔଷଧ ଖାଇ ଡାକ୍ତର ସୁଭାନି ପଟ୍ଟନାୟକ ମୃତ୍ୟୁବରଣ କରିଥିବା ପ୍ରାଥମିକ ସୂଚନା ମିଳିଛି।  ତାଙ୍କର ସନ୍ଦେହଜନକ ମୃତ୍ୟୁ ନେଇ ପୁଲିସ ଅଧିକ ତଦନ୍ତ କରୁଥିବା ଜଣାଯାଇଛି।

ad-week
Leave A Reply

Your email address will not be published.