ବଡ଼ଦାଣ୍ଡରେ ଅଘଟଣ: ବିଦ୍ୟୁତ୍ ଆଘାତରେ ଚାଲିଗଲା ଯୁବ ଅପରେଟରଙ୍କ ଜୀବନ

add-all

ପୁରୀ: ରଥଯାତ୍ରା ପାଇଁ ସିସିଟିଭି ସଂଯୋଗୀକରଣ ବେଳେ ବଡ଼ଦାଣ୍ଡରେ ଅଘଟଣ। କଣ୍ଟ୍ରୋଲ ରୁମ୍ ଉପରେ ସିସିଟିଭି ସଂଯୋଗ କରୁଥିବା ସମୟରେ କରେଣ୍ଟ ଲାଗି ଯୁବ ଅପରେଟରଙ୍କର ମୃତ୍ୟୁ ଘଟିଛି। ମୃତ ଯୁବ ଅପରେଟର ହେଉଛନ୍ତି କଟକ ରାଜାବଗିଚା ଅଞ୍ଚଳର ରାକେଶ ବେହେରା(୨୫)।
ଖବର ପାଇ ଟାଉନ ଥାନା ପୁଲିସ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ୍ ପଠାଇଛି। ଟାଟା ପାୱାର ତରଫରୁ ବାରମ୍ବାର ବ ବିଦ୍ୟୁତ ବିଭ୍ରାଟ ହେତୁ ଏଭଳି ଘଟଣା ଘଟିଥାଇପାରେ ବୋଲି ସହଯୋଗୀ କହିଛନ୍ତି।

ad-week
Leave A Reply

Your email address will not be published.