ଜିଓ ନେଟୱର୍କ ସ୍ଥାପନ ପରେ ସାଂସଦଙ୍କୁ ଧନ୍ୟବାଦ ଦେଲେ ବଡ ଡୁରାଲ ଗ୍ରାମ ପଞ୍ଚାୟତ ବାସୀ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ଖଇରପୁଟ୍ ବ୍ଲକ ଅନ୍ତର୍ଗତ ବଡ ଦୁରାଲ ଗ୍ରାମ ପଞ୍ଚାୟତ ରେ ଦୀର୍ଘ ଦସନ୍ଦି ଧରି କୌଣସି ନେଟୱର୍କ ସୁବିଧା ନଥିଲା । ପୂର୍ବରୁ ଏହି ଅଞ୍ଚଳ ନକ୍ସଲ ପ୍ରବଣ ଥିଲା । ବଡ ଦୁରାହେଲ ଗ୍ରାମ ପଞ୍ଚାୟତ ଅଞ୍ଚଳ ବାସି ନବରଙ୍ଗପୁର ସାଂସଦ ଙ୍କୁ ମୋବାଇଲ ଟାୱାର ପାଇଁ ଲିଖିତ ଅନୁରୋଧ ପରେ ମାନ୍ୟବର ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ ମାଲକାନଗିରି ଜିଲ୍ଲାର ବିଭିନ ଅଞ୍ଚଳରେ ମୋବାଇଲ ଟାୱାର ପାଇଁ କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ୱନି ବୈଷ୍ଣବ ଙ୍କୁ ଲିଖିଲ ଆକାରରେ ଜଣାଇଥିଲେ ସେଥି ମଧ୍ୟରୁ ବଡ ଡୁରାଲ ଗ୍ରାମ ପଞ୍ଚାୟତ ର ବଡ ଡୁରାଲ ଗ୍ରାମ ଉଲ୍ଲେଖ ଥିଲା । ଆଜି ମାନ୍ୟବର ନବରଙ୍ଗପୁର ସାଂସଦ ଙ୍କ ପାଇଁ ଜିଓ ଟାୱାର ନିର୍ମାଣ ହୋଇ ଆଜି ଶୁଭ ଉଦ୍ଘାଟିତ ହୋଇ ମୋବାଇଲ ଟାୱାର ପରିଚାଳିତ ହୋଇଛି ।ବଡ ଡୁରାଲ ଗ୍ରାମ ପଞ୍ଚାୟତ ବାସିଙ୍କ ତରଫରୁ ସରପଞ୍ଚ ଭିକାରୀ କିର୍ଶାନୀ ମାନ୍ୟବର ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ ଙ୍କୁ ଧନ୍ୟବାଦ ଦେବା ସହ ସରପଞ୍ଚ ସାଂସଦ ଙ୍କ ନିର୍ଦ୍ଦେଶ କ୍ରମେ ନଡ଼ିଆ ବାଡେଇ ମୋବାଇଲ ଟାୱାର ଶୁଭ ଉଦ୍ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ସରପଞ୍ଚ ଙ୍କ ସହ ସମିତି ସଭ୍ୟ ଚୈତନ କିର୍ଶାନୀ ,ଗ୍ରାମ ମୁଖିଆ ଭିକାରୀ ପାଙ୍ଗି ,ସୋନୁ ପାଙ୍ଗି ଓ କୃଷ୍ଣ କ୍ରିଷାଣୀ ପ୍ରମୁଖ ଙ୍କ ସ୍ଥାନୀୟ ଅଞ୍ଚଳର ଜନ ସାଧାରଣ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.