୨୦ ଘଣ୍ଟା ପରେ ଫୁଲବାଣୀ ଟାଉନ୍‌କୁ ବିଜୁଳି ଆସିଲା..!

add-all

କନ୍ଧମାଳ : ୨୦ ଘଣ୍ଟା ଧରି ଅନ୍ଧକାରରେ ରହିଲା ସମଗ୍ର କନ୍ଧମାଳ ଜିଲ୍ଲା! ମରାମତି ପରେ ଆଜି ମଧ୍ୟାହ୍ନରେ ବିଦ୍ୟୁତ ଆସିଛି। ହେଲେ ପୂରା ଜିଲ୍ଲାରୁ ହଟିପାରି ନାହିଁ ଅନ୍ଧକାର। ଏଥିପାଇଁ ବିଦ୍ୟୁତ ବିଭାଗର ଅପାରଗତାକୁ ଦାୟୀ କରିଛନ୍ତି ଅଞ୍ଚଳବାସୀ।
ବୁଧବାର ଅପରାହ୍ନରେ କନ୍ଧମାଳ ଜିଲ୍ଲାରେ ସାମାନ୍ୟ ବର୍ଷା ଓ ପବନ ହୋଇଥିଲା। ଯେଉଁଥିପାଇଁ ଭଞ୍ଜନଗର କଣ୍ଟେଇପଲ୍ଲୀରୁ କଳିଙ୍ଗିଆ ଘାଟି ରାସ୍ତା ଦେଇ ଫୁଲବାଣୀ ଗ୍ରୀଡ୍‌କୁ ଆସିଥିବା 132KV ଲାଇନରେ ବିଦ୍ୟୁତ ବିଭ୍ରାଟ ଦେଖା ଦେଇଥିଲା। ଯାହାଫଳରେ ସମଗ୍ର କନ୍ଧମାଳ ଜିଲ୍ଲା ଅନ୍ଧକାରରେ ରହିଥିଲା। ଜିଲ୍ଲାର ସଦର ମହକୁମା ଫୁଲବାଣୀ ମଧ୍ୟ ବିଜୁଳି ନଥିଲା। ବିଦ୍ୟୁତ ସରବରାହ ନଥିବାରୁ ଲୋକମାନେ ନାହିଁନଥିବା ଅସୁବିଧାରେ ପଡ଼ିଥିଲେ। ବିଶେଷ କରି ପାନୀୟ ଜଳ ପାଇଁ ଅଞ୍ଚଳବାସୀ ବହୁ ଅସୁବିଧାରେ ପଡ଼ିଥିଲେ। ଏହାକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ପରେ ଚେଇଁ ଉଠିଥିଲା ବିଦ୍ୟୁତ ବିଭାଗ।
ମରାମତି ପରେ ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ଜିଲ୍ଲାରେ ବିଦ୍ୟୁତ ସରବରାହ ସାମାନ୍ୟ ହୋଇଛି। ତଥାପି ଗ୍ରାମାଞ୍ଚଳରେ କେତେକ ସ୍ଥାନରେ ବିଦ୍ୟୁତ ସରବରାହ ଠିକ୍‌ ହୋଇନଥିବା ଅଭିଯୋଗ ହୋଇଛି।
ଫୁଲବାଣୀ ବାସିନ୍ଦା ସଂଯୁକ୍ତା ମହାପାତ୍ର କହିଛନ୍ତି, ବୁଧବାର ମଧ୍ୟାହ୍ନରୁ ବିଦ୍ୟୁତ ଯାଇଛି। ଦିନ ଯାଇ ରାତି ଗଲା। ବିଜୁଳି ଆସିଲା ନାହିଁ। ଯେଉଁଥିପାଇଁ ଆମେ ଗରମରେ ସନ୍ତୁଳି ହେଲୁ। ରାତିରେ ନା ଶୋଇପାରିଲୁ ନା ବସି ପାରିଲୁ। ପିଲାମାନେ ବେଶୀ ଅସୁବିଧାରେ ପଡ଼ିଛନ୍ତି ବୋଲି ସଞ୍ଜୁକ୍ତା କହିଛନ୍ତି।

ad-week
Leave A Reply

Your email address will not be published.