କେ.ସି ବେଣୁଗୋପାଳଙ୍କୁ ଭେଟିଲେ ତାରାବାହିନୀ ପତି

add-all

ଭୁବନେଶ୍ବର : ଏଆଇସିସି ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳଙ୍କୁ ଭେଟିଲେ ଜୟପୁର ବିଧାୟକ ତାରାବାହିନୀ ପତି। ନୂଆଦିଲ୍ଲୀ AICC ମୁଖ୍ୟାଳୟରେ ସେ ନିଜ ସମର୍ଥକଙ୍କ ସହ ଯାଇ ବେଣୁଗୋପାଳଙ୍କୁ ଭେଟିଛନ୍ତି। ପରେ ଗଣଧ୍ୟମକୁ ସୂଚନା ଦେଇ ତାରା କହିଛନ୍ତି, ଏହା ଏକ ଔପଚାରିକମୂଳକ ସାକ୍ଷାତ ଥିଲା। କାହା ବିରୋଧରେ କହିନୁ। କଂଗ୍ରେସ କିଭଳି କ୍ଷମତାକୁ ଆସିବ, ସେନେଇ ଆଲୋଚନା ହୋଇଛି। ମୀନାକ୍ଷି ବାହିନୀପତିଙ୍କୁ ସଭାପତି କରିବା ପାଇଁ ଆମେ ଆସିନୁ ବୋଲି ତାରା କହିଛନ୍ତି।
କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ସହ ବିବାଦକୁ ନେଇ ତାରା କହିଛନ୍ତି, କିଛି ମନୋମାଳିନ୍ୟ ହୋଇ ଥାଇପାରେ। କିନ୍ତୁ କଂଗ୍ରେସ ପାଇଁ କାମ କରିବୁ ବୋଲି ତାରା କହିଛନ୍ତି।
ଦିନକୁ ଦିନ ଉଗ୍ର ହେଉଛି କୋରାପୁଟ କଂଗ୍ରେସ କଳି। ମୀନାକ୍ଷି ବାହିନୀପତିଙ୍କୁ ଜିଲ୍ଲା ସଭାପତି ପଦରୁ ବିଦା କରାଯିବା ପରେ କଳି ବଢ଼ିଛି। କିଛି ଦିନ ତଳେ ତାରା ଓ ସପ୍ତଗିରିଙ୍କ ସମର୍ଥକ ପୃଥକ୍‌ ପୃଥକ୍‌ ଭାବେ ଭୁବନେଶ୍ୱର ଆସି ରାଜ୍ୟ କଂଗ୍ରେସ ମୁଖ୍ୟାଳୟରେ ଶକ୍ତି ପ୍ରଦର୍ଶନ କରିଥିଲେ। ପିସିସି ସଭାପତି ଉଭୟ ପକ୍ଷଙ୍କୁ ଡାକି ଆଲୋଚନା କରି କୋରାପୁଟ ପଠାଇ ଦେଇଥିଲେ। ଏବେ କଳି ଦିଲ୍ଲୀରେ ପହଞ୍ଚିଛି। ତାରା ତାଙ୍କ ସମର୍ଥକଙ୍କ ସହ ଯାଇ ନୂଆଦୀଲ୍ଲିରେ ଡେରା ପକାଇଛନ୍ତି।

ad-week
Leave A Reply

Your email address will not be published.