ଗାଡ଼ି ଚୋର ରାକେଟ୍‌କୁ ଧରିଲା ମଙ୍ଗଳାବାଗ୍‌ ପୋଲିସ, ୩ଲକ୍ଷରୁ ଉର୍ଦ୍ଧ୍ଵ ସାମଗ୍ରୀ ଜବତ

add-all

କଟକ: ଗାଡି ଚୋର ରାକେଟକୁ ଧରିଲା ମଙ୍ଗଳାବାଗ ଥାନା ପୋଲିସ । ୬ଟି ବାଇକ ସହ ନଗଦ ୨୦ ହଜାର ଟଙ୍କା ଜବତ ହୋଇଛି। ଦୁଇ ଚକିଆ ଯାନ ଯନ୍ତ୍ରାଂଶ ଜବତ ହୋଇଥିବା ବେଳେ ତିନି ଅଭିଯୁକ୍ତ ଗିରଫ ହୋଇଛନ୍ତି। ମୁଖ୍ୟ ଅଭିଯୁକ୍ତ ୨୧ ବର୍ଷୀୟ ସୌରଭ ସ୍ୱାଇଁ। ସୌରଭ ନାଁରେ ପୂର୍ବରୁ ରହିଛି ୯ଟି ମାମଲା ।

ରାଜ୍ୟ ବାହାରର ଅନ୍ୟ ଦୁଇ କବାଡ଼ିଆ ବ୍ୟବସାୟୀ ଗିରଫ। ସେମାନେ ହେଲେ ଅଜମତ ହଲସାନା ଓ ନସିମ ଗିରଫ। ମୋଟ ୩ଲକ୍ଷରୁ ଉର୍ଦ୍ଧ୍ଵ ସାମଗ୍ରୀ ଜବତ କରାଯାଇଛି। କଟକ ଡିସିପି ପିନାକ ମିଶ୍ର ଏନେଇ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.