କଳିଙ୍ଗ ଷ୍ଟାଡିୟମରେ ଭାରତ ଓ ଲେବାନନ୍ ମ୍ୟାଚ ଚାଲିଥିବା ବେଳେ ବିଜୁଳି ବିଭ୍ରାଟ

add-all

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ ଚାଲିଥିବା ବେଳେ ଦେଖାଦେଇଛି ବିଦ୍ୟୁତ ବିଭ୍ରାଟ। ଭାରତ ଓ ଲେବାନନ୍ ମଧ୍ୟରେ ଇଣ୍ଟର କଣ୍ଟିନେଣ୍ଟାଲ ଫୁଟବଲ ମ୍ୟାଚ ଚାଲିଥିବା ବେଳେ ଅନ୍ଧାର ହୋଇଯାଇଥିଲା ଡ୍ରେସିଂ ରୁମ୍। ଖେଳର ହାଫ୍ ଟାଇମରେ ଖେଳାଳି ମାନେ ଡ୍ରେସିଂ ରୁମ୍ ଯାଉଥିବା ବେଳେ ବିଦ୍ୟୁତ ବିଭ୍ରାଟ ଘଟିଥିଲା। ଯାହାଫଳରେ ଡ୍ରେସିଂ ରୁମ୍ ଛାଡ଼ି ଉଭୟ ଦଳର ଖେଳାଳିଙ୍କୁ ପଡ଼ିଆରେ ବିଶ୍ରାମ ନେବାକୁ ପଡ଼ିଥିଲା।

ଭିଭିଆଇପି ରୁମ୍, ଅଫିସିଆଲ୍ ରୁମ୍ ଓ ମିଡିଆ ସେଣ୍ଟରରେ ବି ବିଦ୍ୟୁତ କାଟ୍ ହୋଇଥିଲା। ଦ୍ୱିତୀୟ ହାଫ୍ ଖେଳ ଚାଲିଥିବା ବେଳେ ମଧ୍ୟ ପୁଣିଥରେ ବିଦ୍ୟୁତ ବିଭ୍ରାଟ ଦେଖାଯାଇଥିଲା। ଷ୍ଟାଡିୟମର ଗୋଟିଏ ଫ୍ଲଡ୍ ଲାଇଟ୍ ଟାୱାରରୁ ଲାଇନ କଟିବା ପରେ କିଛି ସମୟ ମଧ୍ୟରେ ପୁଣିଥରେ ବିଦ୍ୟୁତ ସଂଯୋଗ ହୋଇଥିଲା। ବିଦ୍ୟୁତ ବିଭ୍ରାଟ ସତ୍ତ୍ୱେ ଫୁଟବଲ ମ୍ୟାଚ ଯଥାରୀତି ଶେଷ ହୋଇଥିଲା। ତେବେ ଏସଂପର୍କରେ କଳିଙ୍ଗ ଷ୍ଟାଡିୟମ କର୍ତ୍ତୃପକ୍ଷ କିମ୍ବା ଟୁର୍ଣ୍ଣାମେଣ୍ଟ ଆୟୋଜକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ad-week
Leave A Reply

Your email address will not be published.