ଫୋନ୍‌ରେ ଅନ୍ୟ ବ୍ୟକ୍ତିଙ୍କ ସହିତ କଥା ହେଉଥିବାରୁ ପ୍ରେମିକାର ତଣ୍ଟିଚିପି ହତ୍ୟା କଲା ପ୍ରେମିକ

add-all

ଫରିଦାବାଦ:  ହରିୟାଣାର ଫରିଦାବାଦସ୍ଥିତ ଏକ ହୋଟେଲ୍‌ରେ ଜଣେ ବ୍ୟକ୍ତି ତାଙ୍କ ପ୍ରେମିକାର ତଣ୍ଟିଚିପି ହତ୍ୟା କରିଥିବା ଜଣାପଡିଛି । ଗତ ମଙ୍ଗଳବାର ଦିନ ‘ହୋଟେଲ୍‌ ଲାଇମ୍‌ଷ୍ଟୋନ୍‌’ରେ ଘଟିଥିବା ଏହି ମାମଲାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି।

ସେକ୍ଟର୍‌ ୩୧ ଥାନାର ‘ଷ୍ଟେସନ୍‌ ହାଉସ୍‌ ଅଫିସର୍‌’ ବୀରେନ୍ଦ୍ର ସିଂହଙ୍କ ସୂଚନା ମୁତାବକ,  ‘ଏନ୍‌ଏଚ୍‌ପିସି’ ଚୌକ୍‌ ଅଞ୍ଚଳର ଗୋଟାଏ ଓୟୋ ରୁମ୍‌ରେ ଜଣେ ଯୁବତୀଙ୍କ ରହସ୍ୟମୟ ମୃତ୍ୟୁ ବିଷୟରେ ତାଙ୍କୁ ସୂଚନା ମିଳିଥିଲା। ଯାହାପରେ ସେ ଓ ତାଙ୍କ ଟିମ୍‌ ତୁରନ୍ତ ଘଟଣାସ୍ଥଳକୁ ଯାଇ ହୋଟେଲ୍‌ ରୁମ୍‌ରେ ଉକ୍ତ ଯୁବତୀଙ୍କ ଶବ ଦେଖିଥିଲେ। ଶବ ପାଖରେ ଥିଲେ ବେକରେ କ୍ଷତ ହୋଇଥିବା ଜଣେ ୨୪ ବର୍ଷିୟ ଯୁବକ।

ତାକୁ ହାଜତକୁ ନେଇ ଡାକ୍ତରୀ ପରୀକ୍ଷା ଏବଂ ପ୍ରାଥମିକ ଚିକିତ୍ସା ପରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲା ପୋଲିସ୍ । ଖଣ୍ଡେ ରଶିରେ ଯୁବତୀଙ୍କ ତଣ୍ଟିଚିପି ମାରିଥିବା କଥା ପ୍ରାରମ୍ଭିକ ପଚରା ଉଚରା ସମୟରେ ଯୁବକ ଜଣକ ମାନିଥିଲା।

ଯୁବତୀ ଜଣକ ଫୋନ୍‌ରେ ଆଉ ଜଣେ ବ୍ୟକ୍ତିଙ୍କ ସହିତ କଥାବାର୍ତ୍ତା କରୁଥିବା ନେଇ ଯୁବକ ଜଣକର ପ୍ରଥମେ ସନ୍ଦେହ ହୋଇଥିଲା। ସେଥିପାଇଁ ସେ ଯୁବତୀ ଜଣଙ୍କୁ ଏକ ହୋଟେଲ୍‌ କୁ ଡକାଇଥିଲେ। ଏନେଇ ସେଠାରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ କ୍ରମେ ଉଗ୍ର ନେଇଥିଲା । ଶେଷରେ ଏହା  ହତ୍ୟାକାଣ୍ଡର କାରଣ ହୋଇଥିଲା। ଗତ ୭ ବର୍ଷ ହେବ ସେ ଯୁବତୀଙ୍କ ସହିତ ସମ୍ପର୍କରେ ଥିବା କଥା ଅଭିଯୁକ୍ତ କହିଛି।

ad-week
Leave A Reply

Your email address will not be published.