ପୂର୍ବତନ ସ୍ପେଶାଲ ପୁଲିସ ଡିଜି ରାଜେଶ ଦାସଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଓ ୧୦ ହଜାର ଟଙ୍କା ଜରିମାନା

add-all

ଚେନ୍ନାଇ: କନିଷ୍ଠ ମହିଳା ପୁଲିସ ଅଧିକାରୀଙ୍କୁ ଯୌନଉତ୍ପୀଡ଼ନ ଦେଇଥିବା ମାମଲାରେ ଆଜି ତାମିଲ୍‌ନାଡୁର ପୂର୍ବତନ ପୁଲିସ ମହାନିର୍ଦେଶକ ରାଜେଶ ଦାସଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଓ ୧୦ ହଜାର ଟଙ୍କା ଜରିମାନା କରାଯାଇଛି।

୨୦୨୧ ଫେବ୍ରୁଆରିରେ ଉକ୍ତ କନିଷ୍ଠ ମହିଳା ପୁଲିସ ଅଧିକାରୀ ଫାଇଲ୍‌ କରିଥିବା ମାମଲାର ଶୁଣାଣି କରି ଆଜି ତାମିଲନାଡୁର ବିଲ୍ଲୁପୁରମ୍‌ ଅଦାଲତ ରାଜ୍ୟ ପୁଲିସ ଫୋର୍ସର ପୂର୍ବତନ ସ୍ବତନ୍ତ୍ର ମହାନିର୍ଦେଶକଙ୍କୁ ଦୋଷୀ ସାବ୍ୟସ୍ତ କରି ଜେଲ୍‌ ଓ ଜରିମାନା ଦଣ୍ଡାଦେଶ ‌ଦେଇଛନ୍ତି। ଏହାଛଡ଼ା, ଅଭିଯୋଗ ଫାଇଲ୍‌ କରାଇବାରେ ବାଧା ଦେଇଥିବା ଜଣେ ପୁରୁଷ ପୁଲିସ କର୍ମଚାରୀଙ୍କ ଉପରେ ମଧ୍ୟ ଅଦାଲତ ୫୦୦ ଟଙ୍କା ଜରିମାନ କରିଛନ୍ତି।

ଅଭିଯୋଗ ଅନୁସାରେ, ରାଜ୍ୟର କେନ୍ଦ୍ରୀୟ ଜିଲ୍ଲାମାନଙ୍କରେ ଦୁହେଁ ଡିୟୁଟି କରୁଥିବା ବେଳେ ଦାସ ଉକ୍ତ କନିଷ୍ଠ ପୁଲିସ ଅଧିକାରିଣୀଙ୍କ ସହିତ ଅଭଦ୍ରୋଚିତ ଆଚରଣ କରିଥିଲେ। ସେତେବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ ‘ଅଲ୍‌ ଇଣ୍ଡିଆ ଦ୍ରାବିଡ଼ ମୁନ୍ନେତ୍ର କାଜ୍‌ଗମ୍‌’ର ନେତା ଏଡାପ୍ପଡ଼ି ପଲାନୀସ୍ବାମୀ। ମୁଖ୍ୟମନ୍ତ୍ରୀଙ୍କ ସିକ୍ୟୁରିଟି ଡିୟୁଟିରେ ଦୁହେଁ ଯାଉଥିବା ବେଳେ ଉପରୋକ୍ତ ଘଟଣା ଘଟିଥିଲା।

ଦାସଙ୍କୁ ନିଲମ୍ବନ କରି ଅଭିଯୋଗର ତଦନ୍ତ ଲାଗି ରାଜ୍ୟ ସରକାର ୬ଜଣିଆ ସଦସ୍ୟବିଶିଷ୍ଟ କମିଟି ଗଠନ କରିଥିଲେ।

ଏହି ମମଲାରେ ପୁଲିସ କର୍ମଚାରୀଙ୍କ ସମେତ ‘ପ୍ରୋସିକ୍ୟୁସନ୍‌’ ୬୮ଜଣ ବ୍ୟକ୍ତିଙ୍କ ବୟାନ ରେକର୍ଡ କରିଥିଲେ। ଦଣ୍ଡାଦେଶ ପାଇଥିବା ଅଧିକାରୀ ତୁରନ୍ତ ଜାମିନ ପାଇଁ ଆବେଦନ କରିପାରିବେ ବୋଲି ‘ପ୍ରୋସିକ୍ୟୁସନ୍‌’ ଟିମ୍‌ର ଜଣେ ସଦସ୍ୟ କହିଛନ୍ତି।

ad-week
Leave A Reply

Your email address will not be published.