କେନ୍ଦ୍ର ସରକାର ‘ଧର୍ମଗୁରୁ’ମାନଙ୍କୁ ରାଜନୀତିକୁ ଆଣି ହଙ୍ଗାମା କରୁଛନ୍ତି: ‘କେସିଆର୍‌’

add-all

ନୂଆଦିଲ୍ଲୀ: କେନ୍ଦ୍ର ସରକାର ରାଜନୀତିରେ ଧର୍ମଗୁରୁମାନଙ୍କୁ ସମ୍ପୃକ୍ତ କରାଇ ହଙ୍ଗାମା କରୁଛନ୍ତି ବୋଲି ଗୁରୁବାର ଦିନ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଅଭିଯୋଗ କରିଛନ୍ତି।

‘ଲ’ କମିସନ୍‌’ ‘ୟୁନିଫର୍ମ ସିଭିଲ୍‌ କୋଡ୍‌’ (ୟୁସିସି) ଉପରେ ଧାର୍ମିକ ସଙ୍ଗଠନଗୁଡ଼ିକର ମତ ଲୋଡ଼ିବାରୁ ମୁଖ୍ୟମନ୍ତ୍ରୀ ‘କେସିଆର୍‌’ ଉପରୋକ୍ତ ଅଭିଯୋଗ କରିଛନ୍ତି।

‘ୟୁସିସି’ ବିଷୟରେ ପଚରା ଯିବାରୁ ‘କେସିଆର୍‌’ କହିଲେ, ସେମାନେ ରାଜନୀତି ଭିତରକୁ ଧର୍ମଗୁରୁମାନଙ୍କୁ କେଉଁଠୁ ଆଣିଲେ? ଧର୍ମଗୁରୁମାନେ ମଠରେ ରହି ପୂଜାର୍ଚ୍ଚନା କରିବା ଉଚିତ। ‌ଏମାନଙ୍କୁ ରାଜନୀତିରେ ସମ୍ପୃକ୍ତ କରାଇ ସେମାନେ (କେନ୍ଦ୍ର ସରକାର) ହଙ୍ଗାମା କରୁଛନ୍ତି।

ସୂଚନାଯୋଗ୍ୟ, ସର୍ବସାଧାରଣ ଏବଂ ସ୍ବୀକୃତିପ୍ରାପ୍ତ ଧାର୍ମିକ ସଙ୍ଗଠନମାନଙ୍କଠାରୁ ମତାମତ ଲୋଡ଼ି ବୁଧବାର ଦିନ ‘ଲ’ କମିସନ୍’ ‘ୟୁନିଫର୍ମ ସିଭିଲ୍‌ କୋଡ୍’ ବିଷୟରେ ସାନି ବିଚାରବିମର୍ଶ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ସଂକ୍ଷପରେ କହିବାକୁ ଗଲେ, ‘ୟୁନିଫର୍ମ ସିଭିଲ୍‌ କୋଡ୍‌’ ଅର୍ଥ ଦେଶର ସମସ୍ତ ନାଗରିକମାନଙ୍କ ନିମନ୍ତେ ଧର୍ମ ଉପରେ ଆଧାରିତ ନ ହୋଇଥିବା ସାଧାରଣ ଆଇନ।

ଦେଶରେ ‘ୟୁନିଫର୍ମ ସିଭିଲ୍‌ କୋଡ୍‌’ ପ୍ରଚଳନ କରିବା ପାଇଁ ‘ବିଜେପି’ ତା’ର ନିର୍ବାଚନ ଇସ୍ତାହାରରେ ଉଲ୍ଲେଖ କରିଥିଲା। ସେହିପରି, କର୍ଣ୍ଣାଟକ ‘ୟୁନିଫର୍ମ ସିଭିଲ୍‌ କୋଡ୍‌’ ପ୍ରଚଳନ କରାଯିବ ବୋଲି ମଧ୍ୟ ‘ବିଜେପି’ ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ଘୋଷଣା କରିଥିଲା।

ad-week
Leave A Reply

Your email address will not be published.