ପିଇବା ପାଣି ସମସ୍ୟା ସହ ଦୂଷିତ ପାଣି ପିଇ ବିଭିନ୍ନ ରୋଗରେ ଆକ୍ରାନ୍ତ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚାଲାଣଗୁଡା ପଞ୍ଚାୟତ ଅନ୍ତର୍ଗତ ଏମଭି-୯୧ ଗ୍ରାମରେ ପିଇବା ପାଣି ସମସ୍ୟା l ଏହି ଗ୍ରାମରେ ପ୍ରାୟ ୬୦ ପରିବାର ବସବାସ କରୁଥିବା ବେଳେ ଲୋକ ସଂଖ୍ୟା ୩୦୦ରୁ ଉର୍ଦ୍ଧ ହେବ l ଏଠାରେ ତିନୋଟି ନଳକୂପ ଥିବା ବେଳେ ଏହି ନଳକୂପ ପାଣି ପିଇବା ଉପଯୋଗୀ ନୁହେଁ l ଆଉ ଯେଉଁ ସପ୍ଲାଏ ପାଣି ଆସେ ସେହି ପାଣି ନେବା ପାଇଁ ମହିଳାଙ୍କ ଲମ୍ବା ଧାଡି ବାନ୍ଧି ଠିଆ ହୋଇଥାନ୍ତି | କିନ୍ତୁ 30ମିନିଟ ପରେ ସପ୍ଲାଏ ପାଣି ବନ୍ଦ ହୋଇଯାଏ l ପାଣି ଅଭାବ ଯୋଗୁଁ ଗ୍ରାମ ନିକଟରେ ଥିବା ଏକ ପୋଖରୀରୁ ପାଣି ଆଣି ବ୍ୟବହାର କରୁଥିବା ଗ୍ରାମର ମହିଳାମାନେ କହିଥିବା ବେଳେ ଗ୍ରାମରେ ଥିବା ନଳକୂପରୁ ଆଇରନ ଯୁକ୍ତ ପାଣି ବାହାରୁ ଥିବାରୁ ଏହି ପାଣି ପିଇ ଏହି ଗ୍ରାମରେ ପ୍ରାୟ ପରିବାର ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବା ସହ କିଡ଼ନୀ ଜନିତ ରୋଗରେ ଆକ୍ରାନ୍ତ ହୋଇଛନ୍ତି ବୋଲି ଗ୍ରାମବାସିମାନଙ୍କ ଠାରୁ ଜାଣିବାକୁ ମିଳିଛି l ସେହିଭଳି ଏହି ଗ୍ରାମରେ କିଡ଼ନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ନିକଟରେ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଗ୍ରାମର ତିନିଜଣ ବର୍ତମାନ କିଡ଼ନୀ ଜନିତ ରୋଗରେ ଆକ୍ରାନ୍ତ ହୋଇଛନ୍ତି l ଏହି ଗ୍ରାମରେ ପ୍ରାୟ ଲୋକ ଚାଷବାସ କରି ନିଜ ପରିବାର ପୋଷଣ କରିଥାନ୍ତି l ଗ୍ରାମରେ ପ୍ରାୟ ପରିବାର ଗରିବ ସୀମାରେଖା ରେ ଥିବା ଯୋଗୁଁ ଚିକିତ୍ସା ପାଇଁ ବହୁ ସମୟରେ ଅର୍ଥ ବାଧକ ହୋଇଥାଏ ସେହି ଭଳି ଗ୍ରାମର ଜଣେ ଯୁବକ ଅମିତ ଵାଲା ବୟସ 27 କିଡ଼ନୀ ଜନିତ ରୋଗରେ ଆକ୍ରାନ୍ତ ହେବା ପରେ ଅର୍ଥ ଅଭାବ ଯୋଗୁଁ ନିଜର ଚିକିତ୍ସା କରିପାରୁନ ଥିଲେ ପରେ ଗ୍ରାମବାସି ମିଳିମିଶି ଚାନ୍ଦା କରି ଅମିତ ଵାଲାଙ୍କୁ ଆନ୍ଦ୍ରପ୍ରଦେଶର ବିଶାଖାପାଟଣାର ଏକ ମେଡିକାଲରେ ଚିକିତ୍ସା କରିବା ପାଇଁ ପଠାଇ ଥିଲେ ସେ କିଛି ଦିନ ହେବ ଚିକିତ୍ସା ହୋଇ ଫେରିଛନ୍ତି l ଅମିତଙ୍କ ପରିବାର ଲୋକେ ପୁଅର ଆଉ ଏକ ଅପରେସନ ଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଥିବା ବେଳେ ଅର୍ଥଅଭାବ ଯୋଗୁଁ ସେ ନିଜର ଚିକିତ୍ସା କରିପାରୁ ନଥିବା କହିଛନ୍ତି l ଅମିତ ଵାଲା ଏବଂ ଏମଭି-91ଗ୍ରାମବାସିଙ୍କ କହିବା ଅନୁଯାଇ ଦୂଷିତ ପାଣି ଓ ନଳକୂପର ଆଇରନ ପାଣି ଯୋଗୁଁ ଗ୍ରାମରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ମହିଳା ଏବଂ ପୁରୁଷ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି ସେଥିପାଇଁ ଗଣମାଧ୍ୟମପ୍ରତିନିଧି ମାଧ୍ୟମରେ ଏମଭି-91ର ଗ୍ରାମବାସୀମାନେ ସରକାର ଏବଂ ମାଲକାନଗିରି ଜିଲ୍ଲାପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି ଏହି ଗ୍ରାମର ପାଣି ସମସ୍ୟା ଦୂର କରିବା ସହ ଯେଉଁମାନେ କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି ସେମାନଙ୍କୁ ଚିକିତ୍ସାରେ ସାହାଯ୍ୟ କରିବା ପାଇଁ l

ad-week
Leave A Reply

Your email address will not be published.