ରାଇଘର : ନାକଟିସିମଡ଼ା ପଞ୍ଚାୟତରେ ପୁଣି ଲାଗିଲା ମାଓବାଦୀଙ୍କ ପୋଷ୍ଟାର ଓ ବ୍ୟାନର…

add-all


ଉମରକୋଟ, ( ୧୭/୦୬/୨୦୨୩) ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକର ନାକଟିସିମଡ଼ା ପଞ୍ଚାୟତ ଅନ୍ତର୍ଗତ ମାରିପାରା, ଚୋଡ଼ିଆପାରା ଓ ଚିତରଭାଟି ଯିବା ମୁଖ୍ୟ ରାସ୍ତା କଡ଼ରେ ଥିବା ଗଛରେ ପୁଣି ଏକ ମାଉ ପୋଷ୍ଟାର ଓ ବ୍ୟାନର ଦେଖିବାକୁ ମିଳିଛି , ଏହି ମାଓ ବ୍ୟାନର ଓ ପୋଷ୍ଟାର ରେ ଭା,କା, ପା, ମେନପୁର ଡିଭିଜନ ମାଉବାଦୀ ମାନେ ସକ୍ରିୟ ଅଛନ୍ତି ବୋଲି ଚେତାବନି ଦେଇ ସେମାନଙ୍କର ଜାହିଁର ପ୍ରକାଶ କରିଛନ୍ତି l ବିଗତ ୧୭/୦୩/୨୦୨୩ ରେ

ନାକଟିସିମଡ଼ା ପଞ୍ଚାୟତର ଲଖନପୁରି ଗ୍ରାମର ପୋଲିସ ଇନଫୋର୍ମେର ସନ୍ଦେହ ରେ ନାରାୟନ ନାଗେଶ କୁ ମାଉବାଦୀ ମାନେ ଗୁଳି କରି ହତ୍ୟା କରିବା ପର ଠାରୁ ଏହି ପଞ୍ଚାୟତରେ ବିଭିନ୍ନ ସମୟରେ ମାଓବାଦୀ ମାନେ ସେମାଣଙ୍କର ସକ୍ରିୟ ଜାହିର କରି ଚାଲୁଛନ୍ତି l ବର୍ତ୍ତମାନ ଏହି ମାଉ ବ୍ୟାନର ଓ ପୋଷ୍ଟାରରେ ବୋରଗାଁ ଗ୍ରାମର ଜଙ୍ଗଳ କାଟିବା ଜମିରେ ଫରେଷ୍ଟ ଵାଲା ଗଛ ଲଗାଇବେ ଯଦି କେହି ବିରୋଧ କରେ ତାହାକୁ ମୃତ୍ୟୁ ଦଣ୍ଡ ଦିଆ ଯିବ ଓ ମାରିପାରା, ଚୋଡ଼ିଆପାରା ଏବଂ ଚିତରଭାଟିର ଜଙ୍ଗଳ ମାଫିଆ ଶୁକଡୁ ଗଣ୍ଡ,ଟୁଲୁ ଗଣ୍ଡ, ହୀରାସିଂ ଗଣ୍ଡ, ବିଜୁ ଗଣ୍ଡ, ମଣିରାମ ଗଣ୍ଡ ଓ ହରେନ୍ଦ୍ର ରାଉତ କୁ ମୃତ୍ୟୁ ଦଣ୍ଡ ଦିଆ ଯିବ ବୋଲି ଏହି ବାନର ରେ ଉଲ୍ଲେଖ ରହିଥିବା ଦେଖିବାକୁ ମିଳିଛି l ଏହି ମାଓ ପୋଷ୍ଟର କୁ ନେଇ ନାକଟିସିମଡ଼ା ପଞ୍ଚାଏତ ଓ ଏହାର ଆଖ ପାଖ ଗାଁ ଗୁଡ଼ିକରେ କୋକୁୟା ଭୟର ବାତାବରଣ ସୃଷ୍ଟି ହୋଇଛି l ଗତ ୦୧/୦୬/୨୦୨୩ ରେ ଲଖନପୁରି ଗ୍ରାମକୁ ବିଳମ୍ବିତ ରାତିରେ ନିଆଁ ଲଗାଇ ଜାଳି ଦେବା ପର ଠାରୁ ପୋଲିସ ପ୍ରଶାସନ ତଦନ୍ତ କରି କିଛି ସୁରକ ପାଇଁ ପାରୁ ନାହାନ୍ତି କିଏ ବା କାହା ଦ୍ଵାରା ଏହି ନିଆଁ ଲଗା ଯାଇ ଥିଲା ପୋଲିସ ନାଲି ଫିତା ତଳେ ଦବି ଯାଇଥିବା ମନେ ହୁଏ l ବର୍ଷ ବର୍ଷ ଧରି ଏହି ସବୁ ଗ୍ରାମର ଲୋକ ମାନେ ଜଙ୍ଗଳରେ ରହି ବସବାସ କରି ଜଙ୍ଗଳ ଜାତ ଫଳ ମୂଳ ସଂଗ୍ରହ କରି ଅତି କଷ୍ଟରେ ସେମାନଙ୍କର ଜୀବକା ନିର୍ବାହ କରି ଆସୁଛନ୍ତି l ବର୍ତ୍ତମାନ ଏମାନେ ଯିବେ ତ କୋଆଡ଼େ ଯିବେ ବୋଲି କହୁଛନ୍ତି ବୁଦ୍ଧି ଜୀବି ଓ ସାଧାରଣ ଜନତା l ପୋଲିସ ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ସତନ୍ତ୍ର ଦୃଷ୍ଟି ଦେବାକୁ ମାରିପାରା, ଚୋଡ଼ିଆପାରା, ଚିତରଭାଟି ଓ ବୋରଗାଁ ଗ୍ରାମର ବୁଦ୍ଧି ଜୀବି ଓ ସାଧାରଣ ରେ ଦାବୀ ହେଉଛି, ମାଓବାଦୀ ମାନଙ୍କ ଏହି ପୋଷ୍ଟର ପୋଲିସ ବିଭାଗ କୁ ଖୋଲା ଚାଲେଞ୍ଜ କହିଲେ କିଛି ଭୁଲ ହେବ ନାହିଁ କିନ୍ତୁ ଏଠାରେ ବଳି ପଡୁଛନ୍ତି ସାଧାରଣ ନିରୀହ ଜନତା..

ad-week
Leave A Reply

Your email address will not be published.