
ଫୁଲବାଣୀ: ଆଜି ସନ୍ଧ୍ୟା ଚାରି ଘଣ୍ଟିକା ସମୟରେ କନ୍ଧମାଳ ଜ଼ିଲ୍ଲାର ଏଫ.ସି.ଆଇ ଛକ ନିକଟରେ ଥିବା ଷ୍ଟାଡିୟମ ପଡିଆରେ ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ କନ୍ଧମାଳ ଶାଖାର ନେତୃବୃନ୍ଦ ଏବଂ ଫୁଲବାଣୀ ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ବିଭିନ୍ନ ସରକାରୀ ଦପ୍ତର ମାନଙ୍କ ରେ ବିଭିନ୍ନ ବର୍ଗରେ କାର୍ଯ୍ୟରତ୍ତ ଥିବା ପାଖାପାଖି ଦୁଇସହରୁ ଉର୍ଦ୍ଧ୍ବ ଆଉଟସୋର୍ସିଙ୍ଗ କର୍ମଚାରୀ ଏକତ୍ରିତ ହୋଇ ଓଡ଼ିଶାର ମାନ୍ୟବର ମୋ ସରକାରର ମଉଡମଣୀ ତଥା ଓଡ଼ିଶାର 5ଟୀ ସଚିବ ମହୋଦୟଙ୍କୁ ଦେଖାକରି ସଙ୍ଘ ତରଫରୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ଏବଂ 5ଟୀ ସଚିବ ମହୋଦୟ ଅତି ଆନନ୍ଦର ସହ ସେମାନଙ୍କଠୁ ସ୍ମାରକ ପତ୍ର ଗ୍ରହଣ କରି କିଞ୍ଚିତ ଆଶ୍ୱାସନା ଦେଇଛନ୍ତି ମୁଁ ଦେଖିବି ଏବଂ ଆଜିର ଏହି କାର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବେ OGOEF ଜ଼ିଲ୍ଲା ଉପସଭାପତି ସତ୍ୟ ନାରାୟଣ ପଣ୍ଡା ଓ ଗଣମାଧ୍ୟମ ସମ୍ପାଦିକା ଅମ୍ବିକାବାଳା ପାଢ଼ୀ ସେମାନଙ୍କର ସଦସ୍ୟ ଓ ସଦସ୍ୟା ମାନଙ୍କୁ ଏକତ୍ରିତ କରାଇ 5ଟୀ ସଚିବ ମହୋଦୟକୁ ସ୍ମାରକ ପତ୍ର ଦେବା କାର୍ଯ୍ୟକ୍ରମକୁ ସୁଚାରୁରୂପେ ତୁଲାଇଛନ୍ତି ଏବଂ ରାଜ୍ୟ ସଙ୍ଘର ଯୁଗ୍ମ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ମିଶ୍ର ଏହି ସବୁର ତଥ୍ୟ ଗଣ ମାଧ୍ୟମକୁ ଜଣାଇଛନ୍ତି l