ଦାରିଙ୍ଗବାଡ଼ି,୧୭/୬: ଦାରିଙ୍ଗବାଡ଼ିକୁ ଦିନିକିଆ ଗସ୍ତରେ ଆସିଥିଲେ ୫ଟି ସଚିବ ଭି.କେ ପାଣ୍ଡିଆନ । ଏଥିପାଇଁ ଦାରିଙ୍ଗବାଡ଼ି ସ୍ଥିତ ଆଇଟିଆଇ ପଡ଼ିଆରେ ବୈଠକ କରିବା ନେଇ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ହେଲିକପ୍ଟରରେ ଦିନ ୧୨ଘଣ୍ଟା ୩୦ମିନଟରେ ଆଇଟିଆଇ ପଡ଼ିଆରେ ପହଞ୍ଚି ବ୍ଲକର ସମସ୍ତ ସ୍ଵୟଂ ସହାୟକ ଗୋଷ୍ଠି ଙ୍କୁ ଭେଟି ହାତ ମିଶାଇବା ପରେ ଶହ ଶହ ଅଭିଯୋଗ ଗ୍ରହଣ କରି ମହିଳା ତଥା ଉପସ୍ଥିତ ଥିବା ଲୋକମାନଙ୍କୁ ବିଜୁସ୍ୱାସ୍ଥ୍ୟ ଯୋଜନା ସମ୍ପର୍କରେ ପ୍ରଶ୍ନ କରିବା ସହ ସ୍ୱତନ୍ତ୍ର ଡ୍ରାଇଭ ଦ୍ୱାରା ଯେଉଁ ମାନେ ଏହି ସ୍ୱାସ୍ଥ୍ୟ କାର୍ଡ ପାଇଁ ନାହାନ୍ତି ସେମାନଙ୍କୁ ୬ମାସ ମଧ୍ୟରେ ଯୋଗାଇ ଦିଆଯିବ ବୋଲି କହିଛନ୍ତି ୫ଟି ସଚିବ । ଅଞ୍ଚଳର ସାମୁହିକ ଉନ୍ନତି କରଣ ତଥା ଗୋଷ୍ଟି ଶିକ୍ଷା ଉପରେ ବ୍ଲକ ର ପ୍ରତ୍ୟେକ ସ୍କୁଲ ଓ କଲେଜ କୁ ୫ଟି ଭିତରେ ଅନ୍ତରଭୁକ୍ତ କରିବା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦାରିଙ୍ଗବାଡିର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ରୂପାନ୍ତିକରଣ ପାଇଁ ୨କୋଟି ୩୭ ଲକ୍ଷ ଟଙ୍କା ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିଥିବା ଓ ଦାରିଙ୍ଗବାଡିରେ ନୂତନ ବସ ଷ୍ଟାଣ୍ଡ ନିର୍ମାଣ , ଅଞ୍ଚଳ ରେ ଥିବା ଚର୍ଚ୍ଚ, ମସଜିଦ , ମନ୍ଦିର ଓ କମିଟି ଗୃହ ର ପୁନରୁଦ୍ଧାର ସହ ରୂପନ୍ତିକରଣ ଏବଂ ଯୋଗାଯୋଗ ବିଚ୍ଛିନ୍ନ ଗ୍ରାମ ଗୁଡିକରେ ସଂଯୋଗୀକରଣ, ମିନି ଷ୍ଟାଡିୟମ ନିର୍ମାଣ ଏବଂ ବ୍ଲକ ରେ ତିନୋଟି ବିଜୁସେତୁ ନିର୍ମାଣ ତଥା ଦାରିଙ୍ଗବାଡିର ପର୍ଯ୍ୟଟନ କ୍ଷେତ୍ରରେ ବିକାଶ କରିବା ନିମନ୍ତେ ହିଲ ଭିଉ , ଡୁଲୁରି ପାଇନ ବଣ ଭଳି ବ୍ଲକ ରେ ଥିବା ବିଭିନ୍ନ ଜଳ ପ୍ରପାତ ୬ ମାସ ଭିତରେ ରୂପାନ୍ତି କରଣ ହେବା ବିଷୟରେ କହିଥିଲେ ।ଦାରିଙ୍ଗବାଡିର ବିକାଶ କୁ ପାଦେ ଆଗକୁ ନେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ ବିଶୁଦ୍ଧ ପାନୀୟ ଜଳ ପ୍ରତ୍ୟେକ ଘରେ ଘରେ ଯୋଗାଇ ଦେବା ପାଇଁ ୧୧୩ କୋଟି ଟଙ୍କା ରାଜ୍ୟ ସରକାର ଙ୍କ ଦ୍ଵାରା ଅନୁଦାନ କରିଥିବା ଭଳି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ର ସମୀକ୍ଷା କରି ଥିଲେ ପରେ ଦାରିଙ୍ଗବାଡିର ହିଁଲ ଭିଉ ପାର୍କ ଓ ବଟର ଫ୍ଲାଇ ଗାର୍ଡେନ କୁ ବୁଲି ଦେଖି ଥିଲେ ।
