ପ୍ରେମ ବିବାହର କୁପରିଣତି : ଦେଢ଼ ବର୍ଷ କନ୍ୟାକୁ ଧରି ବସଷ୍ଟାଣ୍ଡରେ ମା…

add-all

ଭଞ୍ଜନଗର : ଗାଙ୍ଗପୁର ଥାନା ଅଂଚଳ ନିକଟ ଡ଼େଙ୍ଗାପଦର ଗ୍ରାମର ବସଷ୍ଟାଣ୍ଡରେ ବସିଥିଲେ ଜଣେ ମହିଳା ଓ ସାଥିରେ ଥିଲେ ଦେଢ଼ ବର୍ଷର ଶିଶୁ କନ୍ୟା । ଅସହାୟ ଅବସ୍ଥାରେ କାନ୍ଦୁଥିଲେ । ଘଟଣାରୁ ଜଣାପଡିଲା ଯେ ମହିଳା ଜଣଙ୍କ ନାମ ରଶ୍ମିତା ବେହେରା ସ୍ୱାମୀ ଦ୍ୟୁତିକୃଷ୍ଣ ଡାକୁଆ ଗ୍ରାମ ଗାଙ୍ଗପୁର ଥାନା ଅନ୍ତର୍ଗତ ଡେଙ୍ଗାପଦର । ଗତ ତିନି ବର୍ଷ ତଳେ ଉଭୟେ ପ୍ରେମ ବିବାହ କରିଥିଲେ ଏବଂ ଏହି ବିବାହ କୁ ଉଭୟଙ୍କ ପରିବାର ସହମତି ପ୍ରକାଶ କରିନଥିଲେ। ବିବାହ ପରେ ସେମାନେ ଭୁବନେସ୍ୱର ପରେ ଛତିଶଗଡ଼ ଯାଇଥିଲେ କିଛିଦିନ ପରେ ଅର୍ଥାତ 12 ଜୁନ ରେ ସେମାନେ ଭଞ୍ଜନଗର ବସଷ୍ଟାଣ୍ଡ କୁ ଆସିଥିଲେ କିନ୍ତୁ ସ୍ୱାମୀ ରଶ୍ମିତା ଙ୍କୁ ଭଞ୍ଜନଗରରେ ଛାଡି କୁଆଡ଼େ ଚାଲିଗଲେ ଗଲା ବେଳେ କହିଗଲେ ତୁ ତୋ ବାପା ଘରକୁ ଯା କି କୁଆଡେ ଯାଉଛୁ ଯା ଏବଂ ଗଲା ବେଳେ ନିଜର ସମସ୍ତ ଲୁଗାପଟା ଓ ସହ ସମସ୍ତ କାଗଜପତ୍ର ନେଇ ଚାଲିଗଲେ । ଏହାପରେ ରଶ୍ମିତା ନିଜ ବାପା ଘରକୁ ଗଲେ ଓ ବାପା ଘରେ ପ୍ରବେଶ କରିବାକୁ ବାରଣ କଲେ ଓ କହିଲେ କୁଳ ସମାଜ କଣ କହିବେ। ତାପରେ ସେ ଶଶୁର ଘରକୁ ଗଲେ ଶାଶୁ ଶଶୁର ମଧ୍ୟ ଘରକୁ ପ୍ରବେଶ କଲେନାହିଁ ବର୍ତ୍ତମାନ ତିନି ଦିନ ହେଲା ନିଜ ଶିଶୁ କନ୍ୟାକୁ ଧରି ଭଞ୍ଜନଗର ବସ ଷ୍ଟାଣ୍ଡ ଅଛନ୍ତି । ରଶ୍ମିତା ବର୍ତ୍ତମାନ ମିଡ଼ିଆ ମାଧ୍ୟମରେ ଗୁହାରି କରୁଛନ୍ତି ତାଙ୍କୁ ନ୍ୟାୟ ଟିକିଏ କରିଦିଅ । ଏଇଠି ପ୍ରଶ୍ନ ଉଠୁଛି ଯେ ଜନ୍ମ କାଲା ବାପା କୁଳ ନୀତିକୁ ଡରି ଝିଅକୁ
ପର କରି ଘରକୁ ପୁରାଉ ନାହିଁ ତାହେଲେ ନିଜ କୁଳ ସେହି ଝିଅକୁ ଥାଇଥାନ କରୁ ବୋଲି ବୁଦ୍ଧି ଜିବି ମାନେ କୁଳକୁ ପ୍ରଶ୍ନ କରିଛନ୍ତି l

ad-week
Leave A Reply

Your email address will not be published.