ବଣ୍ଡାଘାଟି ରୁ ରାଇସିନା ହିଲ୍ : ମହାମହିମଙ୍କୁ ଭେଟି ଭାବାବେଗ ହେଲେ ପୃଥିବୀର ପ୍ରଥମ ଜନଜାତିର ମହିଳା ପୁରୁଷ…

add-all

ମାଲକାନଗିରି ଖଇରପୁଟ,: ଗତ ୧୦ ଦିନ ପୂର୍ବେ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟି ଅଞ୍ଚଳରୁ ୧୭ ଜଣ ବଣ୍ଡା ପୁରୁଷ ଓ ମହିଳା ମାନେ ମହାମହିମ ରାଷ୍ଟ୍ରପତିଙ୍କ ଆହ୍ୱାନ କ୍ରମେ ଦିଲ୍ଲୀ ବୁଲି ଯାଇଥିଲୋ ଏହି ବଣ୍ଡା ପୁରୁଷ ଓ ମହିଳା ମାନେ ଗତ ଦୁଇଦିନ ହେଲା ନିଜ ଅଞ୍ଚଳକୁ ଫେରିଛନ୍ତିା ଗତ ୧୦ ତାରିଖ ଦିନ ଏହି ପରୁଷ ମହିଳା ମାନେ ଦିଲ୍ଲୀ ଠାରେ ପହଞ୍ଚି ୧୧ ତାରିଖ ଦିନ ସଂସଦ ଭବନ ବୁଲି ଦେଖିଥିଲୋ ୧୨ ତାରିଖ ଦିନ ରାଷ୍ଟ୍ରପତି ଭବନ ବୁଲିବା ସହ ରାଷ୍ଟ୍ରପତିଙ୍କ ସହ ଫଟୋ ଉଠାଇ ସଭା କାର୍ଯ୍ୟରେ ଯୋଗ ଦେଇଥିଲୋ ଏହି ଅବସରରେ ବଣ୍ଡାମାନଙ୍କ ପାରମ୍ପରିକ ମାଳା ରାଷ୍ଟ୍ରପତିଙ୍କୁ ବଣ୍ଡା ଯୁବତୀ ମାନେ ପିନ୍ଧାଇଥିଲୋ ବଣ୍ଡାମାନଙ୍କ ପାରମ୍ପରିକ ବେଶଭୁଷାକୁ ସାରା ଦେଶରୁ ଆସିଥିବା ଆଦିମ ଜନଜାତିକୁ ମନ୍ତ୍ରମୁଗ୍ଧ କରିଥିଲ।। ଏହା ଛଡା ଦିଲ୍ଲୀ ସ୍ଥିତ ବିଭିନ୍ନ ଦର୍ଶନୀୟ ସ୍ଥାନ, ମଧ୍ୟ ପରିଭ୍ରମଣ କରିଥଇଲୋ ଏମାନଙ୍କ ସହ ମାର୍ଗଦର୍ଶକ ଭାବେ ପ୍ରକଳ୍ପ ପରିଚାଳକ ଅଜିତ କୁମାର ସାହୁ ଯାଇଥିଲୋ ଫେରିବା ପରେ ବଣ୍ଡା ପୁରୁଷ ଓ ମହିଳା ଆଦିବାସୀ ଉନ୍ନୟନ ମନ୍ତ୍ରାଳୟ, ଭାରତ ସରକାର, ରାଷ୍ଟ୍ରପତି କାର୍ଯ୍ୟାଳୟ ଓ ଓଟିଇଏଲପି ସଂସ୍ଥାକୁ ଧନ୍ୟବାଦ ଅର୍ପଣ କରିଥିବା ସହ ଖୁସି ପ୍ରକଟ କରିଛନ୍ତି ।

ad-week
Leave A Reply

Your email address will not be published.