ଭୀଷଣ ଗ୍ରୀଷ୍ମ ପ୍ରବାହ: ଉତ୍ତର ପ୍ରଦେଶ ଓ ବିହାରରେ ୯୮ ଜଣଙ୍କ ମୃତ୍ୟୁ

add-all

ପାଟନା : ଭୀଷଣ ଗ୍ରୀଷ୍ମ ପ୍ରବାହ ଯୋଗୁ ଉତ୍ତର ପ୍ରଦେଶ ଓ ବିହାରରେ ଗତ ତିନି ଦିନରେ ୯୮ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।
ଏହି ୯୮ ଜଣଙ୍କ ମଧ୍ୟରୁ ୫୪ ଜଣ ଉତ୍ତର ପ୍ରଦେଶର ହୋଇଥିବା ବେଳେ ୪୪ ଜଣ ବିହାରର। ଉତ୍ତର ପ୍ରଦେଶର କେବଳ ବଲିୟା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ ତିନି ଦିନରେ ଏହି ୫୪ ଜଣଙ୍କର ମୃତ୍ୟୁ ଘଟିଛି। ଜୁନ୍ ୧୫ ତାରିଖରେ ୨୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୬ରେ ୨୦ ଓ ୧୭ ତାରିଖ ଅପରାହ୍ନ ୪ଟା ସୁଦ୍ଧା ୧୧ ଜଣଙ୍କ ମୃତ୍ୟୁ ଘଟିଛି।
ବଲିୟା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ ତିନି ଦିନରେ ୪୦୦ ଲୋକଙ୍କୁ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କାହାର ଜ୍ୱର ହୋଇଛି ତ କାହାର ନିଃଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେଉଛି ଓ ଆଉ କାହାର ଅନ୍ୟାନ୍ୟ ସମସ୍ୟା ରହିଛି ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି।
ବଲିୟା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ମେଡିକାଲ ଅଫିସର (ସିଏମ୍‌ଓ) ଡାକ୍ତର ଜୟନ୍ତ କୁମାର କହିଛନ୍ତି, ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଅଧିକାଂଶ ରୋଗୀଙ୍କ ବୟସ ୬୦ରୁ ଅଧିକ। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର କିଛି ନା କିଛି ରୋଗ ରହିଛି। ଆଉ ଭୀଷଣ ଖରା ଯୋଗୁ ସେମାନଙ୍କ ଅବସ୍ଥା ଖରାପ ହୋଇଯାଇଛି। ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ହୃଦ୍‌ଘାତ, ବ୍ରେନ୍ ଷ୍ଟ୍ୟୋକ ଓ ଝାଡ଼ାବାନ୍ତି ହୋଇଥିଲା।
ସେହିପରି ବଲିୟା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ମେଡିକାଲ ଅଧୀକ୍ଷକ ଦିବାକର ସିଂହ କହିଛନ୍ତି ଯେ ହୃଦ୍‌ଘାତକୁ ରୋକିବାକୁ ରୋଗୀ ଓ ଡାକ୍ତରଖାନା କର୍ମଚାରୀଙ୍କ ପାଇଁ ଫ୍ୟାନ୍‌, କୁଲର ଓ ଏସିର ବ୍ୟବସ୍ଥା କରାଯାଇଛି। ରୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଡାକ୍ତରଖାନାରେ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ସଂଖ୍ୟା ବଢ଼ାଇ ଦିଆଯାଇଛି।
ବିହାରରେ ଯେଉଁ ୪୪ ଜଣଙ୍କର ଭୀଷଣ ଗ୍ରୀଷ୍ମପ୍ରବାହ ଯୋଗୁ ମୃତ୍ୟୁ ହୋଇଛି ସେମାନଙ୍କ ମଧ୍ୟରୁ ରାଜଧାନୀ ପାଟନାରୁ କେବଳ ୩୫ ଜଣ ଅଛନ୍ତି। ଏହି ୩୫ ଜଣଙ୍କ ମଧ୍ୟରୁ ନାଳନ୍ଦା ମେଡିକାଲ କଲେଜ ଓ ହସ୍‌ପିଟାଲରେ ୧୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୬ ଜଣଙ୍କର ପାଟନା ମେଡିକାଲ କଲେଜ ଓ ହସ୍‌ପିଟାଲରେ ମୃତ୍ୟୁ ଘଟିଛି। ବାକି ୯ ଜଣ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ ପ୍ରାଣ ହରାଇଛନ୍ତି।

ad-week
Leave A Reply

Your email address will not be published.