କୋର୍ଟରେ ଆତ୍ମସମର୍ପଣ କଲେ ଅମୀଷା ପଟେଲ

add-all

ନୂଆଦିଲ୍ଲୀ : ଏକ ଚେକ୍ ବାଉନ୍ସ ମାମଲାରେ ଶନିବାର ବଲିଉଡ୍ ଅଭିନେତ୍ରୀ ଅମୀଷା ପଟେଲ ରାଞ୍ଚିର ଏକ କୋର୍ଟରେ ଆତ୍ମସମର୍ପଣ କରିଥିଲେ। କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିବା ସହିତ ଜୁନ୍ ୨୧ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ମାମଲାଟି ୨୦୧୮ର। ଝାଡ଼ଖଣ୍ଡର ଚଳଚ୍ଚିତ୍ର ପ୍ରଯୋଜକ ଅଜୟ କୁମାର ସିଂହଙ୍କ ଅଭିଯୋଗକ୍ରମେ ଅଭିନେତ୍ରୀ ଅମୀଷା ପଟେଲଙ୍କ ନାଁରେ ଠକେଇ ମାମଲା ରୁଜୁ ହୋଇଥିଲା।
ଅଭିଯୋଗ ଅନୁସାରେ, ‘ଦେଶୀ ମ୍ୟାଜିକ୍’ ନାଁରେ ଏକ ଫିଲ୍ମ ନିର୍ମାଣ ପାଇଁ ଅମୀଷା ପଟେଲଙ୍କ ବ୍ୟାଙ୍କ ଏକାଉଣ୍ଟକୁ ଅଜୟ କୁମାର ସିଂହ ଅଢ଼େଇ କୋଟି ଟଙ୍କା ଟ୍ରାନ୍ସଫର କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ପ୍ରୋଜେକ୍ଟଟି ଆଗେଇ ପାରି ନଥିଲା। ଫିଲ୍ମ ନିର୍ମାଣରେ ଅହେତୁକ ବିଳମ୍ବ ହେଉଥିବା ଦେଖି ଅଜୟ କୁମାର ସିଂହ ତାଙ୍କ ଟଙ୍କା ଫେରସ୍ତ କରିବାକୁ ଅମୀଷା ପଟେଲଙ୍କୁ କହିଥିଲେ। ଅମୀଷା ତାଙ୍କୁ ଦୁଇଟି ଚେକ୍‌ ଦେଇଥିଲେ। କିନ୍ତୁ ଦୁଇଟି ଯାକ ବାଉନ୍ସ ହୋଇଥିଲା। ତା’ପରେ ଅମୀଷା ଆଉ ଧରାଛୁଆଁ ଦେଇ ନଥିଲେ। ଓଲଟି ଧମକଚମକ ଦେଇଥିଲେ। ଏଣୁ ଅଜୟ କୁମାର ସିଂହ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ଅମୀଷାଙ୍କୁ ଏକାଧିକ ଥର ସମନ ଜାରି କରାଯାଇଥିଲା। କିନ୍ତୁ ସେ ଆସି ନଥିଲେ। ଏହା ପରେ କୋର୍ଟ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରିଥିଲେ। ଶେଷରେ ଗତକାଲି ଅମୀଷା ପଟେଲ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ଆଗକୁ ତାଙ୍କର ଫିଲ୍ମ ‘ଗଦ୍ଦର ୨’ ରିଲିଜ ହେବାକୁ ଥିବା ବେଳେ ଅମୀଷା କୋର୍ଟରେ ଆତ୍ମସମର୍ପଣ କରିଥିଲେ। ଏହି ଫିଲ୍ମ ମାଧ୍ୟମରେ ଅମୀଷା ବଲିଉଡ୍‌କୁ କମ୍‌ବ୍ୟାକ କରିବେ।

ad-week
Leave A Reply

Your email address will not be published.