ସିକିମରେ ବନ୍ୟା ଯୋଗୁଁ ଅତଡ଼ା ଧସିବାରୁ ଫସି ଯାଇଥିବା ପ୍ରାୟ ୨ ହଜାର ପର୍ଯ୍ୟଟକ ଉଦ୍ଧାର

add-all

ଗାଙ୍ଗଟକ : ସିକିମରେ ବନ୍ୟା ଯୋଗୁଁ ଅତଡ଼ା ଧସିବାରୁ ଫସି ଯାଇଥିବା ପ୍ରାୟ ୨ ହଜାର ପର୍ଯ୍ୟଟକ ଉଦ୍ଧାର ହୋଇଛନ୍ତି। ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ଯାହା ସଫଳ ହୋଇଛି। ଗତକାଲି ସିକିମର ଚୁଙ୍ଗଥାଙ୍ଗ୍ ଅଂଚଳରେ ପ୍ରବଳ ବର୍ଷା ପରେ ଅଚାନକ ବନ୍ୟା ଆସି ରାସ୍ତା ଧୋଇଯାଇଥିଲା । ଏହା ପରେ ଅତଡ଼ା ଖସିବା ଆରମ୍ଭ ହୋଇଯାଇଥିଲା। ଏଥିଯୋଗୁଁ ହଜାର ହଜାର ପର୍ଯ୍ୟଟକ ଫସି ରହିଥିଲେ।
ବର୍ଡର ରୋଡସ ଅର୍ଗାନାଇଜେସନ ପକ୍ଷରୁ ପ୍ରତିକୂଳ ପରିସ୍ଥିତିରେ ସାରା ରାତି ଉଜାଗର ରହି ଅସ୍ଥାୟୀ ବ୍ରିଜ୍ ନିର୍ମାଣ କରାଯାଇଛି । ଏଥିରେ ବର୍ତ୍ତମାନ ସୁଦ୍ଧା ୩ ଶହ ପର୍ଯ୍ୟଟକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି। ଏବେବି ବହୁ ସଂଖ୍ୟକ ପର୍ଯ୍ୟଟକ ଦୁର୍ଗମ ଅଞ୍ଚଳରେ ଫସି ରହିଛନ୍ତି।
ବିଆରଓ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ନିର୍ମାଣ ଚାଲିଛି। ଗତକାଲି ସିକିମ୍ ପେଗଙ୍ଗ ଅଞ୍ଚଳରେ ଫ୍ଲାସ୍ ଫ୍ଲଡ୍ ଏବଂ ଭୂସ୍ଖଳନ ଯୋଗୁଁ ଜାତୀୟ ରାଜପଥ ଧୋଇଯାଇଛି। ଏଥି ଯୋଗୁଁ ଅନେକ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

ad-week
Leave A Reply

Your email address will not be published.