ମାଛ ଧରି ଫେରୁଥିବା ବେଳେ ମଝି ସମୁଦ୍ରରେ ଓଲଟିଲା ବୋଟ, ଜଣେ ମୃତ

add-all

ବାଲେଶ୍ୱର: ମଝି ସମୁଦ୍ରରେ ବୋଟ ଓଲଟି ଜଣେ ମୃତ। ସୁରକ୍ଷିତ ଭାବେ ଉଦ୍ଧାର ହେଲେ ୬ ଧୀବର। ବାଲେଶ୍ୱର ଜିଲ୍ଲା କଷାଫଳ ମୁହାଣରେ ଅଘଟଣ। ଗଭୀର ସମୁଦ୍ରରୁ ଧୀବରମାନେ ମାଛ ମାରି ଫେରୁ ଥିବା ବେଳେ ଉଚ୍ଚ ଜୁଆର ଯୋଗୁଁ ଡଙ୍ଗା ବୁଡ଼ିଯାଇଥିଲା।

ଉଚ୍ଚ ଜୁଆରରେ ଡଙ୍ଗା ଓଲଟିବାରୁ ଧୀବରମାନେ ସମୁଦ୍ର ପାଣିରେ ଭାସି ଯାଇଥିଲେ। ଦୀର୍ଘ ଦେଢ ଘଣ୍ଟା ଧରି ସମୁଦ୍ର ପାଣିରେ ଭାସୁଥିବା ବେଳେ ଅନ୍ୟ ଡଙ୍ଗା ସହାୟତାରେ ସମୁଦ୍ରରୁ ଉଦ୍ଧାର ହୋଇଥିଲେ। ଏନେଇ କଷାଫଳ ସାମୁଦ୍ରିକ ଥାନାକୁ ଯୋଗାଯୋଗ କରାଯାଇଥିଲା। ଗତ ରାତି ପ୍ରାୟ ୨ଟାରେ ମଝି ସମୁଦ୍ରରେ ଏଭଳି ଅଘଟଣ ଘଟିଛି। ମୃତକ ଜଣକ କଷାଫଳ ଗାଁର କାଳୀପଦ ମାର୍ଣା ବୋଲି ଜଣାପଡ଼ିଛି।

ad-week
Leave A Reply

Your email address will not be published.