ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୫ତମ ଶ୍ରାଦ୍ଧୋତ୍ସବ

add-all

ଫୁଲବାଣୀ : ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଆଜି ୯୫ତମ ଶ୍ରାଦ୍ଧ ଦିବସ। ଏହି ଅବସରରେ ବାଲିଗୁଡା ଠାରେ  ତିଳତର୍ପଣ ଓ ଫୁଲବାଣୀ ଠାରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଶେଷଦେବ ମିଶ୍ର, ସିଏସଓ ଅନାଥ ଚରଣ ସ୍ଵାଇଁ, ଆଇନଜିବୀ ବିଜୟ କୃଷ୍ଣ ପଟ୍ଟନାୟକ, ପ୍ରେସ କ୍ଲବ ସଭାପତି ସୁନୀଲ କୁମାର ପଟ୍ଟନାୟକ, ସମ୍ପାଦକ ପ୍ରଶାନ୍ତ ବେହେରା, ଜାଗ୍ରତ କନ୍ଧମାଳର ପ୍ରତିଷ୍ଠାତା ସତ୍ୟ ନାରାୟଣ ବେହେରା, କଣ୍ଠଶିଳ୍ପୀ ତଥା ସମାଜସେବୀ ଜଳନ୍ଧର ବେହେରା, ବରିଷ୍ଠ ନାଗରିକ ସଙ୍ଘର ସମ୍ପାଦକ ପ୍ରଣବ ମଣ୍ଡଳ,ଆଇନଜିବି ତଥା ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀ, ପ୍ରଶାନ୍ତ ଜେନା, କ୍ଷିତିଶ ମଲ୍ଲିକ ପ୍ରମୁଖଙ୍କ ସମେତ ଟିମ୍ ହ୍ୟୁମାନିଟି କନ୍ଧମାଳର ଆବାହକ ଭି. ଲୋକନାଥ ରାଜୁ, ଆରାନ ବେହେରା, ଜ୍ୟୋତିର୍ମୟୀ ରଣା, ରିତେଶ ସାହୁ, ମହେଶ୍ୱର ପାତ୍ର, ଅନୁପ ବିକ୍ରମ ପାତ୍ର, ରବୀନ୍ଦ୍ର ମହାରଣା, ଅସିତ ମେକପ, ଚି଼ନମୟଜୀତ  ମେକପ ଏବଂ ଅନ୍ୟ ମାନେ ଉପସ୍ଥିତ ଥିଲେ l କନ୍ଧମାଳ ଜିଲ୍ଲା ପ୍ରତିନିଧି ଅଶୋକ କୁମାର ମହାନ୍ତି ପରିଚାଳନା କରିଥିଲେ।ପରେ ଫୁଲବାଣୀ ସ୍ଥିତ ରକ୍ତ ଭଣ୍ଡାରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା l ଏହି ଶିବିରରେ ଉପଜିଲ୍ଲାପାଳ ଶେଷଦେବ ମିଶ୍ର ଉଦଘାଟନ କରିବା ସହ ରକ୍ତଦାନ ମଧ୍ଯ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ
ଆସିଷ୍ଟାଣ୍ଡ କଲେକ୍ଟର ବିବେକାନନ୍ଦ ସାମଲ, ଜନ ସ୍ଵାସ୍ଥ୍ୟ ଯୋଗା ଯୋଗ ଅଧିକାରୀ ଧର୍ମେନ୍ଦ୍ର ତାଣ୍ଡି, ପୌରପରିଷଦ ନିର୍ବାହୀ ଅଧିକାରୀ ବଳଦେବ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l ମୋଟ ୨୬ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା l ଆସନ୍ତା କାଲି ଜଗନ୍ନାଥ ମନ୍ଦିର ପରିସରରେ ସଫେଇ କାର୍ଯ୍ୟକ୍ରମ ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରହିଛି ସପ୍ତାହ ବ୍ୟାପୀ କରାଯିବ ବୋଲି ସାମ୍ବାଦିକ ଅଶୋକ ମହାନ୍ତି ପ୍ରକାଶ କରିଛନ୍ତି l

ad-week
Leave A Reply

Your email address will not be published.