ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ତିରୋଧାନ ଦିବସ ପାଳିତ

add-all

ମାଲକାନଗିରି (୧୮.୦୬) : ଜିଲ୍ଲା ପ୍ରଶାସନ ଏବଂ ଲୋକ ସେବକ ମଣ୍ଡଳ ତଥା ସମାଜ ପକ୍ଷରୁ ଆଜି ଜିଲ୍ଲାରେ ପୁଣ୍ୟାତ୍ମା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଉପ ଜିଲ୍ଲାପାଳ ଡ଼ଃ ଅକ୍ଷୟ କୁମାର ଖେମୁଣ୍ଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରୁଣା କୋର୍ଟ ପରିସରରେ ଥିବା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଛନ୍ତି। ଡ଼ଃ ଖେମୁଣ୍ଡୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଥିଲେ ଯେ ଓଡ଼ିଆ ଜାତି ପାଇଁ ଏକ ସଂକଳ୍ପସ୍ନାତ ଓ ଉତ୍ସର୍ଗୀକୃତ ପ୍ରାଣସତ୍ତା ସହ ସେ ଏକ ଅନୁଷ୍ଠାନ ଥିଲେ । ଉତ୍କଳମଣି ଗୋପବନ୍ଧୁ ଦାସ ଓଡ଼ିଶାର ଜଣେ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ, କବି, ଲେଖକ ଓ ଭାଷା ଆନ୍ଦୋଳନର ପୁରୋଧା ଥିଲେ ।ତାଙ୍କୁ ଅନୁସରଣ କରି ଏ ଜାତିର ଇତିହାସ ଲେଖା ଯାଇଥିଲା।ଓଡ଼ିଶା ଲୋକଙ୍କର ଦୁର୍ଦ୍ଦଶା, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ଅହିଂସା ଆନ୍ଦୋଳନ, ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା ଓ ଭାରତୀୟ ଜାତୀୟ କଂଗ୍ରେସର ଆଭିମୁଖ୍ୟ ପ୍ରଚାର ତଥା ଜନସାଧାରଣଙ୍କୁ ଅବଗତ କରାଇବା ନିମନ୍ତେ ସେ ୧୯୧୯ ଅକ୍ଟୋବର ମାସ ୪ ତାରିଖ ଦଶହରା ତିଥିରେ ସାପ୍ତାହିକ ସମାଜ ଖବରକାଗଜ ପ୍ରକାଶ କରିଥିଲେ । ତାଙ୍କ ନିକଟରେ ଓଡ଼ିଆ ଜାତି ଚିର ଉପକୃତ ରହିବ ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି।
ଏହି ଅବସରରେ ସର୍କିଟ ହାଉସ ପ୍ରାଙ୍ଗଣ ରେ ଥିବା ଉତ୍କଳମଣି ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ରେ ମଧ୍ୟ ମାଲ୍ୟାର୍ପଣ କରାଯାଇଛି। ଏହି ଅବସରରେ ଉତ୍କଳ ସମ୍ମିଳନୀ ର ଆଜୀବନ ସଦସ୍ୟ ରବୀନ୍ଦ୍ର ମହାରଣା ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ପ୍ରମିଳା ମାଝୀ, ରଞ୍ଜନ ସ୍ବାଇଁ, ପ୍ରକାଶ ପଟ୍ଟନାୟକ, ରଞ୍ଜନ ମହାନ୍ତି, ବାର ଏସୋସିଏସନ୍ ସଭାପତି ଓ ସଦସ୍ୟଗଣ, ବୁଦ୍ଧିଜୀବୀ ଏବଂ ଛାତ୍ର ଛାତ୍ରୀ ଉପସ୍ଥିତ ରହି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ସ୍ମୃତିଚାରଣ କରିଥିଲେ।

ad-week
Leave A Reply

Your email address will not be published.