ସାପ କାମୁଡ଼ାରେ ଯୁବକ ଗୁରୁତର

add-all

ଚିକିଟୀ : କରବାଲୁଆ ସତ୍ୟନଗର ନିକଟ ଖେଳ ପଡ଼ିଆରେ କ୍ରିକେଟ ଖେଳ ଚାଲିଥିବା ବେଳେ ଅପରାହ୍ନ ପ୍ରାୟ ୫ଟା ରେ ବୁଢ଼ାସାପ ଉପରେ ଗୋଡ଼ ପଡି ସୀମାଞ୍ଚଳ ବେହେରା ନାମକ ଯୁବକ (୨୩)ଆହତ ହୋଇଥିବା ଜଣାପଡିଛି।ଯୁବକ ଜଣକ କରବାଲୁଆ ନୂଆ ସାହି ସ୍ଥିତ ଲଡୁ ବେହେରାଙ୍କ ପୁଅ ବୋଲି ଜଣାପଡିଛି।ସୂଚନା ପ୍ରକାରେ ସୀମାଞ୍ଚଳ କ୍ରିକେଟ ବୋଲ କୁ ପିଛା କରି ଦୌଡିଥିବା ବେଳେ ଏକ ବୁଢ଼ାସାପ ଉପରେ ଗୋଡ ପଡିଯିବାରୁ ସାପ କାମୁଡି ଦେଇଥିବା ଜଣାପଡିଛି।ତାକୁ ସାଙ୍ଗେ ସାଙ୍ଗେ ଚିକିଟୀ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲୁରହିଛି।ଆବଶ୍ୟକ ସ୍ଥଳେ ବ୍ରହ୍ମପୁର ସ୍ଥାନାନ୍ତର ହେବ ବୋଲି ସୂଚନା ମିଳିଛି।

ad-week
Leave A Reply

Your email address will not be published.