ରଥରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି

add-all

କାଶିପୁର (୨୦/୬) : ରାୟଗଡା ଜିଲ୍ଲା କାଶିପୁର ଓ ଟିକିରି ରେ ଆଜି ପବିତ୍ର ରଥଯାତ୍ରା ପାଳିତହୋଇଯାଇଛି। ଏହି ନବଦିନାତ୍ମକ ଯାତ୍ରାରେ ଭଉଣୀ ଭାଇଙ୍କୁ ସାଙ୍ଗରେ ଧରି ଚତୁର୍ଦ୍ଧାମୂର୍ତ୍ତି ଗୁଣ୍ଡିଚା ମନ୍ଦିରକୁ ବାହାରିଛନ୍ତି । ନିର୍ଦ୍ଧାରିତ ସମୟରେ ଶ୍ରୀଜିଉଙ୍କ ସକାଳ ଧୂପ ଭୋଗ ପରେ ରଥ ପ୍ରତିଷ୍ଠା କାର୍ଯ୍ୟ ହୋଇଥିଲା । ଏହାପରେ ଆରମ୍ଭ ହୋଇଥିଲା ଶ୍ରୀଜିଉଙ୍କ ପହଣ୍ଡି ବିଜେ। ଧାଡ଼ି ପହଣ୍ଡିରେ ରଥକୁ ବିଜେ କରିଥିଲେ ଶ୍ରୀଜିଉ। ପ୍ରଥମେ ଶୁର୍ଦଶନ ତାପରେ ବଳଭଦ୍ରଙ୍କ ପହଣ୍ଡି ହୋଇ ରଥାରୂଢ଼ ହୋଇଥିଲେ। ପରେ ମା’ ସୁଭଦ୍ରାଙ୍କ ପହଣ୍ଡି ହୋଇ ରଥାରୂଢ଼ କରାଯାଇଥିଲା। ଶେଷରେ ମହାବାହୁ ଜଗତର ନାଥ ଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହୋଇ ରଥାରୂଢ଼ ହୋଇଥିଲେ।

ଏହି ସମୟରେ ଟିକିରି ପୋଲିସ ଓ ଟିକିରି ଅଞ୍ଚଳର ଯୁବକ ମାନେ ଯେପରି କୌଣସି ବିଶୃଙ୍ଖଳା ନହେବ ଏହି ନେଇ ବହୁତ ସହଯୋଗ କରି ଶାନ୍ତି ଶୃଙ୍ଖଳାର ସହ ଥର ଟଣା ଶେଷ ହୋଇଥିଲା । ଭଜହରି ସଂକୀର୍ତ୍ତନ ମଣ୍ଡଳି ଦ୍ଵାରା କୀର୍ତ୍ତନ କରାଯାଇ ରଥରୁ ମନ୍ଦିରକୁ ସହଣ୍ଡି ବିଜେ କରାଯାଇଥିଲା।

ad-week
Leave A Reply

Your email address will not be published.