ବଜାର ରାସ୍ତା ପ୍ରଶସ୍ତକରଣର କାର୍ଯ୍ୟ ଦେଢ଼ମାସ ବିତିଗଲାଣି ହେଲେ ଅଧ ପନ୍ତରିଆ ଭାବେ ପଡି ରହିଛି ଡ୍ରେନ କାମ

add-all

ଦାରିଙ୍ଗବାଡ଼ି, ୨୧/୦୬ : ଦାରିଙ୍ଗବାଡ଼ି ବ୍ଲକର ଦ୍ୱିତୀୟ ବୃହତ୍ତମ ବଜାର ଭାବେ ବ୍ରାହ୍ମଣୀଗାଁ ପରିଚିତ। ଗମନା ଗମନର ସୁବ୍ୟବସ୍ଥା କରିବାକୁ ଯାଇ ରାଜ୍ୟ ସରକାର ୩ କୋଟିରୁ ଉର୍ଦ୍ଧ ଟଙ୍କା ପୂର୍ତ୍ତ ବିଭାଗ ମାଧ୍ୟମରେ ବ୍ୟୟ ବରାଦ କରିଛନ୍ତି। ଏହି ପରି ପ୍ରେକ୍ଷୀର ଏକ ଠିକା ସଂସ୍ଥା ମାଧ୍ୟମରେ ବ୍ରାହ୍ମଣୀଗାଁ ବଜାର ପ୍ରଶସ୍ତ କାମ ମଇ ମାସ ୬ ତାରିଖରେ ଆରମ୍ଭ ହେଲା। ହେଲେ ଦେଢ଼ ମାସରୁ ଅଧିକ ହେଲା ଆଜ ଯାଏ ଡ୍ରେନକାମ ପୂର୍ଣାଙ୍ଗ ହୋଇ ପାରିଲା ନାହିଁ। ଯାହାରି ଫଳରେ ବ୍ୟବସାୟୀ ଗୋଷ୍ଠୀଙ୍କ ସହିତ ଅଞ୍ଚଳର ସାଧାରଣ ଜନତା ନାହିଁ ନଥିବା ହଇରାଣ ହରକତ ହେଉଥିବା ଦାବୀ ହେଉଛି। କାମର ବିଳମ୍ବ ନେଇଁ ଠିକା ସଂସ୍ଥାର କର୍ମଚାରୀଙ୍କୁ ପଚରା ଯିବାରୁ କାମ କରା ଯାଇଥିବା କାମର ଅଗ୍ରୀମ ଟଙ୍କା ବିଭାଗୀୟ ଅଧିକାରୀ ବିଲ କରି ନଥିବାରୁ କାମ ବନ୍ଦ ରଖାଯାଇଛି କହିଥିବା ଖବର ହସ୍ତ ଗତ ହୋଇଛି।

ଖବର ନେବାରୁ ଜଣା ପଡିଛି ଯେ ବିଡିଓ, ତହସିଲଦାର, ପୂର୍ତ୍ତ ବିଭାଗ କନିଷ୍ଟ ଯନ୍ତ୍ରୀ, ଠିକା ସଂସ୍ଥା କର୍ମଚାରୀ ଓ ବଜାରର ଛୋଟ ମୋଟ ବ୍ୟବସାୟୀଙ୍କୁ ନେଇଁ ରାସ୍ତା ପ୍ରଶସ୍ତ କାର୍ଯ୍ୟ ଆରମ୍ଭ ପୂର୍ବରୁ ପୂର୍ତ୍ତ ବିଭାଗ କନିଷ୍ଟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରଥମେ ବୈଠକ କରା ଯାଇଥିଲା। ହେଲେ ସେହି ସମୟରେ ଠିକା ସଂସ୍ଥା ପକ୍ଷରୁ ବଜାର ରାସ୍ତା ପ୍ରଶସ୍ତ କାମ ଏକ ମାସରେ ସାରିବାକୁ ପ୍ରତିଶୃତି ଦେଇଥିଲେ। ହେଲେ ଠିକା ସଂସ୍ଥାର ଅବହେଳା ହେଉକି ପୂର୍ତ୍ତ ବିଭାଗ ଅଧିକାରୀଙ୍କ ଅବହେଳାରୁ ଅଧ ପନ୍ତରିଆ ଭାବେ ବାଜାର ଡ୍ରେନ କାମ ହେଉକି ରାସ୍ତା ପ୍ରଶସ୍ତ କାମ ଅଧା ପନ୍ତରୀୟ ଭାବେ ପଡି ରହିଛି। ଦୀର୍ଘ ଦେଢ଼ ମାସ ବିତି ଯାଇଥିଲେ ସୁଧା ଆଜ ଯାଏ ବଜାରର ଡ୍ରେନ କାମ ଅଧ ପନ୍ତରୀୟା ଭାବେ ପଡି ରହିଛି। କିଛି ଭାଗ ହୋଇ ଥିବା ଡେନ ଉପରେ ସିମେଣ୍ଟ କଂକ୍ରିଟର ପ୍ଲେଟ ପଡି ଥିବା ବେଳେ ବହୁ ଭାଗ ପୁଙ୍ଗୁଳା ହୋଇ ରହିଛି। ସେହିପରି ବଜାର ରାସ୍ତା ପ୍ରଶସ୍ତ ପାଇଁ ରାସ୍ତାର ଉଭୟ ପାର୍ଶ୍ଵରେ ମେଟାଲ ବିଛା ଯାଇଛି ହେଲେ ଚାରି ଚକିୟା ଯାନବାହନ ଚଳାଚଳ ବେଳେ ମୋଟର ସାଇକେଲ ଚାଳକ ମାନେ ବଡ଼ ଗାଡି ଘୋଡାକୁ ସାଇଡ ଦେବା ବେଳେ ବିଛା ଯାଇଥିବା ମେଟାଲରେ ସ୍ଲିପ ହୋଇ ପଡି ଯାଉଥିବା ଅଭିଯୋଗ ହୋଇଛି। ଏଣୁ ବିଭାଗୀୟ ଅଧିକାରୀ ଠିକାଦାର କରିଥିବା କାର୍ଯ୍ୟକୁ ଦୃଷ୍ଟି ଦେଇ କାମ କରୁ ଥିବା ଠିକା ଦାରକୁ ଅଗ୍ରୀମ ବିଲ ପଇଠ ଦେଇ ବଜାର ଡ୍ରେନ କାମ ଓ ରାସ୍ତା କାମ ଅତିଶୀଘ୍ର ପୂର୍ଣାଙ୍ଗ କରିବାକୁ ଅଞ୍ଚଳ ବାସୀ ଦାବୀ କରୁଥିବା ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.