ଲକ୍ଷ୍ମୀନୃସିଂହ କଳାମନ୍ଦିରରେ ଯୋଗଦିବସ ପାଳିତ

add-all

ହିଞ୍ଜିଳିକାଟୁ (୨୧।୬) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଲକ୍ଷ୍ମୀନୃସିଂହ କଳାମନ୍ଦିର ପରିଷରରେ ଜାଗୁଆର ଏକାଡେମୀ ଅଫ ମାର୍ଶଲ ଆର୍ଟ୍ସ( ଜେଏଏମ ଏସ) ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ। ବୁଧବାର ନବମ ଅନ୍ତର୍ଜାତୀୟ ଯୋଗ ଦିବସ । ଏହି ଅବସରରେ ହିଞ୍ଜିଳିକାଟୁ ଜାଗୁଆର ଏକାଡେମୀ ପ୍ରଶିକ୍ଷକ ଅମ୍ବିକା ପ୍ରସାଦ ଦାଶ ଙ୍କ ଅଧ୍ୟକ୍ଷତାରେ ଅନ୍ତର୍ଜାତୀୟ ଯୋଗ ଦିବସ ଉତ୍ସାହର ସହ ପାଳିତ ହୋଇଯାଇଛି । ଜାଗୁଆର ଏକାଡେମୀ ର ୪୩ ଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗର ଏକତା ଶକ୍ତି ଏବଂ ଶାରୀରିକ ଏବଂ ମାନସିକ ସୁସ୍ଥତାକୁ ପ୍ରୋତ୍ସାହିତ କରିବା ପାଇଁ ଏହାର ଲୋକପ୍ରିୟତାକୁ ପ୍ରଦର୍ଶିତ କରାଯାଇଥିଲା । ସେହିପରି ହିଞ୍ଜିଳିକାଟୁ ପୌରପରିଷଦ ଗାୟତ୍ରୀ ପରିବାର ତରଫରୁ ବରାହୀ ପାହାଡ ଉପରେ ଅନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ଯୋଗ ଦ୍ୱାରା ସୃଷ୍ଟି ହେଉଥିବା ଶକ୍ତି, ନମନୀୟତା ଏବଂ ସନ୍ତୁଳନର ଉତ୍ତମ ମିଶ୍ରଣକୁ ପ୍ରଦର୍ଶନ କରି ଅଂଶଗ୍ରହଣକାରୀମାନେ ଅତ୍ୟନ୍ତ ଏକାଗ୍ରତାର ସହ ଅନୁସରଣ କରିଥିଲେ । ଯୋଗକୁ ଦୈନନ୍ଦିନ ଜୀବନରେ ସାମିଲ କରିବା, ଶାରୀରିକ ସୁସ୍ଥତା, ମାନସିକ ସୁସ୍ଥତା, ଚାପ ହ୍ରାସ ଏବଂ ଜୀବନର ସାମଗ୍ରିକ ଗୁଣବତ୍ତା ଉପରେ ଏହାର ସକାରାତ୍ମକ ପ୍ରଭାବ ଉପରେ ଆଲୋଚନା କରାଯାଇଥିଲା ।

ad-week
Leave A Reply

Your email address will not be published.