ଏନ୍.ସି.ସି. କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ : ପୁରୁଣା ନୂଆଗାଁ ଦଳକୁ ହରାଇ ଗୁଞ୍ଜିଗାଁ ଦଳ ବିଜୟୀ

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ଗହିଙ୍ଗିଆ ଖେଳ ପଡିଆ ଠାରେ ଏନ୍.ସି.ସି. କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଉଦଘାଟନ ମ୍ୟାଚରେ ଗୁଞ୍ଜିଗାଁ ଦଳ ପୁରୁଣା ନୂଆଗାଁ ଦଳକୁ ୧୯ ରନ୍ ରେ ପରାସ୍ତ କରିଥିଲା। ଟସ୍ ଜିତି ଗୁଞ୍ଜିଗାଁ ଦଳ ନିର୍ଦ୍ଧାରିତ ୧୨ ଓଭର ରେ ୭ ଓ୍ବିକେଟ ହରାଇ ୭୮ ରନ୍ ସଂଗ୍ରହ କରିଥିଲା। ୭୯ ର ବିଜୟ ଲକ୍ଷ୍ୟ ନେଇ ଖେଳୁଥିବା ପୁରୁଣା ନୂଆଗାଁ ଦଳ ୫୯ ରନ୍ ରେ ଅଲ୍ ଆଉଟ୍ ହୋଇଯାଇଥିଲା। ଫଳରେ ୧୯ ରନ୍ ରେ ଗୁଞ୍ଜିଗାଁ ଦଳ ବିଜୟୀ ଲାଭ କରିଥିଲା ।

ଗୁଞ୍ଜିଗାଁ ଦଳର ଆଲେଖ ପ୍ରଧାନଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ରୂପେ ପୁରସ୍କୃତ କରାଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ କ.ନୂଆଗାଁ ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟା ଅନିତା ମଲିକ, ବ୍ଲକ ଉପାଧ୍ୟକ୍ଷ ଧବଳେଶ୍ଵର ପାତ୍ର ଓ ବିଜେଡି ବ୍ଲକ ସଭାପତି ଭାଗ୍ୟବାନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଖେଳକୁ ମିନୁ ସାହାଣୀ ଓ ସୁରଜ ନାୟକ ଅମ୍ପାୟାର କରିଥିଲେ। ବୁବୁ ନାୟକ, ଚନ୍ଦନ ପଣ୍ଡା, ରାକେଶ ଜେନା, ରବିନ୍ଦ୍ର ଡାକୁଆ, ହାପି ନାୟକ ଙ୍କ ସମେତ ଏନ୍.ସି.ସି. କ୍ରିକେଟ କ୍ଲବର ସମସ୍ତ ସଭ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.