
ଫୁଲବାଣୀ : ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର,ଫୁଲବାଣୀର ଚଳିତ ବର୍ଷର ମାଟ୍ରିକ ପରୀକ୍ଷାରେ ହୋଇଥିବା ଟପରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ୟୁକୋ ବ୍ୟାଙ୍କ ର ମ୍ୟାନେଜର୍ ଦିଗାଲ ଓ ପରିଚାଳନା କମିଟିର ସଭାପତି ବ୍ରଜବନ୍ଧୁ ମଲ୍ଲିକ, ସମ୍ପାଦକ ଟି ଶିବ ଶଙ୍କର ପାତ୍ର, ଅବସର ପ୍ରାପ୍ତ ଅଧ୍ୟକ୍ଷ ପୂର୍ନେନ୍ଦୁ ତ୍ରିପାଠୀ,ବିଦ୍ୟୁତ୍ ପରିଷଦର ସଭାପତି ବାସୁଦେବ ପ୍ରହରାଜ ପ୍ରମୁଖ ଉପସ୍ଥିତ ରହି ବିଦ୍ୟାଳୟର ଟପର ଯଥା ସୁଶ୍ରୀ ଅଙ୍କିତା ରାଉତ, ଲିବୁନ କୁମାର କର, ଈପ୍ସି ତା ବିଶୋୟୀ, ସ୍ନେହମୟୀ ଶାସନି, ବିଭୁ ପ୍ରସାଦ ତ୍ରିପାଠୀ, ଆୟୁଷ କୁମାର ସାହୁଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା l ନୃସିଂହ ଚରଣ ତ୍ରିପାଠୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଲିବୁନ କରଙ୍କୁ ୨୦୦୦ ଟଙ୍କା ଅର୍ଥ ରାଶି ସହ ଫଳକ ଓ ଅଙ୍କିତା ରାଉତଙ୍କୁ ମମତା ମେଧା ବୃତ୍ତି ୨୦୦୦ ଟଙ୍କା ଅର୍ଥ ରାଶି ସହ ଫଳକ ପ୍ରଦାନ କରାଯାଇଥିଲା l ପ୍ରଧାନ ଆଚାର୍ଯ୍ଯ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ଟି ଶିବ ଶଙ୍କର ପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ l ସହ ପ୍ରଧାନ ଆଚାର୍ଯ୍ଯ ବୈଜୟ ନ୍ତି ସାମନ୍ତରାୟ ସଂଯୋଜନା କରିଥିଲେ l କାର୍ଯ୍ୟକ୍ରମରେ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ସହଯୋଗ କରିଥିଲେ l