ଅରୁଆ ଚାଉଳରେ ୨ ସେମି ଉଚ୍ଚ ନନ୍ଦିଘୋଷ ଗଢିଲେ ଫୁଲବାଣୀର ପ୍ରତ୍ୟୁଷ

add-all

ଫୁଲବାଣୀ : ଅରୁଆ ଚାଉଳରେ ମାତ୍ର ୨ ସେଣ୍ଟିମିଟର ଉଚ୍ଚ ସୂକ୍ଷ୍ମ ନନ୍ଦିଘୋଷ ରଥ ଗଢ଼ିଛନ୍ତି ଫୁଲବାଣୀର ଯୁବ ଶିଳ୍ପୀ ଏନ୍. ପ୍ରତ୍ୟୁଷ କୁମାର। ଏହାର ଚଉଡ଼ା ୧.୫ ସେମି ଓ ଦୈର୍ଘ୍ୟ ୧.୯ ସେମି ରହିଛି। ପୂର୍ବରୁ ପ୍ରତ୍ୟୁଷ ୨.୪ ସେମି ଉଚ୍ଚତା ବିଶିଷ୍ଟ ଚକ୍ ଖଡିରେ ରଥ ତିଆରି କରି ରେକର୍ଡ କରିଥିଲେ।ଏଭଳି ସୂକ୍ଷ୍ମ କଳାକୃତି ସକାଶେ ପୂର୍ବରୁ ତାଙ୍କ ନାମ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛି। ଏବେ ସେ ନିଜ ରେକର୍ଡ ଭାଙ୍ଗିଥିବା ଦାବି କରିଛନ୍ତି। ଏହି କ୍ଷୁଦ୍ର କଳାକୃତି ଗଢ଼ିବା ପାଇଁ ତାଙ୍କୁ ଚାରି ଦିନ ସମୟ ଲାଗିଥିଲା। ନିଜର ଏହି ବିରଳ କଳାକୃତିକୁ ବିଭିନ୍ନ ରେକର୍ଡ ବୁକ୍ ସଂସ୍ଥାକୁ ପଠାଇବା ପାଇଁ ଯୋଜନା ରଖିଛନ୍ତି ପ୍ରତ୍ୟୁଷ।

ଫୁଲବାଣୀ ନଦୀଖଣ୍ଡି ସାହି ନିବାସୀ ଅବସରପ୍ରାପ୍ତ ସେନା କର୍ମଚାରୀ ଏନ୍. ପ୍ରେମକୁମାର ଚୌଧୁରୀ ଓ ମମତା ଚୌଧୁରୀଙ୍କ ପୁଅ ପ୍ରତ୍ୟୁଷ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟସ୍ଥିତ ଆର୍ଟ ଏଣ୍ଡ କ୍ରାଫ୍ଟ କଲେଜରୁ ଭିଜୁଆଲ ଆର୍ଟସରେ ତାଲିମ ଗ୍ରହଣ କରିଛନ୍ତି। ସମ୍ପ୍ରତି ଅହମ୍ମଦାବାଦ ଠାରେ ଗ୍ରାଫିକ୍ସ ଡିଜାଇନିଂରେ ମାଷ୍ଟର୍ସ କୋର୍ସ କରୁଛନ୍ତି। ପୂର୍ବରୁ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଜାତୀୟସ୍ତରର ‘ଫ୍ୟାସନ୍ ଏକ୍ସପ୍ଲୋଜନ’ରେ ଦ୍ବିତୀୟ ସ୍ଥାନ ହାସଲ କରିଥିଲେ। ଏହି ପରିପ୍ରେକ୍ଷୀରେ ପ୍ରତ୍ୟୁଷ ଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି।

ad-week
Leave A Reply

Your email address will not be published.