ପ୍ରାଥମିକତା ଭିତ୍ତିରେ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଆୟୁଷ୍ମାନ ଭାରତ କାର୍ଡ ପ୍ରସ୍ତୁତ କର: ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ଯୋଗୀ ଆଦିତ୍ୟନାଥ

add-all

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ଅଧିକାରୀମାନଙ୍କୁ ପ୍ରାଥମିକତା ଭିତ୍ତିରେ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଆୟୁଷ୍ମାନ ଭାରତ କାର୍ଡ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି ପିଏମ-ଜେଏୱାଇ) ଅଧୀନରେ ସରକାର ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ପ୍ରଦାନ କରୁଛନ୍ତି ଏବଂ ସମସ୍ତ ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତ କାର୍ଡ ମିଳବ।
ଗୋରଖନାଥ ମନ୍ଦିରସ୍ଥିତ ମହନ୍ତ ଦିଗବିଜୟନାଥ ସ୍ମୃତି ଭବନ ବାହାରେ ଆୟୋଜିତ ଜନତା ଦର୍ଶନକୁ ସମ୍ବୋଧିତ କରି ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଜନସ୍ୱାସ୍ଥ୍ୟ ସରକାରଙ୍କ ଦାୟିତ୍ୱ ଏବଂ ଲୋକଙ୍କ ସ୍ୱାସ୍ଥ୍ୟସେବା ଆବଶ୍ୟକତା ପୂରଣ ପାଇଁ ଆବଶ୍ୟକ ପଡ଼ିଲେ ମୁଖ୍ୟମନ୍ତ୍ରୀଙ୍କ ସ୍ୱେଚ୍ଛାକୃତ ପାଣ୍ଠିରୁ ଅତିରିକ୍ତ ପାଣ୍ଠି ପ୍ରଦାନ କରାଯାଇପାରିବ।‘
ଜନସ୍ୱାସ୍ଥ୍ୟ ଆମର ଦାୟିତ୍ୱ। ତେଣୁ ଟଙ୍କା କାହାର ଚିକିତ୍ସାରେ ବାଧକ ହେବା ଉଚିତ ନୁହେଁ। ଯେଉଁମାନଙ୍କର ଆୟୁଷ୍ମାନ କାର୍ଡ ହୋଇନାହିଁ, ସେମାନଙ୍କ ଚିକିତ୍ସା ପାଇଁ ମେଡିକାଲ କଲେଜରେ ଉନ୍ନତ ବ୍ୟବସ୍ଥା କରାଯାଉ। ଆବଶ୍ୟକ ପଡ଼ିଲେ ବଡ଼ ଚିକିତ୍ସା କେନ୍ଦ୍ରରେ ଚିକିତ୍ସା ପାଇଁ ଏକ ଆକଳନ ପ୍ରସ୍ତୁତ କରାଯାଇ ସରକାରଙ୍କୁ ପଠାଯାଉ, ଯାହାଦ୍ୱାରା ଯଥାଶୀଘ୍ର ସେମାନଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱେଚ୍ଛାକୃତ ପାଣ୍ଠିରୁ ଅର୍ଥ ପ୍ରଦାନ କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରାଥମିକତା ଭିତ୍ତିରେ ଯୋଗ୍ୟ ଲୋକଙ୍କ ପାଇଁ ଆୟୁଷ୍ମାନ ଭାରତ କାର୍ଡ ପ୍ରସ୍ତୁତ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ad-week
Leave A Reply

Your email address will not be published.