add-all

ପାଟନା : ନିଜର ମଜାଳିଆ ଅନ୍ଦାଜ ପାଇଁ ଜଣାଶୁଣା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଆଜି ବିରୋଧୀଙ୍କ ମହା ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ବଡ଼ ପରାମର୍ଶ ଦେଇଛନ୍ତି। ପାଟନାରେ ବିରୋଧୀ ଦଳଗୁଡ଼ିକର ମହା ବୈଠକ ପରେ ସାମ୍ବାଦିକ ସମ୍ମିଳନୀ ହୋଇଥିଲା। ଏହି ସମୟରେ ଲାଲୁ ସିଧାସଳଖ ମାଇକରେ ରାହୁଲ ଗାନ୍ଧିଙ୍କୁ ଦାଢ଼ି କାଟି ବାହା ହେଇ ଯିବାକୁ ପରାମର୍ଶ ଦେଇଛନ୍ତି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ଲାଲୁ କହିଛନ୍ତି, “ରାହୁଲ ଗାନ୍ଧି ପୂର୍ବରୁ ମୋ ପ୍ରସ୍ତାବ ମାନି ନଥିଲେ। ଆପଣ ବହୁ ଆଗରୁ ବାହା ହୋଇଯିବାର ଥିଲା। କିନ୍ତୁ ଏବେ ବି ଡେରି ହୋଇନି। ଦାଢ଼ି କାଟି ଶୀଘ୍ର ବାହା ହୋଇ ଯାଆନ୍ତୁ। ଆପଣ ବାହା ହୁଅନ୍ତୁ, ଆମେ ବରଯାତ୍ରୀରେ ଯିବୁ।
ଆପଣଙ୍କ ମା’ (ସୋନିଆ ଗାନ୍ଧି) ମଧ୍ୟ ଆପଣ ବାହା ହୁଅନ୍ତୁ ବୋଲି ଚାହୁଁଛନ୍ତି। ସେ ମୋତେ କହିଥିଲେ ଯେ ରାହୁଲ ମୋ କଥା ଶୁଣୁନି। ଦୟା କରି ତାକୁ ବାହା କରାଇ ଦିଅନ୍ତୁ। ତେଣୁ ଆପଣ ଶୀଘ୍ର ବାହା ହୋଇଯାଆନ୍ତୁ।” ରାହୁଲ ସ୍ମିତ ହାସ୍ୟ ଦେଇ ସବୁ କିଛି ଶୁଣିଥିଲେ। ଏହାପରେ କହିଥିଲେ “ଯଦି ଆପଣ ଏକଥା କହୁଛନ୍ତି, ତା’ହେଲେ ମୋତେ ଆପଣଙ୍କ କଥା ଶୁଣିବାକୁ ପଡ଼ିବ।”
ଲାଲୁ ଓ ରାହୁଲଙ୍କ ଏପରି କଥାବାର୍ତ୍ତା ଶୁଣି ସବୁ ବିରୋଧୀ ଦଳର ନେତାମାନେ ହସିବାରେ ଲାଗିଥିଲେ। ବାହାଘର ପ୍ରସ୍ତାବ ଦେବା ସହ ଆଦାନି ପ୍ରସଙ୍ଗରେ ରାହୁଲ ସଂସଦରେ ଯେଉଁଭଳି ପକ୍ଷ ରଖିଥିଲେ, ତା’କୁ ମଧ୍ୟ ଲାଲୁ ପ୍ରଶଂସା କରିଛନ୍ତି।

ad-week
Leave A Reply

Your email address will not be published.