ହୋଟେଲ ରୁମ୍‌ରୁ ମିଳିଲା ବ୍ୟାଙ୍କ ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ

add-all

ଦେବଗଡ଼ : ଦେବଗଡ଼ ସହରରେ ଥିବା ଏକ ହୋଟେଲ ରୁମରୁ ମିଳିଲା ଏସବିଆଇ ସିଏସି ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ। ତାଙ୍କ ନାଁ ସୁବାସ ଅଗ୍ରୱାଲ। ତାଙ୍କ ଘର ସମ୍ବଲପୁରର ଅଇଁଠାପାଲିରେ।

ଗତ ୪ ଦିନ ହେଲା ସୁବାସ ଅଗ୍ରୱାଲ ଦେବଗଡ଼ ଏସ୍‌ବିଆଇରେ ସିଏସି ମ୍ୟାନେଜର ଭାବେ ଯୋଗ ଦେଇଥିଲେ। ସେହି ଦିନ ଠାରୁ ସେ ହୋଟେଲରେ ରହୁଥିଲେ।

ଆଜି ସକାଳେ ହୋଟେଲ କର୍ମଚାରୀ ସେ ରହୁଥିବା ରୁମ୍‌ର କବାଟ ବାଡ଼େଇ ଥିଲେ। କିନ୍ତୁ ସୁବାସ କବାଟ ଖୋଲି ନଥିଲେ। ଅନ୍ୟପକ୍ଷରେ ତାଙ୍କ ପରିବାର ଲୋକ ଆଜି ଦେବଗଡ଼ରେ ଏକ ବିବାହରେ ଯୋଗ ଦେବାକୁ ଆସିଥିବା ବେଳେ ତାଙ୍କୁ ଫୋନ୍‌ରେ ଯୋଗାଯୋଗ କରିଥିଲେ। କିନ୍ତୁ ସୁବାସ ଫୋନ୍ ଉଠାଇ ନଥିଲେ। ତେଣୁ ସେମାନେ ସୁବାସ ରହୁଥିବା ହୋଟେଲକୁ ଆସିଥିଲେ। ସେମାନଙ୍କ ଉପସ୍ଥିତିରେ କବାଟ ଖୋଲା ଯିବା ପରେ ସୁବାସଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା।

ପୁଲିସ୍ ସୁବାସଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିବ। ତେବେ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ଏହା ଆତ୍ମହତ୍ୟା ଭଳି ମନେ ହେଉଥିବା କୁହାଯାଉଛି।

ସୁବାସଙ୍କ ପରିବାର ଲୋକେ କହିଛନ୍ତି ଯେ ତାଙ୍କ ପରିବାରରେ କୌଣସି କଳହ ବା ଅଶାନ୍ତି ନଥିଲା। ସେ କାହିଁକି ଏମିତି ପଦକ୍ଷେପ ନେଲେ ସେମାନେ ଜାଣି ନାହାନ୍ତି ବୋଲି ତାଙ୍କ ବାପା ଓ ବଡ଼ ଭାଇ କହିଛନ୍ତି।

ad-week
Leave A Reply

Your email address will not be published.