୨୦୨୪ରେ ବିଜେପି ୩୦୦ରୁ ଅଧିକ ଆସନ ଜିତିବ : ଶାହ

add-all

ନୂଆଦିଲ୍ଲୀ : ବିଜେପିକୁ ୨୦୨୪ ଲୋକସଭା ନିର୍ବାଚନରେ ପରାସ୍ତ କରିବା ନିମନ୍ତେ ରଣରୀତି ପ୍ରସ୍ତୁତ ପାଇଁ ଏକାଧିକ ବିରୋଧୀ ଦଳ ବିହାରର ପାଟନାରେ ଶୁକ୍ରବାର ବୈଠକ କରିଥିବା ବେଳେ ଏହାକୁ ସମାଲୋଚନା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ ଶାହ। ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ଶାହ କହିଥିଲେ ବିରୋଧୀ ଦଳମାନେ ଯେତେ ଚେଷ୍ଟା କଲେ ମଧ୍ୟ ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ୩୦୦ରୁ ଅଧିକ ଆସନରେ ଜିତିବ ଏବଂ ମୋଦୀ ପୁନର୍ବାର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିବେ। ପାଟନାରେ ଅନୁଷ୍ଠିତ ବୈଠକରେ ବିରୋଧୀ ଦଳ ନେତାମା​‌େ​‌ନ ଫଟୋ ଉଠାଇବାକୁ ଯାଇଥିବା ଶାହ ତାଚ୍ଛଲ୍ୟ କରି କହିଥିଲେ।

ମୋଦୀ ସରକାର ଦେଶରୁ ଦୁର୍ନୀତି ହଟାଇବାକୁ ଜୋରଦାର୍‌ ପ୍ରୟାସ କରୁଥିବା ବେଳେ କଂଗ୍ରେସ ଶାସନ କାଳରେ ୧୨ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ସେ ଅଭିଯୋଗ କରିଥିଲେ। ମୋଦୀଙ୍କ ବଳିଷ୍ଠ ନେତୃତ୍ବରେ ଦେଶ ଏକାଧିକ କ୍ଷେତ୍ରରେ ବେଶ୍‌ ସୁନାମ ଅର୍ଜନ କରିଥିବାରୁ ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ମେଣ୍ଟ ପୁନର୍ବାର କ୍ଷମତାକୁ  ଫେରିବ ବୋଲି ଶାହ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

ad-week
Leave A Reply

Your email address will not be published.