ଆସାମରେ ଭୟଙ୍କର ବନ୍ୟା : ପାଣିଘେରରେ ୫ ଲକ୍ଷ ଲୋକ

add-all

ଦିସପୁର : ଆସାମରେ ଭୟଙ୍କର ବନ୍ୟା ଯୋଗୁ ୫ଲକ୍ଷ ଲୋକ ପାଣି ଘେରରେ ଅଛନ୍ତି। ସରକାରୀ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ୧୬ ଟି ଜିଲାର ୪.୮୮ଲକ୍ଷରୁ ଅଧିକ ଲୋକ ପାଣି ଘେରରେ ଅଛନ୍ତି। ବନ୍ୟା ଓ ଭୂସ୍ଖଳନ ପରିସ୍ଥତି ଯୋଗୁ ଏପର୍ଯ୍ୟନ୍ତ ୨ ଜଣଙ୍କର ମୃତ୍ୟୁ ହୋଇଛି। ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳ ହେଉଛି ବାଜାଲି ଉପ-ବିଭାଗ, ଯେଉଁଠାରେ ବନ୍ୟା ଯୋଗୁଁ ୨.୬୭ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ନାଲବାରୀ ଏବଂ ବାରପେଟା ଜିଲାରେ ବନ୍ୟା ପରିସ୍ଥିତି ସଙ୍ଗୀନ ରହିଛି ବୋଲି କେନ୍ଦ୍ରୀୟ ଜଳ ଆୟୋଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସେଠରେ ଯଥାକ୍ରମେ ପ୍ରାୟ ୮୦,୦୦୦ ଏବଂ ୭୩,୦୦୦ ଲୋକ ପ୍ରଭାବିତ ହୋଇଛନ୍ତି। ୧୪୦ ରିଲିଫ କ୍ୟାମ୍ପରେ ୩୫,୦୦୦ରୁ ବିପନ୍ନ ଆଶ୍ରୟ ନେଇଛନ୍ତି। ରାଜ୍ୟରେ ୭୫ଟି ରିଲିଫ ବଣ୍ଟନ କେନ୍ଦ୍ର କାର୍ଯ୍ୟକ୍ଷମ କରାଯାଇଛି। ଉଦ୍ଧାର ଓ ରିଲିଫ କାର୍ଯ୍ୟ ପରିଚାଳନାରେ ପ୍ରଶାସନ ପୁରା ଦମରେ ଲାଗିପଡ଼ିଛି।

ad-week
Leave A Reply

Your email address will not be published.