ଧନ ବଳରେ ବଳିୟାନ ହୋଇ ବେଆଇନ ଭାବେ ନିର୍ମାଣ କରିଥିବା କୋଠାକୁ ଭାଙ୍ଗିଲା ଜିଲ୍ଲା ପ୍ରଶାସନ…

add-all

ମାଲକାନଗିରି : ବେଆଇନ ଭାବେ ସରକାରୀ ଜାଗା ଜବରଦଖଲ କରି କୋଠା ନିର୍ମାଣ କରିଥିବା ଯୋଗୁଁ ମାଲକାନଗିରି ତହସିଲ ଅନ୍ତର୍ଗତ ଏମଭି-୪୨ ଗ୍ରାମର ପିଯୁସ୍ ବରାଳଙ୍କ କୋଠାକୁ ପ୍ରଶାସନ ପକ୍ଷରୁ ଭଙ୍ଗା ଯାଇଛି। ଏଣୁ ମାଲକାନଗିରି ତହସିଲଦାର ଶ୍ରୀ ସୟଦ ସବୀର ସାହ ଙ୍କ କାର୍ଯ୍ୟାନୁଷ୍ଠାନ କ୍ରମେ ପ୍ରଶାସନ ଓ ପୋଲିସ ପ୍ରଶାସନ ଙ୍କ ଉପସ୍ଥିତି ରେ ସରକାରୀ ଜାଗାରେ ନିର୍ମାଣ କରାଯାଇଥିବା କୋଠାକୁ ଭଙ୍ଗା ଯାଇଛି। ଏଥି ନିମନ୍ତେ ଉପ ଜିଲ୍ଲାପାଳ , ଡଃ ଅକ୍ଷୟ କୁମାର ଖେମୁଣ୍ଡୁ ମାଜିଷ୍ଟ୍ରେଟ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶକ୍ରମେ ମାଜିଷ୍ଟ୍ରେଟ ଦାୟିତ୍ଵ ରେ ଅତିରିକ୍ତ ତହସିଲଦାର ଶ୍ରୀ ଜଗଦୀଶ କରତାମି ଉପସ୍ଥିତ ଥିଲେ। ସୂଚନା ଥାଉ କି ଏଥି ନିମନ୍ତେ ମାଲକାନଗିରି ତହସିଲ୍ କାର୍ଯ୍ୟାଳୟ ତରଫରୁ ଶ୍ରୀ ବରାଳ ଙ୍କୁ ତିରିଶ ଦିନିଆ ନୋଟିସ୍ ପ୍ରଦାନ କରାଯାଇଥିଲା। ନୋଟିସ୍ ସମୟ ଅତିକ୍ରମ ହୋଇ ଯାଇଥିଲେ ସୁଦ୍ଧା ସରକାରୀ ଜାଗାକୁ ଖାଲି କରା ଯାଇନଥିଲା। ତେଣୁ ସରକାରୀ ଜାଗାକୁ ଜବରଦଖଲ କରିଥିବାରୁ ଶୁକ୍ରବାର ଅର୍ଥାତ୍ ୨୩ ଜୁନ୍ରେ କୋଠାଟିକୁ ଭଙ୍ଗା ଯାଇଛି। ଏହି ଉଚ୍ଛେଦ ବେଳେ ଅନ୍ୟ ମାନଙ୍କ ମଧ୍ୟରେ ରାଜସ୍ବ ପରିଦର୍ଶକ, ଶ୍ରୀ ରଣଦା ପ୍ରସାଦ ମଣ୍ଡଳ, ରାଜସ୍ବ ନୀରିକ୍ଷକ, ଶ୍ରୀ ଶ୍ରୀନିବାସ ପଟ୍ଟନାୟକ ଏବଂ ତହସିଲ୍ କାର୍ଯ୍ୟାଳୟର ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.