ହାଟପଦା ପ୍ରାଥମିକ ବିଦ୍ୟାଳୟର ପରିସର ଅନାବନା ଘାସରେ ଭରପୁର

add-all

ଦାରିଙ୍ଗବାଡି, ୨୪/୦୬ : ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ପ୍ରତ୍ୟେକ ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ଉପସ୍ଥାନ ହାର କମ ରହିଥିବା ଖବର ହସ୍ତଗତ ହୋଇଛି। ୨୧ ତାରିଖରୁ ସମସ୍ତ ବିଦ୍ୟାଳୟ ଖୋଲି ଥିବା ବେଳେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମ ଥିବା ସତ୍ୱେ ଉପାନ୍ତ ଇଲାକାରେ ଥିବା କିଛି ବିଦ୍ୟାଳୟ ଗୁଡିକର ସ୍କୁଲ ପରିସରରେ ଅନାବନା ଗଛ ସହିତ ଘାସରେ ଭରପୁର ଥିବା ଖବର ହସ୍ତଗତ ହୋଇଛି। ସେହିପରି ଦୀପତଳ ଅନ୍ଧାର ସଦୃଶ୍ୟ ବ୍ରାହ୍ମଣୀଗାଁ ବଜାର ମହକୁମାରେ ଥିବା ହାଟପଦା ପ୍ରଥମିକା ବିଦ୍ୟାଳୟ ପରିସର ମଧ୍ୟ ୨୪ ତାରିଖ ସୁଧା ଘାସ ମୟ ହୋଇ ରହିଥିବା ଦେଖିବାକୁ ମିଳିଛି। ଏଣୁ ବ୍ଲକ ଶିକ୍ଷା ଅଧିକାରୀ ପ୍ରତେକ ଶିକ୍ଷା ଅନୁଷ୍ଠାନର ଶିକ୍ଷା ଦାନକୁ ଗୁରୁତ୍ୱ ଦେବା ସହିତ ସ୍କୁଲ ପରିସରକୁ ପରିଷ୍କାର ପରିଛନ୍ନତା ପ୍ରତି ଗୁରୁତ୍ୱ ଦେବାକୁ ପ୍ରଧାନ ଶିକ୍ଷକଙ୍କୁ ନିର୍ଦେଶ କରିବା ଜରୁରୀ ରହିଛି ବୋଲି ଅଞ୍ଚଳର ବୁଦ୍ଧିଜୀବି ଙ୍କ ସହିତ ଅଭିଭାକ ଓ ସାମାଜିକ କର୍ମୀ ମହଲରେ ଦାବି କରୁଥିବା ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.