ବିଜ୍ଞାନ ଯୁଗରେ ଭୌତିକ କାଣ୍ଡ: ଭୂତ ଲାଗିଥିବା ୫ ଛାତ୍ରୀଙ୍କୁ ଝଡାଫୁଙ୍ଗା ପରେ ସୁସ୍ଥ

ମାଲକାନଗିରି: ମୋତେ କୁକୁଡା ଦେ, ମୋତେ ଅଣ୍ଡା ଦେ, ନଚେତ ମୁଁ ସମସ୍ତଙ୍କୁ ମୋଡି ଖାଇବି। ଏଭଳି ଚିତ୍କାର ଶୁଭୁଥିବା ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକର କଦମଗୁଡା ସେବାଶ୍ରମରେ।ପ୍ରାୟ ୫ ଜଣ ଝିଅ ଅସ୍ବାଭାବିକ ଅବସ୍ଥାରେ ରହିଥିଲେ। ସେହି ୫ ଜଣ ଝିଅଙ୍କୁ ସ୍କୁଲର ଅନ୍ୟ ଝିଅମାନେ ମାଡି…

କୋଲକାତା ଲଜ୍ଜା: ଟିଏମସି ସାଂସଦଙ୍କୁ ପୁଲିସ୍‌ର ସମନ

କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାକୁ ନେଇ ବିଭ୍ରାନ୍ତ କର ତଥ୍ୟ ପ୍ରଚାର କରିବା କ୍ଷମତାସୀନ ଟିଏସିର ସାଂସଦ ସୁଖେନ୍ଦୁ ଶେଖର ରୟଙ୍କୁ ମହଙ୍ଗା ପଡ଼ିଛି। ସେ ଭୁଲ ତଥ୍ୟର ପ୍ରଚାର କରୁଥିବାରୁ ତାଙ୍କୁ କୋଲକାତା ପୁଲିସ୍‌…

ଖୁବ୍‌ ଶୀଘ୍ର ଦୂର ହେବ ଆଳୁ ସଙ୍କଟ, ୟୁପିରୁ ଟ୍ରେନ୍‌ରେ ଆସିବ ଆଳୁ: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଥମିବାର ନାଁ ନେଉନି ଆଳୁ ସଂକଟ। ବଜାରରୁ ଗାଏବ ହେଲାଣି ଆଳୁ, ଚଢା ଦର ଦେଖି ଖାଉଟି ନିରାଶ । ଏହାରି ଭିତରେ ଓଡ଼ିଶାରେ ଆଳୁ ସଂକଟ ଦୂର ପାଇଁ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିବା ନେଇ ସୂଚନା ରହିଛି। ଉତ୍ତରପ୍ରଦେଶରୁ ଟ୍ରେନ୍‌ରେ ଆଳୁ ଆସିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ…

ଗିରଫ ହେଲେ ଯାଜପୁର CT&GST ଆସିଷ୍ଟାଣ୍ଟ କମିସନର

ଭୁବନେଶ୍ୱର: ଗିରଫ ହେଲେ ଯାଜପୁର CT&GST ଆସିଷ୍ଟାଣ୍ଟ କମିସନର ବିନୟ ଭୂଷଣ ତ୍ରିପାଠୀ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କର ଦୁଇ ଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି ଭିଜିଲାନ୍ସ । ବିଭିନ୍ନ ବ୍ୟାଙ୍କରେ ତାଙ୍କ ପରିବାର ଲୋକଙ୍କ ନାଁରେ ରହିଛି ଏକାଧିକ ଏକାଉଣ୍ଟ…

ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଆକ୍ରମଣ କଲେ ମଦୁଆ ରୋଗୀ ଓ ସମ୍ପର୍କୀୟ

ମୁମ୍ବାଇର ସିଓନ ହସ୍ପିଟାଲରେ ଜଣେ ମହିଳା ଡାକ୍ତର ଡ୍ୟୁଟି କରିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି। ଜଣେ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ଏପରି ଆକ୍ରମଣ କରିଛନ୍ତି। ମହିଳା ଡାକ୍ତରଙ୍କୁ ଆକ୍ରମଣ କରିବା ବେଳେ ସମସ୍ତେ ମଦ ପିଇଥିଲେ। ଆକ୍ରମଣ ପରେ ଚିକିତ୍ସା ପାଇଁ ଆସିଥିବା ବ୍ୟକ୍ତି ଓ ତାଙ୍କ…

ପାଣ୍ଡିଆନଙ୍କ ହେଲିକପ୍ଟର ଖର୍ଚ୍ଚ: ‘ତଦନ୍ତ ଚାଲିଛି, ସବୁ ସ୍ପଷ୍ଟ ହେବ’

ଭୁବନେଶ୍ବର: ବିଜେଡି ନେତା ତଥା ପୂର୍ବତନ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ହେଲିକପ୍ଟର ଖର୍ଚ୍ଚକୁ ନେଇ ଏବେ ତାତିଛି ରାଜନୀତି । ସେ ତାଙ୍କ ବ୍ୟକ୍ତିଗତ କାମରେ ସରକାରୀ ଖର୍ଚ୍ଚରେ ହେଲିକପ୍ଟର ବ୍ୟବହାର କରୁଥିଲେ ବୋଲି ଅଭିଯୋଗ ହୋଇଥିଲା । ଯାହାକୁ ନେଇ କେତେ ଖର୍ଚ୍ଚ ହୋଇଛି, ସରକାରୀ ପାଣ୍ଠିରୁ…

କଂଗ୍ରେସରେ ବିଭାଜନ ସୃଷ୍ଟି ହେଉଛି : ତାରା ପ୍ରସାଦ ବାହିନୀପତି

ଭୁବନେଶ୍ବର: କଂଗ୍ରେସର ଫାୟାର ବ୍ରାଣ୍ଡ ନେତା ହେଉଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ହେଲେ ତାଙ୍କୁ କୁଆଡ଼େ କଂଗ୍ରେସ ଭିତରେ ବିରୋଧ କରାଯାଉଛି। ବିଜେପି ଓ ବିଜେଡିଙ୍କ ପରି କଂଗ୍ରେସରେ ତାଙ୍କୁ ବିରୋଧ କରାଯାଉଛି। ସେଥିପାଇଁ ସେ ନିଜକୁ ନିଜ ନିର୍ବାଚନମଣ୍ଡଳୀ ଭିତରେ…

ପୁରୀରେ ନିର୍ମାଣ ହେବ ବ୍ୟାଖ୍ୟାନ କେନ୍ଦ୍ର, ଦୂର ହେବ ଜମିଜମା ସମସ୍ୟା: ଆଇନମନ୍ତ୍ରୀ

ପୁରୀ: ଚଳିତବର୍ଷର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅତ୍ୟନ୍ତ ଶୃଙ୍ଖଳିତ ଭାବେ ଶେଷ ହୋଇଛି। ବିପୁଳ ଭକ୍ତଙ୍କ ସମାଗମ ସତ୍ତ୍ୱେ ସମସ୍ତଙ୍କ ସହଯୋଗ ସର୍ବୋପରି ବିଶ୍ୱନିୟନ୍ତାଙ୍କ ଆଶୀର୍ବାଦରୁ ଏହା ସଫଳ ହୋଇଛି। ତେଣୁ ରଥ ନିର୍ମାଣଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟରେ ସହଯୋଗ କରିଥିବା, ସେବାୟତ, ରଥ…

ହସ୍ପିଟାଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ

'ସମସ୍ତେ ମରିବ। ଖଟ ତଳେ ଓ ବାଥରୁମ୍‌ରେ ଅଛି ବୋମା। ପୂରା ହସ୍ପିଟାଲକୁ ବୋମା ଲଗାଇ ଉଡ଼ାଇ ଦେବୁ।' ଏଭଳି କିଛି ଧମକ ମିଳିଛି ଏଥର ରାଜସ୍ଥାନର ପିଙ୍କ ସିଟି ଜୟପୁରର ଏକାଧିକ ହସ୍ପିଟାଲକୁ। ଏହାକୁ ନେଇ ଏବେ ଚାରିଆଡେ ଆତଙ୍କ ଖେଳି ଯାଇଛି। ଆଜି ସକାଳୁ ଇ-ମେଲ ଜରିଆରେ ପ୍ରଥମେ ଜୟପୁରର…

ମଝି ଚିଲିକାରେ ଫସିଥିବା ଯାତ୍ରୀବାହୀ ଡଙ୍ଗା ଉଦ୍ଧାର, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଟକି ରହିଥିଲା

ବ୍ରହ୍ମଗିରି : ମଝି ଚିଲିକାରେ ଫସିଥିବା ଯାତ୍ରୀବାହୀ ଡଙ୍ଗା ଉଦ୍ଧାର । ପ୍ରାୟ ୧ ଘଣ୍ଟା ପରେ ଡଙ୍ଗାରୁ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା SRC ସୂଚନା ଦେଇଛନ୍ତି । ଡଙ୍ଗାଟି ଜହ୍ନିକୁଦା ଘାଟରୁ ୨୦ଟି ବାଇକ ସମେତ ୪୦ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ…