କଳା ପାହାଡ଼ କିଏ ତାର ଉତ୍ତର ମୁଁ ଦେବି: ବାବୁ ସିଂ-ସମୀର ମହାନ୍ତିଙ୍କ ମନ୍ତବ୍ୟ ନେଇ ଆଶୋକ ପଣ୍ଡାଙ୍କ ଜବାବ୍

ଭୁବନେଶ୍ୱର : ଏକାମ୍ର ପ୍ରକଳ୍ପ ନେଇ ଶାସକ ବିଜେପି ଏବଂ ବିରୋଧୀ ବିଜେଡ଼ି ମୁହାଁମୁହିଁ ହୋଇଛନ୍ତି। ପ୍ରକଳ୍ପର ସମୀକ୍ଷା ବିଧାୟକ ବାବୁ ସିଂ କରିଛନ୍ତି। ରାଜ୍ୟରେ ନୂଆ ସରକାର କ୍ଷମତାକୁ ଆସିବା ପରେ ବିଧାୟକ ବାବୁ ସିଂ ଓ ବିଜେପିର ଏକ ଟିମ ଏକାମ୍ର ପ୍ରକଳ୍ପର ସମୀକ୍ଷା କରିଛନ୍ତି।…

ଖାଲି ପଡ଼ିଥିବା ଯୋଗାଣ ନିରୀକ୍ଷକ ପଦବି ଶୀଘ୍ର ପୂରଣ ହେବ: ମନ୍ତ୍ରୀ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଅନେକ ବ୍ଳକରେ ଯୋଗାଣ ନିରୀକ୍ଷକ ପଦବି ଖାଲି ପଡ଼ିଥିବା ବେଳେ ଏହା ପୂରଣ କରାଯିବା ସକାଶେ ତୁରନ୍ତ ଚେଷ୍ଟା କରାଯିବ। ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗୁରୁବାର ଏହା କହିଛନ୍ତି। ରାଜ୍ୟରେ ବିଜେପି ସରକାର ଆସିବା ପରେ…

୨କିମି କାଦୁଆ ରାସ୍ତା ଦେଇ ଗର୍ଭବତୀଙ୍କୁ ଯିବାକୁ ପଡ଼ିଲାନି ଡାକ୍ତରଖାନା; ପହଞ୍ଚିଲେ ଡାକ୍ତରୀ ଟିମ୍‌

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକର ବିଭିନ୍ନ ଗ୍ରାମକୁ ପ୍ରଶାସନ ପକ୍ଷରୁ ପକ୍କା ରାସ୍ତା ନଥିବା ବେଳେ ବର୍ଷା ଦିନରେ ଯାତାୟାତରେ ସମସ୍ୟା ହୋଇଥାଏ। ବର୍ଷା ଦିନ ହେଲେ ଚାଲିଚାଲି ଯିବା ମଧ୍ୟ କଷ୍ଟ ହୋଇଥାଏ। ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଟିମ ଦୁଇ କିଲୋମିଟର ଦୂର କାଦୁଅ…

ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାକୁ ଓହ୍ଲାଇଲେ ସାମ୍ବାଦିକ

ଭୁବନେଶ୍ବର : ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ ଜଣେ ମହିଳା ସାମ୍ବାଦିକଙ୍କ ଉପରକୁ କୁକୁର ଛାଡ଼ିବା ଘଟଣାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ସାମ୍ବାଦିକ। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାମ୍ବାଦିକମାନେ ଦାବି କରିଛନ୍ତି। ଘଟଣାକୁ ୩ ଦିନ ବିତି ଯାଇଥିବା ସତ୍ତ୍ୱେ…

ପ୍ରତିଦିନ ଦାସିଆ ବାଉରୀଙ୍କ ପୀଠରୁ ଶ୍ରୀମନ୍ଦିର ଯାଉଛି ତୁଳସୀ, ନଡ଼ିଆ, ପଦ୍ମ

ପିପିଲି : ଚାଲିଛି ନାମ ସଂକୀର୍ତ୍ତନ। ରାମ ନାମରେ ଫାଟି ପଡ଼ୁଛି ଗଗନ ପବନ। ସମସ୍ତଙ୍କ ମୁହଁରେ ହରିନାମ। ନାମ ସଂକୀର୍ତ୍ତନରେ ସୃଷ୍ଟି ହେଉଛି ଏକ ଆଧ୍ୟାତ୍ମିକ ପରିବେଶ। ତାହାରି ଭିତରେ ଚାଲିଛି ମାଆ ବୃନ୍ଦାବତୀଙ୍କ ଆରାଧନା ଓ ତୁଳସୀ ପତ୍ର ତୋଳା। ଏମିତିକା ଆଧ୍ୟାତ୍ମିକ ପରିବେଶ ପୁରୀ ଜିଲ୍ଲା…

ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ ନୂଆ ନିୟମ

କଟକ : କଟକ ସହରରେ ଟ୍ରାଫିକ୍ ସମସ୍ୟା ପ୍ରଶାସନର ନିଦ ହଜାଇଥିବାବେଳେ ଏଥିରେ ସୁଧାର ଆଣିବାକୁ ଲାଗୁ ହେଲା ନୂଆ ଟ୍ରାଫିକ କଟକଣା। କଟକ ସହରର ପ୍ରମୁଖ ୧୯ ଟି ରୁଟକୁ ନୋ ପାର୍କିଂ ଜୋନ ଘୋଷଣା କରିଛି କମିଶନରେଟ ପୋଲିସ।ନୋ ପାର୍କିଂ ରୁଟରେ ବେଆଇନ ଭାବେ ପାର୍କିଂ ହୋଇଥିବା ଗାଡି ଗୁଡିକ ଉପରେ…

୫ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ

ଭୁବନେଶ୍ବର : ରାଜ୍ୟରେ ଜାରି ରହିଛି ବର୍ଷା। ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ବର୍ଷା ସହ ବିଭିନ୍ନ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ବିଶେଷ କରି ଆସନ୍ତାକାଲି କେତେକ ଜିଲ୍ଲାରେ ପ୍ରବଳରୁ ଅତି…

କଂଗ୍ରେସ କନ୍ଦଳ: ଶରତ ପଟ୍ଟନାୟକଙ୍କ ଅଡ଼ୁଆ ବଢ଼ିଲା, ଜୋର୍ ଧରିଲା ଇସ୍ତଫା ଦାବି

ଭୁବନେଶ୍ବର : ସାଧାରଣ ନିର୍ବାଚନର ପ୍ରାୟ ଦୁଇବର୍ଷ ପୂର୍ବରୁ ପିସିସି ସଭାପତି ଦାୟିତ୍ୱ ନେଇଥିବା ଶରତ ପଟ୍ଟନାୟକଙ୍କ ଅଡ଼ୁଆ ବଢ଼ିଛି । ଚଳିତ ବିଧାନସଭା ନିର୍ବାଚନରେ ଶରତ ନିଜେ ପରାଜିତ ହେବା ସହ ତାଙ୍କ ନେତୃତ୍ୱରେ କଂଗ୍ରେସ ରାଜ୍ୟରେ ସରକାରବିରୋଧୀ ହାୱାକୁ ନିଜ ସପକ୍ଷରେ ଆଣିବାରେ ବିଫଳ…

ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ଚିନ୍ତା ବ୍ୟକ୍ତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ସଂସଦର ଉଭୟ ଗୃହକୁ ମିଳିତ ଭାବେ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ସମୟରେ ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି । ଏହା ଉପରେ ନିରପେକ୍ଷ ଯାଞ୍ଚ ଚାଲିଥିବା ବେଳେ ଦୋଷୀଙ୍କ ବିରୋଧରେ କଡ଼ା…

ମୁଖ୍ୟମନ୍ତ୍ରୀଙ୍କୁ ପଦ ଛାଡ଼ିବାକୁ କହିଲେ ଭୋକ୍କାଲିଗା ସନ୍ଥ

ବେଙ୍ଗାଲୁରୁ : କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ନିଜ ପଦରୁ ଇସ୍ତଫା ଦିଅନ୍ତୁ। ସେ ପଦ ଛାଡ଼ି ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ପଦର ଦାୟିତ୍ୱ ଦିଅନ୍ତୁ ବୋଲି ଭୋକ୍କାଲିଗା ସଂପ୍ରଦାୟର ଜଣେ ସନ୍ଥ ସର୍ବସମ୍ମୁଖରେ ସିଦ୍ଦରମୈୟାଙ୍କୁ ଆହ୍ୱାନ…