ସାଇନ୍‌ ବୋର୍ଡରେ ସୀମିତ ଉପଖଣ୍ଡ ଚିକିତ୍ସାଳୟ, ବିଜ୍ଞ ଡାକ୍ତର ଅଭାବରେ ହାହାକାର ସ୍ୱାସ୍ଥ୍ୟ ସେବା…

ଉମରକୋଟ, (୧୧/୦୧/୨୦୨୬): ନବରଙ୍ଗପୁର ଜିଲ୍ଲା ଉମରକୋଟ ଉପଖଣ୍ଡ ଚିକିତ୍ସାଳୟ ଆଜି କେବଳ ନାମକୁ ମାତ୍ର “ଉପଖଣ୍ଡ ଚିକିତ୍ସାଳୟ” ଭାବେ ପରିଚିତ। ବାସ୍ତବରେ ଏହା ସାଧାରଣ ପ୍ରାଥମିକ ଚିକିତ୍ସା ସେବାରେ ମଧ୍ୟ ସଂଘର୍ଷ କରୁଛି। ବିଶେଷଜ୍ଞ ଡାକ୍ତରଙ୍କ ଅଭାବ, ରାତ୍ରିକାଳୀନ ସେବାର ଅନୁପସ୍ଥିତି ଓ

ଚୋରା ସୁନାର ହୋବ୍ ପାଲଟିଛି ଆସିକା :ଚୋରା ସୁନା କ୍ରୟ କରି କୋଟି କୋଟି ଟଙ୍କାର ଲାଭ ପାଉଛନ୍ତି ବ୍ୟବସାୟୀ…..!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର ଚୋରା ସୁନା ର ପେଣ୍ଠ ସ୍ଥଳୀ ପାଲଟିଛି। ରାଜ୍ୟ ବାହାର ସମେତ ଅନ୍ୟ ଜିଲ୍ଲାରୁ ଚୋରୀ ହେଉଥିବା ସୁନା ଆସିକା ସହର ରେ ବିକ୍ରି ହେବାର ନଜିର ରହିଛି। ଚୋରୀ ସୁନାକୁ କିଛି ବଡ଼ ବଡ଼ ବ୍ୟବସାୟୀ ଛୋଟ ଛୋଟ ଦୋକାନି ମାନଙ୍କ ମାଧ୍ୟମ କରି ଶାଗ ମାଛ ଦରରେ

ଗ୍ରୀନଲ୍ୟାଣ୍ଡକୁ ଦଖଲ କରିନେବେ ରୁଷ କିମ୍ବା ଚୀନ୍ : ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ନଜରରେ ଏବେ ‘ଗ୍ରୀନଲ୍ୟାଣ୍ଡ’: ବିଶ୍ୱ ରାଜନୀତିରେ ହଟଚମଟ! ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଗ୍ରୀନଲ୍ୟାଣ୍ଡକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଆମେରିକା ଗ୍ରୀନଲ୍ୟାଣ୍ଡକୁ ନିଜ ନିୟନ୍ତ୍ରଣକୁ ଆଣିବା ପାଇଁ ଯେକୌଣସି

୨୦୨୫ରେ ବାଂଲାଦେଶ ସୀମାରେ ୧୧୦୦ ଅନୁପ୍ରବେଶ ଉଦ୍ୟମ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଗାଦିଚ୍ୟୁତ ହୋଇ ଦେଶ ଛାଡିବା ପରେ ଭାରତର ପୂର୍ବସୀମା ସଂଲଗ୍ନ ବାଂଲାଦେଶରେ ପ୍ରାୟ ଦେଢ ବର୍ଷ ଧରି ରାଜନୈତିକ ଅସ୍ଥିରତା ଲାଗି ରହିଛି। ମହମ୍ମଦ ୟୁନୁସଙ୍କ ନେତୃତ୍ବରେ ପରିଚାଳିତ ଅନ୍ତରୀଣ ସରକାର ଆଇନ ଶୃଙ୍ଖଳା ବଜାୟ ରଖିବାରେ ସମ୍ପୂର୍ଣ୍ଣ

ରାମ ମନ୍ଦିର ପରିସରରେ ନମାଜ ପାଠ କରି ଯୁବକ ଅଟକ

ଅଯୋଧ୍ୟା : ଅଯୋଧ୍ୟାର ରାମ ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ପ୍ରକାଶ ପାଇଛି। ଦକ୍ଷିଣ ପ୍ରାଚୀର ଅଞ୍ଚଳରେ ନମାଜ ପାଠ କରୁଥିବା ସମୟରେ ଜଣେ ଯୁବକଙ୍କୁ ଅଟକ ରଖାଯାଇଛି । ନମାଜ ପାଠ କରିବାରୁ ବାରଣ କରାଯିବା ପରେ ଯୁବକ ଜଣକ ସ୍ଲୋଗାନ ଦେଇଥିଲେ। ଏବେ ଗୁଇନ୍ଦା ସଂସ୍ଥା ଏବଂ

ବସ୍-କାର୍ ଧକ୍କା, ୪ ମୃତ ଓ ଜଣେ ଆହତ

ପଞ୍ଜାବ : ପଞ୍ଜାବର ହୋଶିୟାରପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଆହତ ହୋଇଛନ୍ତି । ଆଜି ସକାଳେ ଏପରି ଘଟଣା ସାମ୍ନାକୁ ଆସିଛି। ଘନ କୁହୁଡ଼ି ଯୋଗୁଁ ଭିଜିବିଲିଟି କମ୍ ହେବା ଦୁର୍ଘଟଣାର କାରଣ ବୋଲି ସୂଚନା ମିଳିଛି ।

ଅପରେସନ ସିନ୍ଦୂର ପରେ ପାକିସ୍ତାନ ବଦଳାଇଲା ସମ୍ବିଧାନ

ନୂଆଦିଲ୍ଲୀ : ଅପରେସନ ସିନ୍ଦୂର ପରେ ସମ୍ବିଧାନ ବଦଳାଇଲା ପାକିସ୍ତାନ । ସମ୍ବିଧାନ ଧାରା ୨୪୩ରେ ସଂଶୋଧନ କଲା ପାକ୍ । ଭାରତର ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ଅନିଲ ଚୌହାନ ଏହି ସୂଚନା ଦେଇଛନ୍ତି । ସିଡିଏସ୍ ଜେନେରାଲ ଚୌହାନ କହିଛନ୍ତି, ଅପରେସନ ସିନ୍ଦୂର ପାକିସ୍ତାନର ପ୍ରବଳ କ୍ଷତି

ତୀବ୍ର ପ୍ରତିବାଦ ଯୋଗୁଁ ଇରାନରେ ଇଣ୍ଟରନେଟ୍ ସେବା ଠପ୍, ବିମାନ ବାତିଲ

ନୂଆଦିଲ୍ଲୀ : ଇରାନରେ ଚାଲିଥିବା ସରକାରୀ ବିରୋଧୀ ପ୍ରତିବାଦ ମଧ୍ୟରେ ଇଣ୍ଟରନେଟ୍ ଏବଂ ଟେଲିଫୋନ୍ କଲ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହି ବିରୋଧ ଆନ୍ଦୋଳନ ହେବା ପରଠାରୁ ଏଥିରେ ୬୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳୁଛି । ସରକାରୀ ବିରୋଧୀ ପ୍ରତିବାଦ ପାଇଁ ଆମେରିକା ଏବଂ

ମୁମ୍ବାଇରେ ଭୟଙ୍କର ଅଗ୍ନିକାଣ୍ଡ, ଗୋଟିଏ ପରିବାରର ୩ ଜୀବନ୍ତ ଦଗ୍ଧ

ମୁମ୍ବାଇ : ଗୋରଗାଓଁ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି । ଏପରି ଘଟଣା ପ୍ରାୟ ଭୋର ୩ଟା ସମୟରେ ଘଟିଥିବା ଜଣାପଡିଛି । ତୁରନ୍ତ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀ ବିଭାଗକୁ ସୂଚନା ଦେଇଥିଲେ । ଅଗ୍ନିଶମ ବାହିନୀ