କମ୍ପାନୀ ସାମଗ୍ରୀ ଜଗିଥିବାବେଳେ ସକ୍ୟୁରିଟି ଗାର୍ଡଙ୍କୁ ହତ୍ୟା

ବଣାଇ: ରାତିରେ କମ୍ପାନୀ ସାମଗ୍ରୀ ଜଗିଥିବାବେଳେ ସକ୍ୟୁରିଟି ଗାର୍ଡଙ୍କୁ ହତ୍ୟା । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ସର୍ଗୀଗଡ଼ ଗାଁରେ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ସନାତନ ମୁଣ୍ଡା । ଘରୋଇ କମ୍ପାନୀରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ । ରାତିରେ କମ୍ପାନୀର ସାମଗ୍ରୀ…

କନ୍ଧମାଳରେ ଶୀତର ଆଗମନ, କୁହୁଡ଼ିର ଧଳା ଚାଦର ସହ ହାଲୁକା ଥଣ୍ଡା ଅନୁଭୂତ

କନ୍ଧମାଳ: କୁହୁଡ଼ିର ଧଳା ଚାଦରରେ ଢାଙ୍କି ହେଲା କନ୍ଧମାଳ ଜିଲ୍ଲା । ଧୀରେ ଧୀରେ ଶୀତର ଆଗମନ ହେଉଛି । ଆଜି ସକାଳୁ ସକାଳୁ ସମଗ୍ର ଅଞ୍ଚଳ ଘନ କୁହୁଡ଼ିର ଧଳା ଚାଦରରେ ଢାଙ୍କି ହୋଇଯାଉଥିବା ବେଳେ ହାଲୁକା ଥଣ୍ଡା ଅନୁଭବ ହୋଇଥିଲା । ଜିଲ୍ଲା ସଦର ମହକୁମା ଫୁଲବାଣୀ ସମେତ ବାଲିଗୁଡ଼ା,…

ସୁରଭି ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା: ୪ଟି ବର୍ଗରେ ୩୬ ପ୍ରତିଯୋଗିତା ଆୟୋଜିତ

ବାଲିଗୁଡ଼ା, ୧୩/୧୦ : ପାଠପଢ଼ା ସହିତ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ଓ ସୃଜନଶୀଳତାକୁ ଲୋକଲୋଚନକୁ ଆଣିବାର ଏକ ଅନନ୍ୟ ମଞ୍ଚ ପାଲଟିଛି କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’। ବାଲିଗୁଡ଼ା ବ୍ଲକ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…

ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି!ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା…

ବାଲିଗୁଡା,ତା, ୧୩/୧୦ : ପର୍ଯ୍ୟଟନର ଆକର୍ଷଣୀୟ ସ୍ଥଳ ଦାରିଙ୍ଗବାଡ଼ିରେ ପର୍ଯ୍ୟଟକଙ୍କ ସୁରକ୍ଷା ସହ ଅପରାଧ ନିୟନ୍ତ୍ରଣକୁ ନେଇ ପୋଲିସ ଏବେ ଆକ୍ସନ ମୋଡ୍‌ରେ। ହୋଟେଲରୁ ଆରମ୍ଭ କରି ରିସର୍ଟ ଓ ରେଷ୍ଟୁରାଣ୍ଟ ପର୍ଯ୍ୟନ୍ତ ସବୁଠି ସିସିଟିଭି କ୍ୟାମେରା ଲଗାଇବା ସହ ରେକର୍ଡିଂ ସଂରକ୍ଷଣ ରଖିବାକୁ…

ବିଜାପୁର ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୬ ହାର୍ଡକୋର ମାଓବାଦୀ

ମାଲକାନଗିରି: ୬ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ୬ ମାଓବାଦୀ । ଏମାନଙ୍କ ମଧ୍ୟରେ ଅଛନ୍ତି ଓଡିଶାରେ ସକ୍ରିୟଥିବା ୪ ମାଓବାଦୀ ଓ ପଶ୍ଚିମ ବସ୍ତର ଡିଭିଜନର ଦୁଇ ହାର୍ଡକୋର ମାଓବାଦୀ । …

ଏସଆଇଆର ବିରୁଦ୍ଧରେ ସୁପ୍ରିମକୋର୍ଟରେ ପିଟିଶନ ଦାଖଲ କଲେ ଇଣ୍ଡିଆ ବ୍ଲକର ୧୦ ନେତା

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଇଣ୍ଡିଆ ବ୍ଲକର ୧୦ ଜଣ ନେତା ସୋମବାର ସୁପ୍ରିମ କୋର୍ଟ ଯାଇ ନିର୍ବାଚନ କମିଶନଙ୍କ ପକ୍ଷରୁ କରାଯାଇଥିବା ଏସଆଇଆର(ସ୍ପେଶାଲ ଇଂଟେନସିଭ ରିଭିଜନ) ବିରୁଦ୍ଧରେ ପିଟିସନ ଦାଖଲ କରିଛନ୍ତି । ରାହୁଲ ଗାନ୍ଧୀଙ୍କ ସହ ପିଟିଶନ…

ଅର୍ଥନୀତିରେ ରବର୍ଟ ହଲ୍ ଓ ମାଇକେଲ୍ ଉଡଫୋର୍ଡଙ୍କୁ ମିଳିବ ୨୦୨୬ ନୋବେଲ୍ ସମ୍ମାନ

ଷ୍ଟକହୋମ୍: ଅର୍ଥନୀତି କ୍ଷେତ୍ରରେ ୨୦୨୬ ବର୍ଷ ପାଇଁ ନୋବେଲ୍ ସ୍ମାରକୀ ପୁରସ୍କାର ଘୋଷଣା କରାଯାଇଛି। ଆମେରିକୀୟ ଅର୍ଥନୀତିଜ୍ଞ ରବର୍ଟ ଇ. ହଲ୍ ଓ ମାଇକେଲ୍ ଉଡଫୋର୍ଡଙ୍କୁ ମିଳିତ ଭାବେ ଏହି ସମ୍ମାନ ପ୍ରଦାନ କରାଯିବ। ମାକ୍ରୋ ଅର୍ଥନୀତିର ସ୍ଥିରତା ପାଇଁ ମାଇକ୍ରୋ ଅର୍ଥନୀତିର ଭିତ୍ତିଭୂମି…

ଜାମ୍ମୁ-କାଶ୍ମୀରର ପୁଞ୍ଚ୍ ଜିଲ୍ଲାରେ IED ବିସ୍ଫୋରଣ, ୪ ପାକ୍ ଆତଙ୍କୀ ମୃତ

ଜାମ୍ମୁ : ଜାମ୍ମୁ-କାଶ୍ମୀରର ପୁଞ୍ଚ୍ ଜିଲ୍ଲାରେ ବଡ଼ ଧରଣର IED ବିସ୍ଫୋରଣ । ଭୟଙ୍କର ବିସ୍ଫୋରଣରେ ୪ ପାକିସ୍ତାନୀ ଆତଙ୍କୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପୁଞ୍ଚ୍ ଜିଲ୍ଲାର କୃଷ୍ଣା ଘାଟି ସେକ୍ଟର LoCର ଜିରୋ ଲାଇନ୍ ନିକଟ ସତୱାଲ-ନାକି ଅଞ୍ଚଳରେ ଏହି…

ପାକିସ୍ତାନରେ ସେନା ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ମୃତ

ଇସଲାମାବାଦ : ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର କ୍ୱେଟା ନିକଟରେ ଏକ ସେନାର ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ବିମାନରେ ଥିବା ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି । ପାକିସ୍ତାନୀ ସେନା ପକ୍ଷରୁ ଏହି ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି । ପାକିସ୍ତାନୀ…