ନାଇଜେରିଆରେ ISIS କ୍ୟାମ୍ପ ଧ୍ବଂସ, ବହୁ ଆତଙ୍କବାଦୀ ମୃତ

ନୂଆଦିଲ୍ଲୀ: ଆମେରିକା ଆକ୍ରମଣରେ ISIS ଆତଙ୍କବାଦୀଙ୍କ ନାଇଜେରିଆ ସଂଗଠନ ଧ୍ବଂସ । ନାଇଜେରିଆର ସୋକୋଟୋ ପ୍ରଦେଶରେ ଥିବା ISIS କ୍ୟାମ୍ପ ଧ୍ବସଂ ହୋଇ ଯାଇଛି। ସୂଚନା ଦେଇଛି ଆମେରିକା ସେନା । ବହୁ ସଂଖ୍ୟାରେ ଆତଙ୍କବାଦୀ ନିହତ ହୋଇଛନ୍ତି । ତେବେ ଏହାର ସଂଖ୍ୟା ସ୍ପଷ୍ଟ

ଆମେରିକାରେ ଭୀଷଣ ତୁଷରପାତ, ୧୮୦୦ରୁ ଅଧିକ ଫ୍ଲାଇଟ୍ ବାତିଲ

ନୂଆଦିଲ୍ଲୀ: ଆମେରିକାରେ ୧୮୦୦ରୁ ଅଧିକ ଫ୍ଲାଇଟ୍ କ୍ୟାନସଲ । ଭୀଷଣ ତୁଷରପାତ ଯୋଗୁ ବାତିଲ ହୋଇଛି ପ୍ରାୟ ୧୮୦୨ ଟି ବିମାନ । ଶୀତକାଳୀନ ଝଡ଼ ଡେଭିନ୍ ଯୋଗୁଁ ବିଭିନ୍ନ ବିମାନବନ୍ଦରରେ ବିମାନ ସେବା ପ୍ରଭାବିତ ହୋଇଛି । ଗତକାଲି ଅପରାହ୍ଣ ପ୍ରାୟ ୪ଟା ସୁଦ୍ଧା

ନୂଆବର୍ଷ ପରଠାରୁ ଆହୁରି ବଢିବ ସୁନା ଦର !

ନୂଆଦିଲ୍ଲୀ: ଯଦି ଆପଣ ସୁନା କିଣିବାକୁ ଯାଉଛନ୍ତି । କିମ୍ବା ଏବେ ସୁନା କିଣୁ ନାହାଁନ୍ତି ଭାବୁଛନ୍ତି କିଛି ଦିନ ପରେ କମିଯିବ ଆଉ ପରେ କିଣିବେ ତେବେ ଏହି ଖବର ଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । ଆପଣଙ୍କର ଏପରି ଭାବନା ଭୁଲ ପ୍ରମାଣିତ ହେବ । କାରଣ ଆଗକୁ ସୁନାର ଦର ବଢିବ କିନ୍ତୁ କମିବନି

ବାଂଲାଦେଶରେ ଫସିଥିବା ହିନ୍ଦୁଙ୍କ ଜୀବନ ରକ୍ଷା କରିବାକୁ ଭାରତକୁ ନିବେଦନ

ନୂଆଦିଲ୍ଲୀ: ତାରିକ ରହମାନଙ୍କ ଫେରିବା ପରେ ବଢିଲା ବାଂଲାଦେଶୀ ହିନ୍ଦୁଙ୍କ ଭୟ ।ବାଂଲାଦେଶରେ ହିନ୍ଦୁଙ୍କ ଅବସ୍ଥା ଏପରି ହୋଇଯାଇଛି ମୁହଁ ଖୋଲିଲେ ମିଳୁଛି ମୃତ୍ୟୁ ଦଣ୍ଡ ।ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସ ଏବଂ ଅମୃତ ମଣ୍ଡଳଙ୍କୁ ନିର୍ମମ ଭାବେ ହତ୍ୟା ପରେ ଅଶାନ୍ତ ହୋଇଯାଇଛି ବାଂଲାଦେଶ ।

ଭାରତକୁ ଡ଼ରି ସୀମାରେ ଆଣ୍ଟି –ଡ୍ରୋନ୍ ସିଷ୍ଟମ ଲଗାଇଲା ପାକିସ୍ତାନ

ନୂଆଦିଲ୍ଲୀ: ଭାରତର ଅପରେସନ ସିନ୍ଦୂରକୁ ଭୁଲି ପାରୁନି ପାକିସ୍ତାନ । ନିଜ ଜୀବନ ବଞ୍ଚାଇବାକୁ କରିଲା ନୂଆ ପ୍ଲାନ । ଭାରତର ଘନ ଘନ ଆକ୍ରମଣକୁ ଦେଖି ଛାନିଆ । ଅପରେସନ ସିନ୍ଦୂର’ରେ ଭାରତ ନିଜର ଦମ ଦେଖାଇଥିଲା । ସଫା ହୋଇଥିଲା ଆତଙ୍କୀ ଅଡ୍ଡା । ପାକିସ୍ତାନକୁ ସାବାଡ୍‌ କରି ଦେଇଥିଲା।

ହୋଟେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ବାଲେଶ୍ଵର: ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଏକ ହୋଟେଲ ରୁମରୁ ଯୁବକଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଜବତ ହୋଇଛି। ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ମୃତ ଯୁବକ ଜଣକ ହେଲେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଦାନ୍ତିଆମୁଁହା ଅଞ୍ଚଳର ଆକାଶ

୫୨ତମ ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ; ଆଜିର ଛାତ୍ରଛାତ୍ରୀ ବୈଜ୍ଞାନିକ ହୋଇ ଦେଶକୁ ଆତ୍ମନିର୍ଭର କରିବେ

କେନ୍ଦୁଝର: କେନ୍ଦୁଝରରେ ୫୨ତମ ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି। ଏହାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଗୋଟିଏ ସଭ୍ୟତାର ବିକାଶ ପଛରେ ସବୁଠାରୁ ବଡ ଭୂମିକା ବିଜ୍ଞାନ ଓ

୧୦ ଦଫା ଦାବିରେ ଡାକ୍ତରଙ୍କ ୧ ଘଣ୍ଟିଆ ଓପିଡି ବନ୍ଦ ଆନ୍ଦୋଳନ, ରୋଗୀ ସେବା ବ୍ୟାହତ

କଟକ : ଘଣ୍ଟାଏ ଓପିଡି ବନ୍ଦ । ରୋଗୀ ସେବା ବ୍ୟାହତ । ୧୦ ଦଫା ଦାବିରେ ଡାକ୍ତରଙ୍କ ଆନ୍ଦୋଳନ । ସାରା ଓଡ଼ିଶାରେ ଆନ୍ଦୋଳନ କରୁଛନ୍ତି ଡାକ୍ତର । ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଓପିଡ଼ି ବନ୍ଦ ରଖୁଛନ୍ତି । ଆଜି କଟକ ସିଟି ହସ୍ପିଟାଲର ଡାକ୍ତରମାନେ ଆନ୍ଦୋଳନରେ ସାମିଲ ହୋଇଥିଲେ । ୧ ଘଣ୍ଟା

ମିଠେଇ ଖାଇବାକୁ ଦେଇ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଶିକ୍ଷକ ଗିରଫ

ବାଙ୍ଗିରିପୋଷି: ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରି ଶିକ୍ଷକ ଗିରଫ । ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅଞ୍ଚଳର ଜଣେ ୧୧ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ । ଘର ପାଖ ଦୋକାନକୁ ଯାଇଥିବା ବେଳେ ଜଣେ ଶିକ୍ଷକ ମିଠେଇ ଖାଇବାକୁ ଦେଇ ଦୁଷ୍କର୍ମ ଉଦ୍ୟମ କରିଥିବା

ରତ୍ନ ଅଳଙ୍କାର ଗଣତିମଣତି ନେଇ ଉଚ୍ଚସ୍ତରୀୟ ବୈଠକ, ମାର୍ଗଦର୍ଶିକା ଅନୁସାରେ କରାଯିବ ସମସ୍ତ କାର୍ଯ୍ୟ

ପୁରୀ : ରତ୍ନ ଅଳଙ୍କାର ଗଣତିମଣତି ନେଇ ଉଚ୍ଚସ୍ତରୀୟ ବୈଠକ । ରତ୍ନଭଣ୍ଡାରରେ ଥିବା ସୁବର୍ଣ୍ଣ ଅଳଙ୍କାରର କରାଯିବ ମେଳକ ଓ ତା ସହ ହେବ ଗଣତମଣତି । ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ବୈଠକ । ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ