ସୁବର୍ଣ୍ଣରେଖାରେ କମୁଛି ବନ୍ୟା ପାଣି, ତଥାପି ଟଳିନି ବିପଦ

ଭୁବନେଶ୍ୱର: ସୁବର୍ଣ୍ଣରେଖାରେ କମୁଛି ପାଣି, ହେଲେ ଟଳିନି ବନ୍ୟା ବିପଦ । ବାଲେଶ୍ୱର ସୁବର୍ଣ୍ଣରେଖାରେ ଧୀରେ ଧୀରେ କମୁଛି ବନ୍ୟା ପାଣି । ସକାଳ ୬ଟା ସୁଦ୍ଧା ରାଜଘାଟ ନିକଟରେ ବିପଦ ସଙ୍କେତ ୧୦.୩୬ ମିଟର ରହିଥିବା ବେଳେ ଜଳସ୍ତର ୯.୮୦ ମିଟର ରହିଛି । ଏବେବି ବିପଦ ସଙ୍କେତ ଉପରେ ନଦୀ…

ଗାଁ ନିକଟରେ ଡେରା ଜମାଇଛନ୍ତି ୧୫ ଟିକିଆ ହାତୀ ପଲ, ଆତଙ୍କିତ ସରଧାପୁରବାସୀ

ଅନୁଗୋଳ: ଅନୁଗୋଳ ବ୍ଲକ ପୁରୁଣାଗଡ଼ ସେକ୍ସନ ଅନ୍ତର୍ଗତ ସରଧାପୁର ଗ୍ରାମରେ ହାତୀ ଆତଙ୍କ ତୀବ୍ର ରୂପ ନେଇଛି। ଗ୍ରାମ ନିକଟରେ ୧୫ ଟିକିଆ ହାତୀ ପଲ ଡେରା ଜମାଇବା ସହ ସିଧାସଳଖ ଗାଁ ଭିତରକୁ ପଶିଆସୁଥ‌ିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ମୁତାବକ, ଗତ…

ସାମାନ୍ୟ ବଚସାରୁ ଜଘନ୍ୟ ହତ୍ୟାକାଣ୍ତ : ଛୁରାମାଡ଼ରେ ବାପା ମୃତ, ପୁଅ ଗୁରୁତର

ଦେବଗଡ଼:ସାମାନ୍ୟ ବଚସାକୁ କେନ୍ଦ୍ର କରି ବାପା ଓ ପୁଅଙ୍କୁ ଛୁରାମାଡ। ଏଭଳି ଜଘନ୍ୟ ହତ୍ୟାକାଣ୍ତ ଘଟିଛି, ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଗୌଡସୁଗୁଡ଼ା ଗ୍ରାମରେ। ଛୁରାମାଡରେ ପୁଅ ଟିକେଶ୍ଵର ସାହୁ ଆହାତ ହୋଇଥିବା ବେଳେ ତାଙ୍କ ବାପା ଗୌତମ ସାହୁଙ୍କ ମୃତ୍ୟୁ ଘଟିଛି। ଘଟଣାକୁ…

କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ପାରାଦୀପ ବନ୍ଦର ଗସ୍ତ, ୪୨୮ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ

ପାରାଦୀପ: ଆଜି ପାରାଦୀପ ବନ୍ଦରର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଏକ ନୂତନ ଏବଂ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଛି। ଶୁକ୍ରବାର ଦିନ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ପାରାଦୀପ ବନ୍ଦର ଗସ୍ତରେ ଆସି ୪୨୭.୮୦ କୋଟି (ପ୍ରାୟ ୪୨୮ କୋଟି) ଟଙ୍କାର…

ବନ୍ଦ ହେଲା ହୀରାକୁଦର ୬ଟି ସ୍ଲୁଇସ ଗେଟ୍‌,୧୧ ଗେଟ୍ ଦେଇ ଜଳ ନିଷ୍କାସନ

ହୀରାକୁଦ:ସମ୍ବଲପୁରର ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଉଛି । ଫଳରେ ଗୁରୁବାର ରାତିରେ ୨ଟି ଓ ଶୁକ୍ରବାର ସକାଳେ ପୁଣି ୪ଟି ମୋଟ ସମୁଦାୟ ୬ଟି ସ୍ଲୁଇସ ଗେଟ୍‌କୁ ବନ୍ଦ କରାଯାଇଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରୁ ବାମପାର୍ଶ୍ୱର ୯ ଓ ଦକ୍ଷିଣ ପାର୍ଶର…

ନୟାଗଡ଼ରୁ ମିଳିବ ସୁଭଦ୍ରା ୫ମ କିସ୍ତି; ପ୍ରସ୍ତୁତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର: ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟର କୋଟିଏରୁ ଊର୍ଦ୍ଧ୍ୱ ମହିଳାଙ୍କୁ ରାଜ୍ୟ ସରକାର ଦେବାକୁ ଯାଉଛନ୍ତି ଏକ ବଡ଼ ଉପହାର । ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ଟଙ୍କା ରାଖୀ ପୂର୍ଣ୍ଣିମା ଦିନ ନୟାଗଡ଼ ଜିଲ୍ଲାରେ ଆୟୋଜିତ ଏକ…

ବର୍ଷିଆନ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର: ଆଉ ନାହାଁନ୍ତି ବର୍ଷିଆନ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟ । ୮୮ ବର୍ଷ ବୟସରେ ଆଖି ବୁଜିଛନ୍ତି ସେ । ଭୁବନେଶ୍ୱରସ୍ଥିତ ବାସଭବନରେ ପରଲୋକ ହୋଇଛି । ତାଙ୍କର ମୃତ୍ୟୁ ପରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ପହଞ୍ଚିଛନ୍ତି । ସଙ୍ଗୀତ ନାଟକ ଏକାଡେମୀ ଓ ରାଜ୍ୟ ଚଳଚିତ୍ର ପୁରସ୍କାର ସେ…

ଗଞ୍ଜାମ ଜିଲ୍ଲା ସୌର ସ୍ଥାପନାରେ ପ୍ରଥମ

• ଓଡ଼ିଶାର ସୌର ଶକ୍ତି କ୍ଷେତ୍ରରେ ଅଗ୍ରଣୀ ଭାବେ ଉଭା ହେଲା ଗଞ୍ଜାମ• ଆଠଟି ଜିଲ୍ଲାରେ ମୋଟ ୨୫,୨୭୭ଟି ସୌର ସ୍ଥାପନା• ଦକ୍ଷିଣ ଓଡ଼ିଶାରେ ସ୍ୱଚ୍ଛ ଶକ୍ତି ରୂପାନ୍ତରଣକୁ ମିଳୁଛି ଅଧିକ ଗତି• ଛାତ ଉପରେ ସୌର ଶକ୍ତି ବ୍ୟବହାର ପ୍ରତି ଲୋକଙ୍କ ଆଗ୍ରହରେ ଦ୍ରୁତ ବୃଦ୍ଧି ବ୍ରହ୍ମପୁର, ଅଗଷ୍ଟ…

ଉଦ୍ଘାଟନ ଅପେକ୍ଷାରେ ଅତିରିକ୍ତ ଶ୍ରେଣୀ ଗୃହ : ଗୋଟିଏ କକ୍ଷରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଠପଢା

କୋରାପୁଟ /କୋଟପାଡ଼ : ଅବହେଳିତ ଅବସ୍ଥାରେ ଛାତ୍ରୀଛାତ୍ରଙ୍କ ପାଠପଢା ଚାଲିଛି ଗୋଟିଏ ଶ୍ରେଣୀ ଗୃହରେ l ଅତିରିକ୍ତ ଶ୍ରେଣୀ ଗୃହ ବର୍ଷେ ହେଲାଣି ଉଦ୍ଘାଟନ ଅପେକ୍ଷାରେ lଏମିତି ଦୃଶ୍ୟ ଦେଖିବାକୁ ମିଳିଛି କୋଟପାଡ଼ ବ୍ଲକ ଶିକ୍ଷା ବିଭାଗ ଅଧୀନ ଛତର୍ଲା ପଞ୍ଚାୟତ ସ୍ଥିତ ଟିକ୍ରାଗୁଡା…

ଏକ ସପ୍ତାହ ହେଲା କିଲୋ ଗ୍ରାମ ପ୍ରତି ୪୬ ରୁ ୭୦ କୁ ଲମ୍ପ ମାରିଲା ଚିନି ଦର….!

ବ୍ରହ୍ମପୁର: ଆଳୁ, ଟମାଟ, ଅଦା ଓ ରସୁଣ ପରେ ଚିନି ଦର ହୁ ହୁ ହୋଇ ବଢ଼ି ଚାଲିଛି। ଗତ ଏକ ସପ୍ତାହ ହେଲା ଚିନି ଦର କିଲୋଗ୍ରାମ ପ୍ରତି ୨୦ ଟଙ୍କା ବୃଦ୍ଧି ହୋଇଛି। ଦୀର୍ଘ ଦିନ ହେଲା ଚିନି ଦର କିଲୋଗ୍ରାମ ପ୍ରତି ୪୬ ଟଙ୍କା ଥିଲା ଏକ ସପ୍ତାହ ହେଲା କିଲୋଗ୍ରାମ ପ୍ରତି ବଜାର ରେ ୭୦ ଟଙ୍କା ରେ…