ଉଦ୍ଘାଟନ ଅପେକ୍ଷାରେ ଅତିରିକ୍ତ ଶ୍ରେଣୀ ଗୃହ : ଗୋଟିଏ କକ୍ଷରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଠପଢା

Independence

କୋରାପୁଟ /କୋଟପାଡ଼ : ଅବହେଳିତ ଅବସ୍ଥାରେ ଛାତ୍ରୀଛାତ୍ରଙ୍କ ପାଠପଢା ଚାଲିଛି ଗୋଟିଏ ଶ୍ରେଣୀ ଗୃହରେ l ଅତିରିକ୍ତ ଶ୍ରେଣୀ ଗୃହ ବର୍ଷେ ହେଲାଣି ଉଦ୍ଘାଟନ ଅପେକ୍ଷାରେ l
ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କୋଟପାଡ଼ ବ୍ଲକ ଶିକ୍ଷା ବିଭାଗ ଅଧୀନ ଛତର୍ଲା ପଞ୍ଚାୟତ ସ୍ଥିତ ଟିକ୍ରାଗୁଡା ପ୍ରାଥମିକ ବିଦ୍ୟାଳୟରେ l
ସୂଚନା ପ୍ରକାରେ, ବିକୋଶିତ ଗାଁ, ବିକୋଶିତ ଓଡିଶା, ଯୋଜନା ମାଧ୍ୟମରେ ଆର୍ଥିକ ବର୍ଷ 2024-25 ମସିହାରେ ଟିକ୍ରାଗୁଡା ପ୍ରାଥମିକ ବିଦ୍ୟାଳୟରେ ଦଶଲକ୍ଷ ଟଙ୍କା ବ୍ୟୟ କରି ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ କରାଯାଇଛି l କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ଶ୍ରେଣୀଗୃହଟି ଉଦ୍ଘାଟନ ଅପେକ୍ଷାରେ ରହିଥିବା ବେଳେ ପାଞ୍ଚଗୋଟି ଶ୍ରେଣୀର ପିଲାମାନଙ୍କୁ ଗୋଟିଏ କକ୍ଷରେ ଶିକ୍ଷlଦାନ କରାଯାଉଥିବା ଦେଖିବାକୁ ମିଳିଛି l ହେଲେ ଶ୍ରେଣୀ ଗୃହଟି କେବେ ଉଦ୍ଘାଟନ ହେବ ଏବଂ ସେଠାରେ ବସି ଶିଶୁମାନେ କେବେ ପାଠ ପଡିବେ ଅନିଶ୍ଚିତତା ମଧ୍ୟରେ ରହିଛି l
ଅନ୍ୟ ପକ୍ଷରେ ବିଦ୍ୟାଳୟର ପାଚେରୀକାନ୍ଥ ମଧ୍ୟ ଭାଙ୍ଗି ଯାଇଛି, ଯେଉଁଥି ପାଇଁ ପରିସର ମଧ୍ୟରେ ଗାଈଗୋରୁ, କୁକୁର ଇତ୍ୟାଦି ଅବାଧରେ ପ୍ରବେଶ କରିବାରେ ଲାଗିଛନ୍ତି, ଏ ସମ୍ପର୍କରେ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ମତାମତ ନିଆଯାଇଥିଲା, ସେ ବିଦ୍ୟାଳୟ କୋଠା ହସ୍ତାନ୍ତର କରାଯାଇ ନ ଥିବା କହିଛନ୍ତି କିନ୍ତୁ ପ୍ରଧାନ ଶିକ୍ଷକ ହୋଇ ନ ଥିବା ଯୋଗୁଁ ଶ୍ରେଣୀ ଗୃହ ଖୋଲା ଯାଉ ନ ଥିବା କହିଛନ୍ତି l
ହେଲେ ବିଦ୍ୟାଳୟ କୋଠା କେବେ ଉଦ୍ଘାଟନ ହେବ ଏବଂ ବିଦ୍ୟାଳୟ କର୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବ ଦେଖିବାକୁ ବାକି ରହିଲା l

ad-week
Leave A Reply

Your email address will not be published.