
ବ୍ରହ୍ମପୁର: ଆଳୁ, ଟମାଟ, ଅଦା ଓ ରସୁଣ ପରେ ଚିନି ଦର ହୁ ହୁ ହୋଇ ବଢ଼ି ଚାଲିଛି। ଗତ ଏକ ସପ୍ତାହ ହେଲା ଚିନି ଦର କିଲୋଗ୍ରାମ ପ୍ରତି ୨୦ ଟଙ୍କା ବୃଦ୍ଧି ହୋଇଛି। ଦୀର୍ଘ ଦିନ ହେଲା ଚିନି ଦର କିଲୋଗ୍ରାମ ପ୍ରତି ୪୬ ଟଙ୍କା ଥିଲା ଏକ ସପ୍ତାହ ହେଲା କିଲୋଗ୍ରାମ ପ୍ରତି ବଜାର ରେ ୭୦ ଟଙ୍କା ରେ ବିକ୍ରି ହେଉଛି। ଡବଲ ଇଞ୍ଜିନ ଏବେ ଡବଲ ଧମାକା ଦେଇଛି। ଲୋକେ କହିଲେଣି ଚିନିରେ ମଧୁମେହ ରୋଗ ହୋଇଯାଇଥିବା ଚର୍ଚ୍ଚା ହେଲାଣି।ଡବଲ ଇଞ୍ଜିନ ଆସିବା ପର ଠାରୁ ବଜାର ରେ ପ୍ରତେକ ସାମଗ୍ରୀର ଦର ହୁ ହୁ ହୋଇ ବଢି ଚାଲିଛି। ଦରଦାମ ବୃଦ୍ଧିରେ ସରକାର ଲଗାମ ଲଗାଇବାରେ ଫେଲ ମାରିଛି। ଗଞ୍ଜାମ ଜିଲ୍ଲାରେ ସହରାଞ୍ଚଳ ରେ ଚିନି ଦର ବୃଦ୍ଧି ହୋଇଥିବା ଲକ୍ଷ କରାଯାଇଛି। ଚିନି ଦରରେ ଲଗାମ ନଲାଗିଲେ ମିଠା ସାମଗ୍ରୀ ଠାରୁ ଚାହା କଫି ଦରରେ ବୃଦ୍ଧି ହେବାର ସମ୍ଭାବନା ରହିଛି।
