
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ପ୍ରସ୍ତୁତି ଲାଇବେରୀ ଠାରେ ସିଭିଲ ସର୍ଭିସ କୋଚିଂ ସେଣ୍ଟର କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ଙ୍କ କରକମଳରେ ପ୍ରସ୍ତୁତି ଲାଇବେରୀ ଗୃହ ଠାରେ ସିଭିଲ ସର୍ଭିସ କୋଚିଂ ସେଣ୍ଟର ର ଶୁଭାରମ୍ଭ ହୋଇଛି | ଏହି ଉଦଘାଟନ ଉତ୍ସଵ ରେ ବାଲିଗୁଡା ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣୀତା ଦାସ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭମ ଭୋସଲେ ପ୍ରୋବେଶନ ଆଇଏଏସ ଅଧିକାରୀ ଯଶକରଣ ସିଂ, ପିଏ ଆଇଟିଡିଏ କୃପାସିନ୍ଧୁ ବେହେରା ପ୍ରମୁଖ ମଞ୍ଚାସିନ ଥିଲେ | ଏହି ଉତ୍ସବ ରେ ସିଭିଲ ସର୍ଭିସ କୋଚିଂର ଆଭିମୁଖ୍ୟ ସମ୍ପର୍କ ରେ ଜିଲ୍ଲାପାଳ ସମେତ ଅତିଥି ବୃନ୍ଦ ଛାତ୍ର ଛାତ୍ରୀ ମାନଙ୍କୁ ଅଭିଭାଷଣ ପ୍ରକାଶ କରିଥିଲେ | ଏହି ଅବସରରେ ବାଲିଗୁଡା ବିଡ଼ିଓ ଅକ୍ଷୟ କୁମାର ମଳିକ, ତହସିଲଦାର ଦିପ୍ତି ପ୍ରକାଶ ବେହେରା, ଏନଏସି ନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇ ଉପସ୍ଥିତ ରହି ନିଜ ନିଜର ସିଭିଲ ସର୍ଭିସ ପରୀକ୍ଷା ପ୍ରସ୍ତୁତି ଅନୁଭୂତି ସମ୍ପର୍କ ରେ ଛାତ୍ର ଛାତ୍ରୀ ଙ୍କୁ ମାର୍ଗ ଦର୍ଶନ କରିଥିଲେ | ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶିବ ଶଙ୍କର ସମରଥ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ |
