ଆସାମରେ ବନ୍ୟାର ତାଣ୍ଡବ ; ଶିବସାଗର ଜିଲାରେ ସର୍ବାଧିକ ୪୮ ମୃତ

ଗୁଆହାଟି : ଆସାମରେ ବନ୍ୟା ବିପର୍ଯ୍ୟୟ ସୃଷ୍ଟି କରିଛି। ଏହା ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ଦୁର୍ବିସହ କରିଦେଇଛି। ବନ୍ୟା ରାଜ୍ୟରେ ବିପୁଳ କ୍ଷୟକ୍ଷତି ଘଟାଇଛି। ଏବେ ବି ସ୍ଥିତିରେ କୌଣସି ଉନ୍ନତି ଆସିନାହିଁ। ବନ୍ୟା ଦାଉରେ ଶିବସାଗର ଜିଲା ସର୍ବାଧିକ ପ୍ରଭାବିତ ହୋଇଛି। ଏହି ଜିଲାରେ କେବଳ ୪୮…

ସୀମା ପୁନଃ ନିର୍ଦ୍ଧାରଣ ବିଲ୍‌ ପ୍ରସଙ୍ଗ ; ସଂସଦରେ ଗୃହୀତ କରାଇବା ଲାଗି ସମର୍ଥନ ଦେବାକୁ ମନା କଲେ ରାହୁଲ

ନୂଆଦିଲ୍ଲୀ : ସୀମା ନିର୍ଦ୍ଧାରଣ ବିଲ୍ ଓ ମହିଳା ସଂରକ୍ଷଣ ସଂଶୋଧନ ବିଲ୍‌କୁ ସଂସଦରେ ଗୃହୀତ କରିବା ପାଇଁ କେନ୍ଦ୍ର ସରକାର କଂଗ୍ରେସର ସହଯୋଗ ଲୋଡ଼ିଛନ୍ତି। ଏଥିପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ବୁଧବାର ରାହୁଲ ଗାନ୍ଧୀଙ୍କୁ ସଂସଦ ଭବନସ୍ଥିତ ତାଙ୍କ କାର୍ଯ୍ୟାଳୟରେ ଭେଟିଛନ୍ତି।…

୨୦୧୩ ଯୌନ ନିର୍ଯାତନା ମାମଲାରେ ତେହେଲକା ପ୍ରତିଷ୍ଠାତା ତରୁଣ ତେଜପାଲ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ : ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ ୨୦୧୩ ଯୌନ ନିର୍ଯାତନା ମାମଲାରେ ତେହେଲକା ପ୍ରତିଷ୍ଠାତା ତରୁଣ ତେଜପାଲଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ବିଚାରପତି ଡକ୍ଟର ନୀଲା ଗୋଖଲେ ଏବଂ ଅମିତ ଜାମସାଣ୍ଡେକରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ବିଚାରପତି ଡକ୍ଟର ନୀଲା ଗୋଖଲେ…

ଆସନ୍ତା ୧୭ରେ ସଂସଦର ସ୍ବତନ୍ତ୍ର ଅଧିବେଶନ !

ନୂଆଦିଲ୍ଲୀ : ସଂସଦର ମୌସୁମି ଅଧିବେଶନରେ ଅଚଳାବସ୍ଥା ଲାଗି ରହିଥିବାବେଳେ ସରକାର ଅଗଷ୍ଟ ୧୭ରେ ଏକ ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ଯୋଜନା କରୁଛନ୍ତି। ସୀମା ପୁନଃନିର୍ଦ୍ଧାରଣ ବିଲ୍ ଓ ମହିଳା ସଂରକ୍ଷଣ ସଂଶୋଧନ ବିଲ୍‌କୁ ଗୃହୀତ କରାଇବା ଲକ୍ଷ୍ୟରେ ସରକାର ସ୍ବତନ୍ତ୍ର ଅଧିବେଶନ ଡକାଇବେ। ଚଳିତ…

ଉଚ୍ଚ ସ୍ବରରେ ଗୀତ ବଜାଇବାକୁ ନେଇ ଦୁଇ ପରିବାର ମଧ୍ୟରେ ଝଗଡ଼ା, ବାପ-ପୁଅ ମୃତ

ମୁମ୍ବାଇ : ମୁମ୍ବାଇର ବିକ୍ରୋଲିରେ ଥିବା ଏକ ପରିବାର ଜୋରରେ ଗୀତ ବଜାଇବାକୁ ନେଇ ପଡୋଶୀଙ୍କ ସହିତ ପାଟିତୁଣ୍ଡ କରିଥିଲେ । ଆଉ ଝଗଡା ଏତେ ଭୟଙ୍କର ଥିଲା ଯେ, ଘଟଣାରେ ୨ ଜଣଙ୍କ ଜୀବନ ମଧ୍ୟ ଚାଲିଯାଇଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଘଟଣାରେ ବାପା-ପୁଅଙ୍କ…

ସ୍ବାଧୀନତା ଦିବସ ପୂର୍ବରୁ ଦିଲ୍ଲୀରେ ହାଇଆଲର୍ଟ; ଲାଲକିଲ୍ଲାରେ ମୁତୟନ ହେବେ ୧୨ ହଜାର ପୋଲିସ

ନୂଆଦିଲ୍ଲୀ: ଅଗଷ୍ଟ ୧୫ ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ରଖି ଦେଶର ରାଜଧାନୀ ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି। ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ, ଖାଲିସ୍ତାନୀ ତତ୍ତ୍ୱ ଏବଂ ହଠାତ୍ ବିରୋଧ ପ୍ରଦର୍ଶନ (ସ୍ନାପ୍ ପ୍ରୋଟେଷ୍ଟ)ର ଆଶଙ୍କାକୁ ନଜରରେ ରଖି ଦିଲ୍ଲୀ ପୋଲିସ ଓ ସୁରକ୍ଷା…

ପ୍ରବଳ ବର୍ଷାରେ ଭୁଶୁଡ଼ିଲା କୋଠା; ଚାଲିଗଲା ୬ ଜୀବନ

ଲକ୍ଷ୍ନୌ: ନିରନ୍ତର ବର୍ଷା ମଧ୍ୟରେ ବୁଧବାର ରାତି ପ୍ରାୟ ୩ଟା ସମୟରେ ପ୍ରତାପଗଡ଼ର ନଗର କୋତୱାଲି ଅଞ୍ଚଳର ମହୁଲି ୱାର୍ଡରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଘରର ଛାତ ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ଛଅ ଜଣ ସଦସ୍ୟ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ, ଯେଉଁଥିରେ ଛଅ ଜଣଙ୍କର…

ଶ୍ରୀମନ୍ଦିର ଭିତରବେଢ଼ା ଭିଡିଓ ଭାଇରାଲ, ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ

ପୁରୀ : ପୁଣିଥରେ ଶ୍ରୀମନ୍ଦିର ଭିତରର ଭିଡିଓ ପ୍ରଘଟ ହୋଇଛି। କୃର୍ତ୍ତିକା-କ୍ରେପ ୨୦୧୭ ଇନଷ୍ଟାଗ୍ରାମ୍‌ ଆଇଡିରୁ ଶ୍ରୀମନ୍ଦିର ଭିତର ବେଢ଼ା ଭିଡିଓ ପ୍ରଘଟ ହୋଇଥିବା ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁ ଜଣକ ଶ୍ରୀମନ୍ଦିର ଭିତରବେଢ଼ାରେ ଥାଇ ନୀଳଚକ୍ରରେ ବାନା ପରିବର୍ତ୍ତନ ସମୟର ଭିଡିଓ କରି…

କଲେଜ ଛାତ୍ରଙ୍କୁ ନିସ୍ତୁକ ମାଡ଼ ଓ ଅପହରଣ ଘଟଣା ; ୩ ଦିନ ପରେ ନିଖୋଜ ଯୁବକ ଉଦ୍ଧାର

ରାଜନଗର : ପ୍ରେମ ବ୍ୟାପାରକୁ ନେଇ ଛାତ୍ରଙ୍କୁ ନିସ୍ତୁକ ମାଡ଼ ସହ ଅପହରଣ ଅଭିଯୋଗର ତିନିଦିନ ପରେ ପୁଲିସ ଦ୍ୱାରା ଉଦ୍ଧାର। ଗତକାଲି ରାତିରେ ରାଜନଗର ଖଣ୍ଡେଇ ପଡାରୁ ନିଖୋଜ ଯୁବକ ଆକାଶ ଉଦ୍ଧାର ହୋଇଛନ୍ତି।ୟୁକେ ମହାବିର ମହାବିଦ୍ୟାଳୟ ମଦନପୁର କଲେଜ ଛାତ୍ରକୁ ମାଡ଼ ଘଟଣାରେ ଛାତ୍ର ଚାଞ୍ଚଲ୍ୟ…

୭ରୁ ପୁରୀ-ସୋଲାପୁର ଜଙ୍କସନ୍ ମଧ୍ୟରେ ଚଳାଚଳ କରିବ ସ୍ବତନ୍ତ୍ର ଏକ୍ସପ୍ରେସ୍

ଭୁବନେଶ୍ବର : ଆସନ୍ତା ୭ରୁ ପୂର୍ବତଟ ରେଳପଥ ପକ୍ଷରୁ ପୁରୀ-ସୋଲାପୁର ଜଙ୍କସନ୍ ମଧ୍ୟରେ ଏକ ସ୍ବତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍‌ର ଚଳାଚଳ ଆରମ୍ଭ ହେବ। ଟ୍ରେନ୍ ନଂ ୦୮୪୪୫ ପୁରୀ-ସୋଲାପୁର ଜଙ୍କସନ୍ ସ୍ପେଶାଲ୍ ଏକ୍ସପ୍ରେସ୍ ଶୁକ୍ରବାର ରାତି ୧୧.୪୫ରେ ପୁରୀରୁ ଯାତ୍ରା ଆରମ୍ଭ କରି ରବିବାର ସକାଳ…