ଏଣିକି ଥାନାରେ ଇଭି ଗାଡି ଚାର୍ଜିଂ କରିପାରିବେନି ପୋଲିସ ବାବୁ

ଭୁବନେଶ୍ୱର: ପୋଲିସ ବାବୁଙ୍କ ପାଇଁ କଡ଼ା ନିର୍ଦ୍ଦେଶ। ଏଣିକି ଥାନାରେ ଇଭି ଗାଡି ଚାର୍ଜିଂ କରିପାରିବେ ନାହିଁ। ଥାନାରେ ବିଦ୍ୟୁତ ବ୍ୟବହାର ଉପରେ ଲାଗିଲା କଟକଣା। ଓଡ଼ିଶା ପୋଲିସ ପକ୍ଷରୁ ଅଫିସ୍ ପରିସରରେ ବିଦ୍ୟୁତ ବ୍ୟବହାରକୁ ନେଇ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ଓଡ଼ିଶା ପୋଲିସ…

OUAT ପିଜି ଓ ପିଏଚ୍‌ଡି ଛାତ୍ରଛାତ୍ରୀଙ୍କୁ ମିଳିବ ମାସିକ ଭତ୍ତା

ଭୁବନେଶ୍ୱର: ଓଡ଼ିଶା କୃଷି ଓ ଯାନ୍ତ୍ରିକ ବିଶ୍ୱବିଦ୍ୟାଳୟ (OUAT)ରେ ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ପିଜି (Postgraduate) ଓ ପିଏଚ୍‌ଡି ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। କୃଷି ଉଚ୍ଚଶିକ୍ଷା ଓ ଗବେଷଣାକୁ ଅଧିକ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ଏହି…

କନ୍ୟା ସନ୍ତାନ ଜନ୍ମ ହାର ବୃଦ୍ଧି ପାଇଁ ବଡ଼ ପଦକ୍ଷେପ: ୫ ପଛୁଆ ଜିଲ୍ଲାକୁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ

ଭୁବନେଶ୍ୱର: ଜନ୍ମ ସମୟରେ ଶିଶୁ କନ୍ୟା ଏବଂ ପୁତ୍ର ଅନୁପାତ (ସେକ୍ସ ରେସିଓ ଆଟ୍ ବର୍ଥ)ରେ ସୁଧାର ଆଣିବା ପାଇଁ ଓଡ଼ିଶା ସରକାର ଏବେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ପ୍ରତି ୧୦୦୦ ପୁତ୍ର ସନ୍ତାନ ତୁଳନାରେ କନ୍ୟା ସନ୍ତାନଙ୍କ ସଂଖ୍ୟା କମ୍ ଥିବା ରାଜ୍ୟର ୫ଟି ଜିଲ୍ଲାକୁ ଚିହ୍ନଟ କରାଯାଇଛି…

ତୃପ୍ତି ଓ ତପସ୍ୟାର ପୀଠ ତପ୍ତପାଣି

ତପ୍ତପାଣି (ସାନଖେମୁଣ୍ଡି), ତା. ୦୪.୦୮.୨୦୨୬: ପୂର୍ବଘାଟ ପର୍ବତମାଳାର ସବୁଜ ଅରଣ୍ୟର କୋଳରେ, ପ୍ରକୃତିର ନିରବ ସଙ୍ଗୀତ, ଉଷ୍ଣପ୍ରସ୍ରବଣର ଅବିରତ ଉଷ୍ମତା ଓ ଆଧ୍ୟାତ୍ମିକ ଆସ୍ଥାର ଦିବ୍ୟ ଆଲୋକରେ ଶତାବ୍ଦୀ ଧରି ନିଜର ସ୍ୱତନ୍ତ୍ର ପରିଚୟ ବଜାୟ ରଖିଛି ତପ୍ତପାଣି। ପ୍ରକୃତି, ପରମ୍ପରା ଓ…

ମାନ୍ୟବର ରାଷ୍ଟ୍ରପତିଙ୍କୁ ବ୍ରହ୍ମପୁର ରେଳଷ୍ଟେସନରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା : ମିନାକ୍ଷୀନଗରରେ ଛୋଟଛୁଆଙ୍କୁ…

ଗଞ୍ଜାମ କଳାକାରଙ୍କ ସହ ଫଟୋ ଉଠାଇଲେ ମାନ୍ୟବର ରାଷ୍ଟ୍ରପତି ବ୍ରହ୍ମପୁର : ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦୁଇ ଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତ ମଙ୍ଗଳବାର ପୂର୍ବାହ୍ନରେ ଆରମ୍ଭ ହୋଇଛି। ପୂର୍ବାହ୍ନ ୧୧ଟା ୧୦ ମିନିଟ୍‌ରେ ସେ ବ୍ରହ୍ମପୁର ରେଳଷ୍ଟେସନର ୪ ନମ୍ବର…

୧.୨ କୋଟିର କୋଡିନ୍-ଭିତ୍ତିକ କଫ୍ ସିରଫ ଜବତ, ୨ ଗିରଫ

ଝାରସୁଗୁଡା: ବଡମାଳ ପୋଲିସ ୧.୨ କୋଟିରୁ ଅଧିକ ମୂଲ୍ୟର କୋଡିନ୍-ଭିତ୍ତିକ କଫ୍ ସିରପ୍ ଜବତ କରିଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଏହି ଅଭିଯାନରେ କୋଡିନ୍ ଫସଫେଟ୍ ଏବଂ ଟ୍ରିପ୍ରୋଲିଡିନ୍ ହାଇଡ୍ରୋକ୍ଲୋରାଇଡ୍ ଯୁକ୍ତ ୱିନସେରେକ୍ସ ସିରପ୍ ର ୨୩,୬୪୦ ବୋତଲ ଉଦ୍ଧାର କରାଯାଇଛି।…

ବୈପାରିଗୁଡ଼ାଠାରେ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ

କୋରାପୁଟ : ବୈପାରିଗୁଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଜନଶୁଣାଣି ଶିବିରରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଏବଂ ପ୍ରୋବେସନାରୀ ଅଫିସର, କୋରାପୁଟ ଯୋଗଦେଇ ଜନସାଧାରଣଙ୍କ…

କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ମାମଲାରେ ବ୍ରିଜଭୂଷଣ ଶରଣ ସିଂହ ନିର୍ଦ୍ଦୋଷରେ ଖଲାସ

ନୂଆଦିଲ୍ଲୀ : ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ନିର୍ଯାତନା ମାମଲାରେ ପୂର୍ବତନ ଭାରତୀୟ କୁସ୍ତି ମହାସଂଘ (WFI) ସଭାପତି ଓ ପୂର୍ବତନ ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ସୋମବାର ତାଙ୍କୁ ସମସ୍ତ ଅଭିଯୋଗରୁ ନିର୍ଦ୍ଦୋଷରେ ଖଲାସ…

କୁର୍‌କୁରେ ପ୍ୟାକେଟ୍‌​ ଖେଳନା ଗିଳିଦେବାରୁ ଶ୍ବାସରୁଦ୍ଧ ହୋଇ ଚାଲିଗଲା ଶିଶୁର ଜୀବନ

ମହୀଶୂର : କର୍ଣ୍ଣାଟକର ମହୀଶୂର ଜିଲାରେ ଏକ ଅତ୍ୟନ୍ତ ହୃଦୟବିଦାରକ ଓ ଦୁଃଖଦ ଘଟଣା ଘଟିଛି। କୁର୍‌କୁରେ ପ୍ୟାକେଟ୍‌ ସହ ମାଗଣାରେ ମିଳିଥିବା ଏକ ଛୋଟ ପ୍ଲାଷ୍ଟିକ୍ ଖେଳନା ବଲ୍ ଗିଳିଦେବାରୁ ଶ୍ବାସରୁଦ୍ଧ ହୋଇ ଏକ ୫ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ପୁଲିସ କହିବା ଅନୁଯାୟୀ ଗୌରୀପୁର ଗ୍ରାମର…

ବାଙ୍କୀପୁର ବିଧାନସଭା ଉପନିର୍ବାଚନରେ ବାଜି ମାରିଲେ ପ୍ରଶାନ୍ତ କିଶୋର, ଭାଙ୍ଗିଲା ବିଜେପିର ୩୦ ବର୍ଷର ଦୁର୍ଗ

ବିହାର : ବିହାର ବାଙ୍କୀପୁର ବିଧାନସଭା ଉପନିର୍ବାଚନରେ ବାଜି ମାରିଲେ ପ୍ରଶାନ୍ତ କିଶୋର । ବାଙ୍କୀପୁରରୁ ଜନ ସୁରାଜ ପାର୍ଟିର ମୁଖ୍ୟ ପ୍ରଶାନ୍ତ କିଶୋର ବିଜୟ ପାଇଛନ୍ତି । ବିଜେପି ପ୍ରାର୍ଥୀ ନୀରଜ କୁମାରଙ୍କୁ ହରାଇଛନ୍ତି ପ୍ରଶାନ୍ତ କିଶୋର । ୧୮୯୫୧ ଭୋଟରେ ବିଜୟୀ ହୋଇଛନ୍ତି ପ୍ରଶାନ୍ତ…